Drone Attack: ଇରାକର ଖୋର୍-ମୋର୍ ଗ୍ୟାସ୍ ଫିଲ୍ଡ ଉପରେ ଡ୍ରୋନ୍ ଆକ୍ରମଣ: ବ୍ଲାକଆଉଟ୍ ରୋକିବା ପାଇଁ କାର୍ଯ୍ୟ ଜାରି

Nov 09, 2026 - 12:22
Drone Attack: ଇରାକର ଖୋର୍-ମୋର୍ ଗ୍ୟାସ୍ ଫିଲ୍ଡ ଉପରେ ଡ୍ରୋନ୍ ଆକ୍ରମଣ: ବ୍ଲାକଆଉଟ୍ ରୋକିବା ପାଇଁ କାର୍ଯ୍ୟ ଜାରି

ବାଗଦାଦ୍: କୁର୍ଦିସ୍ତାନର ସୁଲେମାନିଆ ପ୍ରଦେଶର ଖୋର୍-ମୋର୍ ଗ୍ୟାସ୍ ଫିଲ୍ଡ ଉପରେ ଡ୍ରୋନ୍ ଆକ୍ରମଣ ପରେ ଇରାକ ଶକ୍ତି ସଙ୍କଟର ସମ୍ମୁଖୀନ ହୋଇଛି।

ଆକ୍ରମଣ ଯୋଗୁଁ ଜାତୀୟ ଗ୍ରୀଡ୍‌ରେ ପ୍ରାୟ ୨.୮ ଗିଗାୱାଟ ବିଦ୍ୟୁତ ଉତ୍ପାଦନ ହ୍ରାସ ପାଇଛି।

ବିଦ୍ୟୁତ ମନ୍ତ୍ରଣାଳୟର ମୁଖପାତ୍ର ଓମିଦ ଅହମ୍ମଦ କହିଛନ୍ତି, ଡ୍ରୋନ୍ ଆକ୍ରମଣ ଯୋଗୁଁ ସମଗ୍ର ଅଞ୍ଚଳରେ ବିଦ୍ୟୁତ ଉତ୍ପାଦନ କେନ୍ଦ୍ରଗୁଡ଼ିକୁ ଗ୍ୟାସ୍ ଯୋଗାଣ ବାଧାପ୍ରାପ୍ତ ହୋଇଛି।

ଅଲ୍ ଜଜିରା ରିପୋର୍ଟ କରିଛି, ଖୋର୍-ମୋର୍ କ୍ଷେତ୍ର ହଠାତ୍ ବନ୍ଦ ହୋଇଯିବା ଫଳରେ ଏରବିଲ, ସୁଲାଇମାନିଆ, ବାଜିଆନ, ଚାମଚାମାଲ ଏବଂ ଦୁହୋକ ସମେତ ପ୍ରମୁଖ ସହର କେନ୍ଦ୍ରଗୁଡ଼ିକୁ ଇନ୍ଧନ ଯୋଗାଣ ବନ୍ଦ ହୋଇଯାଇଛି।

ଫଳରେ ଏହି କେନ୍ଦ୍ରଗୁଡ଼ିକରେ ସମସ୍ୟା ସୃଷ୍ଟି ହୋଇଛି।

Advertisment ଅହମ୍ମଦ କହିଛନ୍ତି ଯେ, ସମ୍ପୂର୍ଣ୍ଣ ବ୍ଲାକଆଉଟ୍ ରୋକିବା ପାଇଁ କାର୍ଯ୍ୟ ଜାରି ରହିଛି।

ଡୋକାନ୍ ଏବଂ ଦରବନ୍ଦିଖାନ୍ ଡ୍ୟାମ୍‌ରେ ଥିବା ଜଳବିଦ୍ୟୁତ କେନ୍ଦ୍ର, ଅନ୍ୟାନ୍ୟ ଇନ୍ଧନଚାଳିତ ବିଦ୍ୟୁତ୍ କେନ୍ଦ୍ରଗୁଡ଼ିକ ସହାୟତାରେ ହସ୍ପିଟାଲ ଏବଂ ଜଳବିଦ୍ୟୁତ କେନ୍ଦ୍ର ଭଳି ସମ୍ବେଦନଶୀଳ ଏବଂ ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକୁ ବିଦ୍ୟୁତ୍ ଯୋଗାଣ ଜାରି ରହିଛି।

ଆକ୍ରମଣ ପରେ ଗ୍ୟାସ୍ ଉତ୍ପାଦନ ଅସ୍ଥାୟୀ ଭାବରେ ବନ୍ଦ କରାଯାଇଛି।

କ୍ଷୟକ୍ଷତିର ସରକାରୀ ଆକଳନ ପ୍ରକାଶିତ ହୋଇନାହିଁ ଅଲ୍ ଜଜିରା ଅନୁଯାୟୀ, କୁର୍ଦ୍ଦିଶ ସୁରକ୍ଷା ବାହିନୀ ଡ୍ରୋନ୍ ଆକ୍ରମଣକୁ ନିଶ୍ଚିତ କରିଛନ୍ତି।

କୌଣସି ଗୋଷ୍ଠୀ ଆନୁଷ୍ଠାନିକ ଭାବରେ ଆକ୍ରମଣ ପାଇଁ ନିଜକୁ ଦାୟୀ କରିନାହାନ୍ତି।

କ୍ଷୟକ୍ଷତିର ସରକାରୀ ଆକଳନ ଏପର୍ଯ୍ୟନ୍ତ ପ୍ରକାଶିତ ହୋଇନାହିଁ।

ଖୋର୍-ମୋର୍ ହେଉଛି କୁର୍ଦିସ୍ତାନ ଅଞ୍ଚଳର ତାପଜ ବିଦ୍ୟୁତ୍ କେନ୍ଦ୍ର ପାଇଁ ଏକ ଶକ୍ତି ଜୀବନରେଖା।

ସାମ୍ପ୍ରତିକ ବର୍ଷଗୁଡ଼ିକରେ ଏହା ଉପରେ ଡ୍ରୋନ୍ ଏବଂ ରକେଟ୍ ଦ୍ୱାରା ଅନେକ ଥର ଆକ୍ରମଣ କରାଯାଇଛି।

ଫଳରେ ଦେଶର ବହୁ ଅଞ୍ଚଳରେ ବିଦ୍ୟୁତ୍ ଯୋଗାଣରେ ବାଧା ସୃଷ୍ଟି ହୋଇଛି।

କୁର୍ଦ୍ଦିଶ ଅଧିକାରୀ ଏବଂ ତେହେରାନ ମଧ୍ୟରେ ଉଚ୍ଚସ୍ତରୀୟ ସୁରକ୍ଷା ଆଲୋଚନା ଚାଲିଥିବା ସମୟରେ ଶକ୍ତି କେନ୍ଦ୍ର ଉପରେ ଏହି ଆକ୍ରମଣ ହୋଇଛି।

Controversy: ଭାରତକୁ ବଦନାମ କରିବା ପାଇଁ ଚୀନ୍‌ର ଷଡ଼ଯନ୍ତ୍ର: ଢାକା ବସ୍ତିକୁ ଦିଲ୍ଲୀ ବୋଲି ଦର୍ଶାଉଛନ୍ତ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)