ଦେଢ଼ଶୁର-ଭାଇବୋହୂ କୂଅରେ ଲୁଚିଛି ଇତିହାସ!

Nov 05, 2026 - 18:03
ଦେଢ଼ଶୁର-ଭାଇବୋହୂ କୂଅରେ ଲୁଚିଛି ଇତିହାସ!

ନନ୍ଦିଘୋଷ ବ୍ୟୁରୋ : ଓଡ଼ିଶାର ମାଟିରେ ଲୁଚି ରହିଛି ଅନେକ ଐତିହାସିକ କୀର୍ତ୍ତି ଓ ରହସ୍ୟ। ସେମିତି ଏକ ଅନନ୍ୟ କୂଅ ରହିଛି ଯାଜପୁର ବଡ଼ଚଣା ବ୍ଲକ ଚଣ୍ଡିତଳ ପଞ୍ଚାୟତରେ। ଯାହା ‘ଦେଢ଼ଶୁର-ଭାଇବୋହୂ କୂଅ’ ଭାବେ ପରିଚିତ। ଲୋକଙ୍କ କଥା ଅନୁସାରେ, ଏହାର ନିର୍ମାଣ ଶୈଳୀ ଏପରି ଯେ, କୂଅରୁ ପାଣି ନେବା ସମୟରେ ଦେଢ଼ଶୁର ଓ ଭାଇବୋହୂ ପରସ୍ପରକୁ ଦେଖିପାରନ୍ତି ନାହିଁ।

କୁହାଯାଏ, ବୌଦ୍ଧ ଧର୍ମର ପ୍ରଭାବ ସମୟରେ ନିର୍ମିତ ଏହି କୂଅର ସ୍ଥାପତ୍ୟ ଶୈଳୀ ବେଶ୍ ଅନନ୍ୟ। ନିକଟରେ ରହିଛି ପ୍ରସିଦ୍ଧ ଶିଖରଚଣ୍ଡୀ ମନ୍ଦିର। ହେଲେ ରକ୍ଷଣାବେକ୍ଷଣ ଅଭାବରୁ ଏବେ ଏହାର ଅସ୍ତିତ୍ୱ ବିପଦରେ ଅଛି। ବର୍ଷ ବର୍ଷ ଧରି ଏହାର ପୁନରୁଦ୍ଧାର ହୋଇନାହିଁ। କୂଅର ସଂରକ୍ଷଣ ଓ ସୌନ୍ଦର୍ଯ୍ୟକରଣ ପାଇଁ ସ୍ଥାନୀୟ ଲୋକେ ଦାବି କରିଆସୁଛନ୍ତି। ଏହାର ବିକାଶ ହେଲେ ପର୍ଯ୍ୟଟନ କ୍ଷେତ୍ରରେ ନୂଆ ପରିଚୟ ମିଳିପାରିବ।

ଏବେ ଏହି ଦାବି ପରେ ଆରମ୍ଭ ହୋଇଛି ସରକାରୀ ପଦକ୍ଷେପ। ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗର ନିର୍ଦ୍ଦେଶକ କୂଅର ସ୍ଥିତି ଅନୁଧ୍ୟାନ କରିଛନ୍ତି। ଖୁବଶୀଘ୍ର ଏହାର ଉନ୍ନତିକରଣ ଓ ପୁନରୁଦ୍ଧାର ହେବା ନେଇ ମିଳିଛି ପ୍ରତିଶ୍ରୁତି। ଏବେ ଐତିହାସିକ କୂଅର ପୁନରୁଦ୍ଧାରକୁ ଅପେକ୍ଷା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)