ଦକ୍ଷିଣ ଇରାନରେ ପୁଣି ବିସ୍ଫୋରଣ! କେଶମ୍ରୁ ବନ୍ଦର ଆବାସ ପର୍ଯ୍ୟନ୍ତ ଥରିଲା ଅଞ୍ଚଳ…

Nov 08, 2026 - 08:54
ଦକ୍ଷିଣ ଇରାନରେ ପୁଣି ବିସ୍ଫୋରଣ! କେଶମ୍ରୁ ବନ୍ଦର ଆବାସ ପର୍ଯ୍ୟନ୍ତ ଥରିଲା ଅଞ୍ଚଳ…
ନନ୍ଦିଘୋଷ ବ୍ୟୁରୋ: ପଶ୍ଚିମ ଏସିଆରେ ଥମିବାର ନାଁ ନେଉନି ଯୁଦ୍ଧ ଉତ୍ତେଜନା। ଦକ୍ଷିଣ ଇରାନରେ ପୁଣି ଶୁଣିବାକୁ ମିଳିଛି ଜୋରଦାର ବିସ୍ଫୋରଣର ଶବ୍ଦ। ହରମୁଜ୍ ପ୍ରଣାଳୀ ନିକଟରେ ଥିବା ଇରାନର ରଣନୈତିକ ଗୁରୁତ୍ୱପୂର୍ଣ୍ଣ କେଶମ୍ ଦ୍ୱୀପ ସମେତ ବନ୍ଦର ଆବାସ, ଜାସ୍କ ଓ ସିରିକ୍ ଅଞ୍ଚଳରେ ବିସ୍ଫୋରଣ ପରି ଶବ୍ଦ ଶୁଣାଯାଇଥିବା ଖବର ମିଳିଛି। ଏହି ଘଟଣା ପରେ ଇରାନ ଓ ଆମେରିକା ମଧ୍ୟରେ ଉତ୍ତେଜନା ପୁଣି ବଢ଼ିବା ଆଶଙ୍କା ସୃଷ୍ଟି ହୋଇଛି।

କେଶମ୍ ଦ୍ୱୀପରେ ଲଗାତାର ଦୁଇଟି ବିସ୍ଫୋରଣ

ଇରାନର ସରକାରୀ ସମାଚାର ସଂସ୍ଥା IRNA ଅନୁଯାୟୀ, କେଶମ୍ ଦ୍ୱୀପର ପୂର୍ବ ଭାଗରେ ଦୁଇଟି ବିସ୍ଫୋରଣ ଘଟିଥିଲା। ଏହାସହ ଜାସ୍କ, ବନ୍ଦର ଆବାସ ଓ ସିରିକ୍ ଅଞ୍ଚଳରେ ମଧ୍ୟ ବିସ୍ଫୋରଣ ଭଳି ଶବ୍ଦ ଶୁଣାଯାଇଥିବା ରିପୋର୍ଟ ଆସିଛି।ପ୍ରାରମ୍ଭିକ ଖବରରେ କେଶମ୍ ଦ୍ୱୀପ ଉପରେ କ୍ଷେପଣାସ୍ତ୍ର ମାଡ଼ ହୋଇଥିବା ଦାବି କରାଯାଇଥିଲା। ତେବେ ଇରାନୀ ସୂତ୍ର ଏହି ଦାବିକୁ ଖଣ୍ଡନ କରିଛି। ହରମୁଜ୍ ପ୍ରଣାଳୀରେ ଚାଲିଥିବା ସାମରିକ କାର୍ଯ୍ୟକଳାପ କିମ୍ବା ଜାହାଜ ଚଳାଚଳ ନିୟନ୍ତ୍ରଣ ସହ ଏହି ଶବ୍ଦର ସମ୍ପର୍କ ଥାଇପାରେ ବୋଲି କୁହାଯାଇଛି। ତେବେ ବିସ୍ଫୋରଣର ପ୍ରକୃତ କାରଣ ଓ କ୍ଷୟକ୍ଷତି ସମ୍ପର୍କରେ ଏଯାଏଁ ସ୍ପଷ୍ଟ ତଥ୍ୟ ମିଳିନାହିଁ।

କାହିଁକି ଟାର୍ଗେଟ୍‌ରେ ଦକ୍ଷିଣ ଇରାନ?

ଦକ୍ଷିଣ ଇରାନ ଦେଶର ସାମରିକ ଓ ଆର୍ଥିକ ଦୃଷ୍ଟିରୁ ଅତ୍ୟନ୍ତ ସମ୍ବେଦନଶୀଳ ଅଞ୍ଚଳ। ଏଠାରେ ଗୁରୁତ୍ୱପୂର୍ଣ୍ଣ ବନ୍ଦର, ତୈଳ ରପ୍ତାନି କେନ୍ଦ୍ର ଓ ସାମରିକ ଘାଟି ରହିଛି। ବିଶେଷକରି କେଶମ୍ ଦ୍ୱୀପ ଓ ବନ୍ଦର ଆବାସ ହରମୁଜ୍ ପ୍ରଣାଳୀ ନିକଟରେ ଅବସ୍ଥିତ। ଏହି ସାମୁଦ୍ରିକ ଜଳପଥ ଦେଇ ବିଶ୍ୱର ବିପୁଳ ପରିମାଣର ତୈଳ ପରିବହନ ହୋଇଥାଏ। ତେଣୁ ଏହି ଅଞ୍ଚଳରେ କୌଣସି ସାମରିକ ଘଟଣା ଘଟିଲେ ତାହାର ପ୍ରଭାବ ବିଶ୍ୱ ତୈଳ ବଜାର ଓ ଅନ୍ତର୍ଜାତୀୟ ବାଣିଜ୍ୟ ଉପରେ ପଡ଼ିବା ସମ୍ଭାବନା ରହିଛି।

ହରମୁଜ୍‌କୁ ନେଇ ଆମେରିକା-ଇରାନ ମୁହାଁମୁହିଁ

ଆମେରିକା ଇରାନର ବନ୍ଦରଗୁଡ଼ିକ ଉପରେ ନୌସେନା ଅବରୋଧ ଜାରି ରଖିଥିବା ବେଳେ ଇରାନ ମଧ୍ୟ ହରମୁଜ୍ ପ୍ରଣାଳୀରେ ନିଜର ପ୍ରଭାବ ବଜାୟ ରଖିବାକୁ ଉଦ୍ୟମ କରୁଛି। ଏହାକୁ ନେଇ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଲାଗି ରହିଛି। ଏହି ସମୟରେ ଇରାନର ରିଭୋଲ୍ୟୁସନାରୀ ଗାର୍ଡ ଦାବି କରିଛି ଯେ ହରମୁଜ୍ ପ୍ରଣାଳୀ ଅତିକ୍ରମ କରିବାକୁ ଚେଷ୍ଟା କରୁଥିବା ଦୁଇଟି ତୈଳ ଟ୍ୟାଙ୍କର ସମୁଦ୍ରରେ ପୋତାଯାଇଥିବା ମାଇନ୍‌ରେ ଧକ୍କା ହୋଇ ନିଆଁ ଲାଗିଥିଲା। ତେବେ ଏହି ଦାବିର ସ୍ୱାଧୀନ ଯାଞ୍ଚ ହୋଇନାହିଁ।

ପୁଣି ଆରମ୍ଭ ହେବ କି ଭୟଙ୍କର ସାମରିକ ସଂଘର୍ଷ?

ଦକ୍ଷିଣ ଇରାନରେ ନୂଆ ବିସ୍ଫୋରଣ ଖବର ପଶ୍ଚିମ ଏସିଆରେ ଯୁଦ୍ଧର ଆଶଙ୍କାକୁ ଆହୁରି ବଢ଼ାଇଛି। ତେବେ ଏହି ବିସ୍ଫୋରଣ ଆମେରିକା କିମ୍ବା ଇସ୍ରାଏଲର ସିଧାସଳଖ ଆକ୍ରମଣର ପରିଣାମ କି ଅନ୍ୟ କୌଣସି ସାମରିକ କାର୍ଯ୍ୟକଳାପର ଫଳ, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ। ବର୍ତ୍ତମାନ ସମସ୍ତଙ୍କ ନଜର ରହିଛି ଆମେରିକା ଓ ଇରାନର ପରବର୍ତ୍ତୀ ପଦକ୍ଷେପ ଉପରେ। ହରମୁଜ୍ ପ୍ରଣାଳୀରେ ଉତ୍ତେଜନା ଆହୁରି ବଢ଼ିଲେ ଏହା କେବଳ ପଶ୍ଚିମ ଏସିଆ ନୁହେଁ, ସମଗ୍ର ବିଶ୍ୱର ଅର୍ଥନୀତି ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇପାରେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)