No confidence vote: ଖମନମୁଣ୍ଡା ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ଭୋଟ୍‌, ଫଳାଫଳ ସ୍ଥଗିତ

Nov 07, 2026 - 21:46
No confidence vote: ଖମନମୁଣ୍ଡା ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ଭୋଟ୍‌, ଫଳାଫଳ ସ୍ଥଗିତ

କଣ୍ଟାମାଳ: ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଖମନମୁଣ୍ଡା ପଞ୍ଚାୟତ ସରପଞ୍ଚ ଅଳକା ପଧାନଙ୍କ ବିରୋଧରେ ଆଜି ଅନାସ୍ଥା ଭୋଟ ଗ୍ରହଣ ହୋଇଛିl ପଞ୍ଚାୟତର ୧୧ ଜଣ ୱାର୍ଡମେମ୍ବର ଥିବାବେଳେ ୪ ଜଣ ୱାର୍ଡମେମ୍ବରଙ୍କ ଭୋଟ ଦାନ କ୍ଷମତା ଅପସାରଣ କରିଛନ୍ତି ଜିଲ୍ଲାପାଳl ତେଣୁ ଆଜିର ଅନାସ୍ଥା ଭୋଟରେ ୭ ଜଣ ୱାର୍ଡମେମ୍ବର ଓ ସରପଞ୍ଚ ଅଂଶ ଗ୍ରହଣ କରିବାକୁ ସୁଯୋଗ ଉପଲବ୍ଧ ଥିଲା l ହେଲେ ୬ ଜଣ ୱାର୍ଡମେମ୍ବର ଭୋଟ ଦାନରେ ଅଂଶ ଗ୍ରହଣ କରିଥିଲେl Advertisment ଆଜି ଦିନ ୧୧ଟା ସମୟରେ ନିର୍ବାଚନ ଅଧିକାରୀ କଣ୍ଟାମାଳ ତହସିଲଦାର ଶ୍ଵେତପଦ୍ମା ଯୋଶୀ ଖମନମୁଣ୍ଡା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅନାସ୍ଥା ଭୋଟକୁ ନେଇ ୱାର୍ଡ ନମ୍ବରଙ୍କ ସହିତ ଏକ ବୈଠକ ଜରିଆରେ ଆଲୋଚନା କରିଥିଲେ।

ପ୍ରାୟ ଦିନ ୧୨ଟା ୧୫ ମିନିଟ ସମୟରେ ଭୋଟ ଦାନ ଆରମ୍ଭ ହୋଇଥିଲା।

ଏଥିରେ ୬ଜଣ ୱାର୍ଡମେମ୍ବର ଅଂଶ ଗ୍ରହଣ କରିଥିଲେ ଏବଂ ଜଣେ ୱାର୍ଡମେମ୍ବର ଓ ସରପଞ୍ଚ ଭୋଟ ଦାନରୁ ବିରତ ରହିଥିଲେl ସମସ୍ତ ୬ ଜଣ ଯାକ ୱାର୍ଡ ମେମ୍ବର ସରପଞ୍ଚଙ୍କ ବିରୁଦ୍ଧରେ ତଥା ଅନାସ୍ଥା ସପକ୍ଷରେ ଭୋଟ ଦେଇଥିବା ଦାବି କରୁଥିବା ବେଳେ ସରପଞ୍ଚ ଶ୍ରୀମତୀ ପ୍ରଧାନ ଭୋଟ ଗଣତି ନ କରିବାକୁ ଗତକାଲି ହାଇକୋର୍ଟରୁ ରହିତାଦେଶ ଆଦେଶ ଆଣି ଜିଲ୍ଲା ପ୍ରଶାସନକୁ ପ୍ରଦାନ କରିଥିବାରୁ ଆଜି ଭୋଟ ଗ୍ରହଣ ହେଲା ସତ।

କିନ୍ତୁ ଗଣତି ନ ହୋଇ ଭୋଟ ବାକ୍ସ ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ଧନଞ୍ଜୟ ସାହୁଙ୍କ ତତ୍ତ୍ଵାବଧାନରେ ବୌଦ୍ଧ ଟ୍ରେଜେରୀରେ ରଖା ଯାଇଥିବା ନିର୍ବାଚନ ଅଧିକାରୀ ଶ୍ରୀମତୀ ଯୋଶୀ ସୂଚନା ଦେଇଛନ୍ତିl

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)