ନେରେଡି ପ୍ରକଳ୍ପକୁ ନେଇ ଓଡ଼ିଶା-ଆନ୍ଧ୍ର ବୈଠକ

Nov 07, 2026 - 21:50
ନେରେଡି ପ୍ରକଳ୍ପକୁ ନେଇ ଓଡ଼ିଶା-ଆନ୍ଧ୍ର ବୈଠକ

ନନ୍ଦିଘୋଷ ବ୍ୟୁରୋ : ଗଜପତି ଜିଲ୍ଲା କାଶୀନଗର ନିକଟସ୍ଥ ବଂଶଧାରା ନଦୀରେ ଆନ୍ଧ୍ରପ୍ରଦେଶ ସରକାରଙ୍କ ପକ୍ଷରୁ ନିର୍ମାଣ କରାଯାଉଥିବା ନେରେଡି ପ୍ରକଳ୍ପକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ପାରଳାଖେମୁଣ୍ଡି ସ୍ଥିତ ଜଳସମ୍ପଦ ବିଭାଗ କାର୍ଯ୍ୟାଳୟରେ ଉଭୟ ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶର ଉଚ୍ଚପଦସ୍ଥ ଅଧିକାରୀଙ୍କ ଉପସ୍ଥିତିରେ ଏହି ବୈଠକ ଆୟୋଜିତ ହୋଇଥିଲା। ଏଥିରେ ପ୍ରକଳ୍ପର ନିର୍ମାଣ ଓ ଏହାର ବିଭିନ୍ନ ଦିଗ ସମ୍ପର୍କରେ ଦୁଇ ରାଜ୍ୟର ପ୍ରତିନିଧିମାନେ ବିସ୍ତୃତ ଆଲୋଚନା କରିଛନ୍ତି।

ଏହି ବ୍ୟାରେଜ୍ ନିର୍ମାଣ ହେଲେ ବଂଶଧାରା ନଦୀର ଓଡ଼ିଶା କୂଳରେ ଥିବା ଗ୍ରାମଗୁଡ଼ିକ ପ୍ରଭାବିତ ହେବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ପ୍ରଭାବିତ ଅଞ୍ଚଳର ଏକ ୧୬ ଜଣିଆ ପ୍ରତିନିଧି ଦଳ ମଧ୍ୟ ଏହି ଆଲୋଚନାରେ ସାମିଲ ହୋଇଥିଲେ। ବ୍ୟାରେଜ୍ ନିର୍ମାଣ ସ୍ଥଳରେ ଉଭୟ ଓଡ଼ିଶା ଓ ଆନ୍ଧ୍ର ସରକାରଙ୍କ ପ୍ରତିନିଧି ଉପସ୍ଥିତ ରହି ପ୍ରଥମେ ଜମି ଚିହ୍ନଟ କରନ୍ତୁ ଏବଂ କ୍ଷୟକ୍ଷତିର ସଠିକ୍ ଆକଳନ ସହ କ୍ଷତିପୂରଣ ବାବଦରେ ସ୍ଥାନୀୟ ଲୋକଙ୍କ ସହ ସିଧାସଳଖ ଆଲୋଚନା କରନ୍ତୁ ବୋଲି ଦାବି କରାଯାଇଛି। ସେପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ଆଗକୁ ନନେବାକୁ ପ୍ରତିନିଧି ଦଳ ଦାବି ଉପସ୍ଥାପନ କରିଛନ୍ତି।

ଅପରପକ୍ଷରେ, ଆନ୍ଧ୍ରପ୍ରଦେଶରୁ ଆସିଥିବା ଅଧିକାରୀମାନେ ପ୍ରକଳ୍ପ ସମ୍ପର୍କିତ ବିଭିନ୍ନ ଆବଶ୍ୟକୀୟ ତଥ୍ୟ ଓ ରୂପରେଖ ସଭାରେ ପ୍ରଦାନ କରିଥିଲେ। ସ୍ଥାନୀୟ ପ୍ରଭାବିତ ଲୋକଙ୍କ ପ୍ରସ୍ତାବ ଓ ଦାବିଗୁଡ଼ିକୁ ସରକାରଙ୍କୁ ଜଣାଯିବ ଏବଂ ଏହାକୁ ଆଧାର କରି ପରବର୍ତ୍ତୀ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜଳସମ୍ପଦ ବିଭାଗର ମୁଖ୍ୟ ଯନ୍ତ୍ରୀ ସୂଚନା ଦେଇଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)