ଦୀପାବଳି ଅବସରରେ ପୁରୀ ଶ୍ରୀକ୍ଷେତ୍ର ଓ ଆଖଣ୍ଡଳମଣି ପୀଠରେ ଭକ୍ତଙ୍କ ପ୍ରବଳ ଭିଡ଼

Nov 08, 2026 - 11:53
ଦୀପାବଳି ଅବସରରେ ପୁରୀ ଶ୍ରୀକ୍ଷେତ୍ର ଓ ଆଖଣ୍ଡଳମଣି ପୀଠରେ ଭକ୍ତଙ୍କ ପ୍ରବଳ ଭିଡ଼

ନନ୍ଦିଘୋଷ ବ୍ୟୁରୋ: ପବିତ୍ର ଦୀପାବଳି ଅବସରରେ ପୁରୀ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ଭିଡ଼। କାଉଁରିଆ କାଠି ଜାଳି ବଡ଼ବଡ଼ିଆ ଡାକିବା ସହ ପୟାଶ୍ରାଦ୍ଧ ପକାଇବା ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଜମିଛି। ଶ୍ରୀମନ୍ଦିର ସିଂହଦ୍ଵାର ଠାରେ ପ୍ରବଳ ଭକ୍ତଙ୍କ ସମାଗମ ହୋଇଥିବା ବେଳେ  ସକାଳୁ  ବଡ଼ ବଡୁଆ ଡାକୁଥିବା ଦେଖିବାକୁ ମିଳିଛି। ଭକ୍ତଙ୍କ ସୁରକ୍ଷା, ଶୃଙ୍ଖଳିତ ଭାବେ ବଡ଼ବଡ଼ିଆ ଡାକିବା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସୁରକ୍ଷା ପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି। ସିଂହଦ୍ଵାର ନିକଟରେ କାଉଁରିଆ କାଠି ଜାଳି ବଡ଼ବଡ଼ିଆ ଡାକିବା ପାଇଁ ସ୍ୱତନ୍ତ୍ର ସ୍ଥାନ ନିରୂପଣ କରାଯାଇଛି। ମାର୍କେଟ ଛକ ଠାରୁ ନୋ ଭେହିକିଲ ଜୋନ୍ କରାଯାଇଥିବା ବେଳେ ଶୃଙ୍ଖଳିତ ଭାବେ ଯାତାୟାତ ନେଇ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି।

ସେପଟେ ଆଲୋର ପର୍ବ ନେଇ ଉତ୍ସବ ମୁଖର ବାବା ଆଖଣ୍ଡଳମଣି ପୀଠ ଆରଡ଼ିଧାମ। ଆଜି ରାତି ୯ଟାରେ ବାବା ଆଖଣ୍ଡଳମଣିଙ୍କ ମନ୍ଦିର ଚୂଡାକୁ ଉଠିବ ମହାଦୀପ। ଭୋର ୫ଟାରେ ମନ୍ଦିର ଦ୍ଵାରଫିଟା ନୀତି ସମ୍ପନ୍ନ ହେବା ପରେ ଚାଲିଛି ସ୍ଵତନ୍ତ୍ର ନୀତି କାନ୍ତି। ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ପୀଠରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଅପରାହ୍ନ ୪ଟା ସୁଦ୍ଧା ସମସ୍ତ ସକାଳ ନୀତିଧୂପ ସମ୍ପନ୍ନ ହେବା ପରେ ବାବାଙ୍କୁ ବଡ଼ସିଂହାର ବେଶରେ ସଜ୍ଜିତ କରାଯିବା। ପରେ ସନ୍ଧ୍ୟାରେ ଦୀପାବଳି ନୀତି ପାଇଁ ଶହଶହ ଭକ୍ତଙ୍କ ପକ୍ଷରୁ ଦୀପ ପ୍ରଜ୍ବଳନ କରାଯିବ।

ରାତି ୮ଟାରେ ମହାଦୀପ ପ୍ରସ୍ତୁତ ସହ ବିଶ୍ବ କଲ୍ୟାଣ ଉଦ୍ଦେଶ୍ୟରେ ବାବାଙ୍କ ପାଖରେ ମହାଦୀପକୁ ଉତ୍ସର୍ଗ କରାଯିବ। ପରେ ରାତି ୯ଟାରେ ସେବାୟତ ଓ ଭକ୍ତଙ୍କ ଗହଣରେ ମହାଦୀପ ମନ୍ଦିର ଚୂଡାରେ ସ୍ଥାପନ ହେବ। ରାତ୍ର ୧୦ଟାରେ ବାଟୁଳା ନୀତି ଦହି ପଖାଳ ଭୋଗ ଲାଗି କରାଯାଇ ପହୁଡ଼ ହେବ। ଅନ୍ୟପଟେ ମନ୍ଦିର ପ୍ରାଙ୍ଗଣରେ ଥିବା ମା’ ଶ୍ୟାମାକାଳୀଙ୍କ ପୂଜା ସହ ଉପସ୍ଥାପନ, ଷୋଡ଼ଶ ଉପଚାର ପୂଜା, ହୋମ ନୀତି ଅନୁଷ୍ଠିତ ହେଉଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)