ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନିଜ ଜିଲ୍ଲାରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ
ବଲାଙ୍ଗୀର #HealthcareCrisis #HealthServices #OdishaHealthcare #HealthMinister #OdishaNews : ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନିଜ ଜିଲ୍ଲାରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ । ଆଗଲପୁର ହସ୍ପିଟାଲରେ ରୋଗୀଙ୍କୁ ମିଳୁନି ଔଷଧ । ଦୀର୍ଘ ଦୁଇ ମାସ ହେବ ବିପି ରୋଗୀ ହେଉଛନ୍ତି ହନ୍ତସନ୍ତ । ବାଧ୍ୟହୋଇ ବାହାର ଦୋକାନରୁ ଔଷଧ କିଣୁଥିବା ରୋଗୀ ଅଭିଯୋଗ କରିଛନ୍ତି l କେବଳ ସେତିକି ନୁହଁ ଏହି ହସ୍ପିଟାଲରେ ଆବଶ୍ୟକ ଡ଼ାକ୍ତର କି ଷ୍ଟାଫ୍ ନର୍ସ ମଧ୍ୟ ନାହାନ୍ତି । ଡିଲିଙ୍ଗ ଆସିଷ୍ଟାଣ୍ଟ ପଦ ଗତ ୬ ରୁ ୭ ବର୍ଷ ହେବ ଖାଲି ପଡ଼ିଛି । ଏହା ସହିତ ଭିଏସ ବିଭାଗ ମଧ୍ୟ ୬ ରୁ ୭ ବର୍ଷ ହେବ ଅସମ୍ପୂର୍ଣ୍ଣ ରହିଛି l ରୋଗୀଙ୍କୁ ଉପଯୁକ୍ତ ସ୍ବାସ୍ଥ୍ୟ ସେବା ଯୋଗାଯିବା ସହ ଅଭାବ ଥିବା ପଦବୀ ପୂରଣ ପାଇଁ ଦାବି ଜୋର ଧରିଛି ।
ଆଗଲପୁର ହସ୍ପିଟାଲରେ ବର୍ଷ ବର୍ଷ ଧରି ଷ୍ଟାଫ୍ ଅଭାବ ଥିବା ଖୋଦ୍ ଚିକିତ୍ସା ଅଧିକାରୀ ସ୍ୱୀକାର କରିଛନ୍ତି । ବିପି ଭଳି କିଛି ମେଡିସିନ୍ ରୋଗୀକୁ ମାସ ମାସ ଧରି ମିଳୁନଥିବା କହିଛନ୍ତି । ଏନେଇ ଉଚ୍ଚସ୍ତରୀୟ ଅଧିକାରୀକୁ ଜଣାଇଦିଆଯାଇଛି । ଏକ ସପ୍ତାହ ମଧ୍ୟରେ ଔଷଧ ଆସିବ ବୋଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ସୂଚନା ଦେଇଛନ୍ତି l …
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
