କଟକଣା ସତ୍ୱେ ବି ଚାଲିଲା ଢ଼ୋ ଢା
ଭୁବନେଶ୍ୱରର : କଟକଣା ସତ୍ୱେ ବି ଚାଲିଲା ଢ଼ୋ ଢା । ସନ୍ଧ୍ୟା ୭ ରୁ ୯ ଯାଏଁ ଥିଲା ବାଣ ଫୁଟା ସମୟ । ହେଲେ କେହି ଏହାକୁ ଖାତିର କଲେ ନାହିଁ । ସବୁଜ ବାଣ ବଦଳରେ ବିଷାକ୍ତ ବାଣ ଫୁଟିଲା । ବାଣ ଧୂଆଁ ଯୋଗୁଁ ଭୁବନେଶ୍ୱରର ଶାସ୍ତ୍ରୀ ନଗରର AQI ୧୨ଶହ ପାର ହୋଇଯାଇଥିଲା । ଯାହା ହୀନକାରକ । ରାତି ୧୧ଟା ଯାଏଁ ରାଜଧାନୀର ବିଭିନ୍ନ ସ୍ଥାନରେ AQI ହଜାରେ ପାର ହୋଇ ଯାଇଥିଲା । ଆଜି ଭୁବନେଶ୍ୱର AQI ୨୦୬ ରହିଛି । ସେହିପରି ତାଳଚେର ୨୭୭ ଓ କେନ୍ଦୁଝର ଜିଲ୍ଲା ବିଲେଇପଦାରେ AQI ୨୬୮ ରହିଛି । ଶୂନ୍ୟରୁ ୫୦ ମଧ୍ୟରେ ଏକ୍ୟୁଆଇ ଭଲ, ୫୧ରୁ ୧୦୦ ମଧ୍ୟରେ ସନ୍ତୋଷଜନକ, ୧୦୧ରୁ ୨୦୦ ମଧ୍ୟରେ ମଧ୍ୟମ, ୨୦୧ରୁ ୩୦୦ ମଧ୍ୟରେ ଖରାପ, ୩୦୧ରୁ ୪୦୦ ମଧ୍ୟରେ ଅତ୍ୟନ୍ତ ଖରାପ ଓ ୪୦୧ରୁ ୫୦୦ ମଧ୍ୟରେ ଗୁରୁତର ବୋଲି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ବିବେଚନା କରିଥାଏ । ବାଣରୁ ନିର୍ଗତ ଧୁଆଁ ଓ ଶିଳ୍ପ ବର୍ଯ୍ୟବସ୍ତୁ ବାୟୁମଣ୍ଡଳକୁ ପ୍ରବେଶ କରୁଛି । ଯେଉଁଥିରେ ଅଙ୍ଗାରକାମ୍ଳ, ଗନ୍ଧକାମ୍ଳ, ଓ ମିଥେନ ପରି ବିଷାକ୍ତ ଗ୍ୟାସ୍ ରହିଛି । ଯାହା ସବୁଜ ଗୃହ ବାସ୍ପ । ଏଥିରେ ବାଣ ଫୁଟାରୁ ବାୟୁମଣ୍ଡଳରେ ସବୁଜ ଗୃହ ବାସ୍ପ ଆହୁରି ବଢିଯାଏ । ଯାହା ନିଶ୍ୱାସ ନେବାରେ ଅସୁବିଧା କରିବା ସହ କାନ ଓ ଛାତି ଯନ୍ତ୍ରଣା ଦେଇଥାଏ ।…
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
