ଘରର ଛାତ ଭୁଶୁଡ଼ି ୩ ମୃତ, ମୃତକଙ୍କ ମଧ୍ୟରେ ୧୫ ଦିନର ଶିଶୁକନ୍ୟା….

Nov 08, 2026 - 12:09
ଘରର ଛାତ ଭୁଶୁଡ଼ି ୩ ମୃତ, ମୃତକଙ୍କ ମଧ୍ୟରେ ୧୫ ଦିନର ଶିଶୁକନ୍ୟା….

ନନ୍ଦିଘୋଷ ବ୍ୟୁରୋ: ଉତ୍ତରପ୍ରଦେଶର କାନପୁର ଜିଲ୍ଲାର ପନକି ଥାନା ଅଞ୍ଚଳରେ ଘଟିଛି ଏକ ହୃଦୟବିଦାରକ ଦୁର୍ଘଟଣା। ଏକ ଜରାଜୀର୍ଣ୍ଣ ଘରର ଛାତ ହଠାତ୍ ଭୁଶୁଡ଼ି ପଡ଼ିବାରୁ ଗୋଟିଏ ପରିବାରର ତିନି ଜଣଙ୍କ ଜୀବନ ଯାଇଛି। ମୃତକଙ୍କ ମଧ୍ୟରେ ମାତ୍ର ୧୫ ଦିନର ଏକ ନବଜାତ ଶିଶୁକନ୍ୟା ଥିବା ଜଣାପଡ଼ିଛି। ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ସୂଚନା ଅନୁଯାୟୀ, ପନକି ଥାନା ଅଞ୍ଚଳରେ ଥିବା ଏହି ଘରେ ପରିବାର ସଦସ୍ୟମାନେ ଉପସ୍ଥିତ ଥିବା ସମୟରେ ହଠାତ୍ ଛାତଟି ଭୁଶୁଡ଼ି ପଡ଼ିଥିଲା। ପ୍ରଚଣ୍ଡ ଶବ୍ଦ ଶୁଣି ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। ଘଟଣା ଜାଣିବା ପରେ ପଡ଼ୋଶୀ ଓ ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ପୋଲିସକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ଓ ସ୍ଥାନୀୟ ଲୋକେ ମିଶି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଭଗ୍ନାବଶେଷ ତଳେ ଚାପି ହୋଇ ରହିଥିବା ପରିବାର ସଦସ୍ୟଙ୍କୁ ଉଦ୍ଧାର କରି ତୁରନ୍ତ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା। ତେବେ ଡାକ୍ତରୀ ପରୀକ୍ଷା ପରେ ତିନି ଜଣଙ୍କୁ ମୃତ ଘୋଷଣା କରାଯାଇଥିଲା। ମୃତକଙ୍କ ମଧ୍ୟରେ ୧୫ ଦିନର ଶିଶୁକନ୍ୟା, ତାଙ୍କ ମାଆ ଏବଂ ପରିବାରର ଅନ୍ୟ ଜଣେ ସଦସ୍ୟ ରହିଛନ୍ତି। ଏତେ କମ୍ ବୟସର ଶିଶୁର ମୃତ୍ୟୁ ଖବର ସ୍ଥାନୀୟ ଲୋକଙ୍କୁ ସ୍ତବ୍ଧ କରିଦେଇଛି। ଗୋଟିଏ ପରିବାରର ତିନି ଜଣଙ୍କୁ ହରାଇ ଆତ୍ମୀୟସ୍ୱଜନ ଭାଙ୍ଗି ପଡ଼ିଛନ୍ତି।

ଅନ୍ୟପକ୍ଷରେ ପୋଲିସ ମୃତଦେହଗୁଡ଼ିକୁ ନିଜ ହେପାଜତକୁ ନେଇ ବ୍ୟବଚ୍ଛେଦ ପାଇଁ ପଠାଇଛି। ଘରଟି ଜରାଜୀର୍ଣ୍ଣ ଅବସ୍ଥାରେ ଥିବାରୁ ଛାତ ଭୁଶୁଡ଼ି ପଡ଼ିଲା ନା ଏହା ପଛରେ ଅନ୍ୟ କୌଣସି କାରଣ ରହିଛି, ସେନେଇ ପୋଲିସ ତଦନ୍ତ ଆରମ୍ଭ କରିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)