ଦୀପାବଳି ପୂର୍ବରୁ ଲିଭିଗଲା ଜୀବନ ଦୀପ
ବରଗଡ଼: ଦୀପାବଳି ପୂର୍ବରୁ ଲିଭିଗଲା ଜୀବନ ଦୀପ l ମାଛ ମାରିବା ହେଲା କାଳ l ଜାଲରେ ଛନ୍ଦି ହୋଇ ଚାଲିଗଲା ୨ ଜଣଙ୍କ ଜୀବନ l ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ବୁଗବୁଗା ଗ୍ରାମରୁ ସାମ୍ନାକୁ ଆସିଛି ଏଭଳି ଦୁଃଖଦ ଖବର l ଦୁଇ ମୃତକ ହେଲେ ରିଙ୍କୁ ବର୍ଗେ ଓ ରମେଶ ମହାକୁର l ଉଭୟେ ଗତକାଲି ସନ୍ଧ୍ୟାରେ ଗାଁ ନିକଟରେ ଥିବା ଏକ ପୋଖରୀକୁ ମାଛ ଧରିବା ପାଇଁ ଯାଇଥିଲେ। ସେଠାରେ ଜାଲ ପକାଇ ପୋଖରୀ ଭିତରକୁ ଦୁହେଁ ପ୍ରବେଶ କରିଥିଲେ। ହେଲେ ଭିତରେ ଜାଲ ସହ ଛନ୍ଦି ହେବାରୁ ଆଉ ବାହାରି ପାରିନଥିଲେ। ପରେ ଖୋଜାଖୋଜି କରିବା ପରେ ଗ୍ରାମବାସୀ ଓ ପରିବାର ଲୋକେ ଉଭୟଙ୍କୁ ଉଦ୍ଧାର କରି ଅତାବିରା ଡାକ୍ତରଖାନାକୁ ନେଇଥିଲେ। କିନ୍ତୁ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ l ଅତାବିରା ପୋଲିସ ଶବ ବ୍ୟବଚ୍ଛେଦ ପାଇଁ ବରଗଡ ମୁଖ୍ୟ ଡାକ୍ତରଖାନାକୁ ପଠାଇଥିବା ବେଳେ ଘଟଣାର ତଦନ୍ତ କରୁଛି l ଘଟଣାରେ ପୋଲିସ କିମ୍ବା ପରିବାର ଲୋକଙ୍କ ପ୍ରତିକ୍ରିୟା ମିଳିପାରିନାହିଁ l
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
