ଟ୍ୟୁସନ ପଢିବାକୁ ଯାଇ ଛାତ୍ର ନିଖୋଜ
ଭୁବନେଶ୍ୱର : ଟ୍ୟୁସନ୍ ପଢିବାକୁ ଯାଇ ଛାତ୍ର ନିଖୋଜ । ନିଖୋଜ ଛାତ୍ର ଜଣକ ହେଲେ ପ୍ରିତମ ସାମନ୍ତରାୟ । ସେ ଅଷ୍ଟମ ଶ୍ରେଣୀରେ ପଢୁଥିଲେ ଏବଂ ଭୁବନେଶ୍ୱର ଶିରିପୁର ନୂଆସାହିରେ ରେ ପରିବାର ସହ ରହୁଥିଲେ । ଗତକାଲି ସନ୍ଧ୍ୟାରେ ଘରୁ ସାଇକେଲ ନେଇ ଟ୍ୟୁସନ ପଢିବାକୁ ଯାଇଥିବାବେଳେ ଆଉ ଘରକୁ ଫେରି ନାହାନ୍ତି । ପ୍ରୀତମଙ୍କ ନିଖୋଜକୁ ନେଇ ବଢ଼ୁଛି ରହସ୍ୟ । ପରିବାର ସଦସ୍ୟଙ୍କ କହିବା ଅନୁଯାୟୀ ଗତକାଲି ଶେଷଥର ପାଇଁ ତାଙ୍କୁ ଫାୟାର ଷ୍ଟେସନ୍ର CCTVରେ ଦେଖାଯାଇଥିଲା । ଏହାପରେ କୁଆଡ଼େ ଗଲେ ତାଙ୍କୁ କେହି ଅପହରଣ କରିନେଲେ ତାହା ଏବେ ବି ଅସ୍ପଷ୍ଟ ରହିଛି ।ଘଟଣା ସମ୍ପର୍କରେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି ପ୍ରିତମଙ୍କ ପରିବାର । CCTV ଫୁଟେଜ୍ ଆଧାରରେ ପୋଲିସ ତଦନ୍ତ ଜାରି ରହିଛି । ଛାତ୍ରଙ୍କ ପାଖରେ ମୋବାଇଲ ଥିବାରୁ ମୋବାଇଲ ଟ୍ରାକିଂ କରାଯାଉଥିବା ତାଙ୍କ ବାପା ପ୍ରଭାତ ସାମନ୍ତରାୟ କହିଛନ୍ତି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
