Sheikh Hasina: ହସିନାଙ୍କ ପ୍ରତ୍ୟାର୍ପଣ ପାଇଁ ଅନ୍ତର୍ଜାତୀୟ ନ୍ୟାୟାଳୟ ଯିବ ବାଂଲାଦେଶ
ଢାକା: ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଙ୍କୁ ଭାରତ ପ୍ରତ୍ୟାର୍ପଣ ନକଲେ ବାଂଲାଦେଶ ଅନ୍ତର୍ଜାତୀୟ ନ୍ୟାୟାଳୟ (ଆଇସିଜେ) ର ଦ୍ୱାରସ୍ଥ ହୋଇପାରେ ବୋଲି ବାଂଲାଦେଶ ସଂସଦର ବାଚସ୍ପତି ହାଫିଜ ଉଦ୍ଦିନ ଅହମଦ ଚେତାବନୀ ଦେଇଛନ୍ତି।
ଛଅ ଦିନିଆ ପାକିସ୍ତାନ ଗସ୍ତରେ ଥିବା ବାଚସ୍ପତି ଗୁରୁବାର ଇସଲାମାବାଦରେ ସାମ୍ବାଦିକମାନଙ୍କ ସହ ଆଲୋଚନା ବେଳେ ଏହି ବିବାଦୀୟ ବୟାନ ଦେଇଛନ୍ତି।
ସେ କହିଛନ୍ତି ଯେ, ଯଦି ଭାରତ ହସିନାଙ୍କୁ ହସ୍ତାନ୍ତର କରିବାରେ ସହଯୋଗ ନକରେ, ତେବେ ଢାକା ଅନ୍ତର୍ଜାତୀୟ ନ୍ୟାୟାଳୟର ଆଶ୍ରୟ ନେବ ଏବଂ ଯଦି ହସିନା ନିଜେ ଢାକା ଫେରନ୍ତି ତେବେ ତାଙ୍କୁ ଗିରଫ କରି ଜେଲ ପଠାଯିବ।
Advertisment ଆସନ୍ତା ଡିସେମ୍ବର ୧୬ ତାରିଖ ''ବିଜୟ ଦିବସ''ରେ ବାଂଲାଦେଶ ଫେରିବା ନେଇ ଶେଖ ହସିନା ଘୋଷଣା କରିବା ପରେ ବାଂଲାଦେଶ ସରକାରଙ୍କ ପକ୍ଷରୁ ଏଭଳି ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
ପାକିସ୍ତାନ ମାଟିରେ ଠିଆ ହୋଇ ଭାରତ ବିରୋଧରେ ବିଷୋଦଗାର କରି ବାଚସ୍ପତି ଅହମଦ କହିଛନ୍ତି ଯେ, ୧୯୭୧ ମୁକ୍ତି ସଂଗ୍ରାମ ସମୟରେ ଭାରତ ବଙ୍ଗାଳୀମାନଙ୍କୁ ସାହାଯ୍ୟ କରିନଥିଲା, ବରଂ ପାକିସ୍ତାନକୁ ଦୁର୍ବଳ କରିବା ପାଇଁ ଏକ ବଡ଼ ଭୂମିକା ଗ୍ରହଣ କରିଥିଲା।
ଏପରିକି ଶେଖ ହସିନାଙ୍କ ୧୫ ବର୍ଷର ଶାସନ କାଳରେ ବାଂଲାଦେଶ ଏକ ପଡ଼ୋଶୀ ଦେଶର 'ଉପନିବେଶ' ପାଲଟିଯାଇଥିଲା ବୋଲି ସେ ଅଭିଯୋଗ କରିବା ସହ ଜାତିସଂଘର ପ୍ରସ୍ତାବ ଅନୁଯାୟୀ କାଶ୍ମୀର ବିବାଦର ସମାଧାନ ହେବା ଉଚିତ ବୋଲି ପାକିସ୍ତାନର ସ୍ୱରରେ ସ୍ୱର ମିଳାଇଛନ୍ତି।
ନିଜ ମାଟିରେ ଜଣେ ଆତଙ୍କବାଦୀଙ୍କୁ ଆଶ୍ରୟ ଦେଇ ଭାରତ ଏହାର ଅସୁବିଧାକୁ ଅନୁଭବ କରୁଛି ଅନ୍ୟପକ୍ଷରେ, ଢାକାରେ ଗୁରୁବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବାଂଲାଦେଶର ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ହୁମାୟୁନ କବୀର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ସିଧାସଳଖ 'ଆତଙ୍କବାଦୀ' ଏବଂ 'ସାଇକୋପାଥ୍' ବୋଲି ସମ୍ବୋଧନ କରିଛନ୍ତି।
ସେ କହିଛନ୍ତି ଯେ, ନିଜ ମାଟିରେ ଜଣେ ଆତଙ୍କବାଦୀଙ୍କୁ ଆଶ୍ରୟ ଦେଇ ଭାରତ ଏବେ ଏହାର ଅସୁବିଧା ଓ ଆହ୍ୱାନକୁ ଅନୁଭବ କରୁଛି।
ଘରକୁ ଡାକିଥିବା ଅତିଥି ଯଦି ଅସମ୍ଭାଳ ଆଚରଣ କରନ୍ତି ତେବେ ତାଙ୍କୁ ବାହାର କରିନପାରି ସହ୍ୟ କରିବା ଯେପରି ବିରକ୍ତିକର ସମସ୍ୟା ସୃଷ୍ଟି କରେ, ଭାରତ ଏବେ ଠିକ୍ ସେହି ପରିସ୍ଥିତିର ସମ୍ମୁଖୀନ ହେଉଛି ବୋଲି କବୀର ମନ୍ତବ୍ୟ ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ୨୦୨୪ ଜୁଲାଇ ଛାତ୍ର ଆନ୍ଦୋଳନ ପରେ କ୍ଷମତାଚ୍ୟୁତ ହୋଇ ଦିଲ୍ଲୀରେ ନିର୍ବାସିତ ଜୀବନ ବିତାଉଥିବା ଶେଖ ହସିନାଙ୍କୁ ମାନବତା ବିରୋଧୀ ଅପରାଧ ମାମଲାରେ ୨୦୨୫ ନଭେମ୍ବରରେ ବାଂଲାଦେଶ ଅଦାଲତ ଅନୁପସ୍ଥିତିରେ ମୃତ୍ୟୁଦଣ୍ଡାଦେଶ ଶୁଣାଇ ସାରିଛନ୍ତି।
ବରିଷ୍ଠ କଂଗ୍ରେସ ନେତା ପୀରଜାଦା ମହମ୍ମଦ ସୟିଦଙ୍କ ପରଲୋକ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
