ସମ୍ପର୍କରେ ପୂର୍ଣ୍ଣଛେଦ

Nov 27, 2026 - 16:10
ସମ୍ପର୍କରେ ପୂର୍ଣ୍ଣଛେଦ

 

ଅଭିନେତା ଅବିନାଶ ମିଶ୍ର ଏବଂ  ଅଭିନେତ୍ରୀ ଇଶା ସିଂହ ପରସ୍ପରଠାରୁ ଅଲଗା ହୋଇଥିବାନେଇ ସୂଚନା ଦେଇଛନ୍ତି । ଉଭୟ ଇନଷ୍ଟାଗ୍ରାମରେ ପରସ୍ପରକୁ ଅନଫଲୋ କରିବାସହ ପରେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଅବିନାଶ ନିଜେ ଏହି ବ୍ରେକଅପ୍ ଖବରକୁ ସ୍ପଷ୍ଟ କରିବା ସହ ଏଥିପାଇଁ ସମ୍ପୂର୍ଣ୍ଣ ନିଜକୁ ଦାୟୀ କରି କ୍ଷମା ପ୍ରାର୍ଥନା କରିଛନ୍ତି । ନିକଟରେ ଏକ ଡିଜେ ଶୋ’ରେ ‘ବେୱଫା’ ଗୀତ ବଜାଇବାକୁ ନେଇ ଉପୁଜିଥିବା ବିବାଦ ଉପରେ ସ୍ପଷ୍ଟୀକରଣ ଦେଇ ସେ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ଭିଡିଓ ସେୟାର କରିଛନ୍ତି । ତେବେ ଇଶା କିମ୍ବା ତାଙ୍କ ପରିବାରକୁ ଆଘାତ ଦେବାର ତାଙ୍କର କୌଣସି ଉଦ୍ଦେଶ୍ୟ ନଥିଲା ଏବଂ ସେମାନଙ୍କ ଅଲଗା ହେବା ପଛରେ ଯଦି କେହି ଦାୟୀ, ତେବେ ସେ ନିଜେ ହିଁ ଦୋଷୀବୋଲି ମତ ରଖିଛନ୍ତି । ଏଥିସହ ଏହି ବ୍ୟକ୍ତିଗତ ମାମଲା ମଧ୍ୟକୁ ସେମାନଙ୍କ ପରିବାର କିମ୍ବା ବନ୍ଧୁମାନଙ୍କୁ ନଟାଣିବାକୁ ସେ ଅନୁରୋଧ କରିଛନ୍ତି । ଏସେହିଭଳି ସେ ନିଜକୁ ସୁଧାରିବା ପାଇଁ କିଛି ସମୟ ବିରତି ନେଉଥିବା ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ ଯେ, ‘ବିଗ୍ ବସ୍ ୧୮’ରୁ ଉଭୟଙ୍କ ମଧ୍ୟରେ ବନ୍ଧୁତା ଆରମ୍ଭ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ‘ପତି ପତ୍ନୀ ଔର ପଙ୍ଗା’ର ଦ୍ୱିତୀୟ ସିଜିନରେ ସେମାନେ ନିଜ ପ୍ରେମ ସମ୍ପର୍କକୁ ସ୍ୱୀକାର କରିଥିଲେ । ମାତ୍ର ସମ୍ପର୍କରେ ଫାଟ ସୃଷ୍ଟି ହେବା ପରେ ନିକଟରେ ଅବିନାଶଙ୍କ ଏକ ଡିଜେ ପରଫର୍ମାନ୍ସର ଭିଡିଓ ସେମାନଙ୍କ ବିଚ୍ଛେଦ ଖବରକୁ ଅଧିକ ଖୋରାକ ଯୋଗାଇଥିଲା ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)