କଟକରେ ଭୟାବହ ଅଗ୍ନିକାଣ୍ଡ
କଟକ: କଟକରେ ଭୟାବହ ଅଗ୍ନିକାଣ୍ଡ । ଦରଘା ବଜାର ଅଞ୍ଚଳର ରକି ଟେଲର ଗଳିରେ ନିଆଁ ଲାଗି ଚାଲିଗଲା ୭ ବର୍ଷ ନିଷ୍ପାପ ଶିଶୁର ଜୀବନ । ଅଶୋକ ମାରୱାଡିଙ୍କ ଘରେ ଭୋର ପ୍ରାୟ ୪ଟା ସମୟରେ ହଠାତ୍ ଲାଗିଥିଲା ନିଆଁ । ଘରର ସମସ୍ତେ ଗଭୀର ନିଦ୍ରାରେ ଶୋଇଥିବା ବେଳେ ଘଟିଥିଲା ଏହି ଅଘଟଣ । ତିନି ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ନିଆଁକୁ ଆୟତ୍ତ କଲେ ୫ ଅଗ୍ନିଶମ ବାହିନୀ । ଘରର ଦୁଇଟି ମହଲାରେ ପ୍ରାୟ ୮ ଜଣ ପୁରୁଷ, ମହିଳା ଓ ଶିଶୁ ରହିଥିଲେ । ନିଆଁ ଓ ଧୂଆଁ ଭିତରେ ଫସି ଯାଇଥିଲେ ପରିବାରର ସଦସ୍ୟ । ଏହି ଅଗ୍ନିକାଣ୍ଡରେ ଜଣେ ୭ ବର୍ଷର ନିଷ୍ପାପ ଶିଶୁର ଜୀବନ ଚାଲିଯାଇଥିବା ବେଳେ ଅନ୍ୟ ଜଣେ ବୟସ୍କ ବ୍ୟକ୍ତି ଗୁରୁତର ହୋଇଛନ୍ତି । ତାଙ୍କୁ କଟକ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଅଗ୍ନିଶମ ବିଭାଗର ତତ୍ପରତା ଯୋଗୁଁ ଘର ଭିତରେ ଥିବା ଅନ୍ୟ ସଦସ୍ୟମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ।
ଭୋର ସମୟରେ ଘରେ କାମ କରୁଥିବା ଜଣେ ମହିଳା ଛାତ ଉପରେ ଥିବା ବେଳେ ହଠାତ୍ ଘର ଭିତରୁ ଧୂଆଁ ବାହାରୁଥିବା ଦେଖିବାକୁ ପାଇଥିଲେ । ଏହା ଦେଖି ସେ ତୁରନ୍ତ ପାଟି କରି ଅନ୍ୟମାନଙ୍କୁ ସତର୍କ କରାଇଥିଲେ । ଏହାପରେ ସ୍ଥାନୀୟ ଲୋକେ ଘଟଣା ସମ୍ପର୍କରେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବର ପାଇବା ମାତ୍ରେ ଅଗ୍ନିଶମ ବିଭାଗର ୫ଟି ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ହେଲେ ଘଟଣାସ୍ଥଳକୁ ପହଞ୍ଚିବା ଅଗ୍ନିଶମ କର୍ମଚାରୀଙ୍କ ପାଇଁ ଏତେ ସହଜ ନଥିଲା । କାରଣ ମୁଖ୍ୟ ରାସ୍ତାଠାରୁ ଅଗ୍ନିକାଣ୍ଡ ଘଟିଥିବା ଘରର ଦୂରତା ପ୍ରାୟ ୨ଶହ ମିଟର ଥିଲା । ସଂକୀର୍ଣ୍ଣ ଗଳି ଏବଂ ଘଟଣାସ୍ଥଳର ଭୌଗୋଳିକ ସ୍ଥିତି ଅଗ୍ନିଶମ ବାହିନୀ ପାଇଁ ବଡ଼ ଚ୍ୟାଲେଞ୍ଜ ପାଲଟିଥିଲା । ଏଭଳି ସ୍ଥିତିରେ ଅଗ୍ନିଶମ କର୍ମଚାରୀମାନେ ନିଜ ଜୀବନକୁ ବାଜି ଲଗାଇ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଘର ଭିତରେ ଫସି ରହିଥିବା ଲୋକଙ୍କୁ ବାହାର କରିବା ସହ ନିଆଁକୁ ଅନ୍ୟ ଅଂଶକୁ ବ୍ୟାପିବାରୁ ରୋକିବା ପାଇଁ ଜୋରଦାର ଉଦ୍ୟମ କରିଥିଲେ ଉଦ୍ଧାରକାରୀ ଦଳ । ଦୀର୍ଘ ପ୍ରାୟ ୩ ଘଣ୍ଟା ଧରି ଚାଲିଥିଲା ନିଆଁ ସହ ଲଢ଼େଇ । ଶେଷରେ ଅଗ୍ନିଶମ କର୍ମଚାରୀଙ୍କ ନିରନ୍ତର ପ୍ରୟାସ ପରେ ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରାଯାଇଥିଲା । ଏହାସହ ଘର ଭିତରେ ଥିବା ଅନ୍ୟ ସମସ୍ତ ସଦସ୍ୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା ।…
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
