ଏକ କୋଟିର ମଇଁଷି

Nov 27, 2026 - 16:10
ଏକ କୋଟିର ମଇଁଷି

 

ମାତ୍ର ୨ ଫୁଟ ଉଚ୍ଚତା ବିଶିଷ୍ଟ ଏକ ମଇଁଷିର ଦାମ ୧ କୋଟି ଟଙ୍କା ଧାର୍ଯ୍ୟ କରାଯାଇଥିବା ନେଇ ପୁଷ୍କର ମେଳାରେ ବେଶ ଚର୍ଚ୍ଚା ହୋଇଛି । ପ୍ରାୟ ୩ ବର୍ଷ ବୟସ୍କା ଏହି ମଇଁଷିର ନାମ ‘ପିଙ୍କି’ ହୋଇଥିବା ବେଳେ ତାକୁ ଦେଖିବା ଏବଂ ସେଲଫି ନେବା ପାଇଁ ମେଳାରେ ପର୍ଯ୍ୟଟକଙ୍କ ଭିଡ଼ ଜମିଥିଲା । ମାଲିକ ଏହାକୁ ବିଶ୍ୱର ସବୁଠାରୁ କ୍ଷୁଦ୍ରତମ ମଇଁଷି ବୋଲି ଦାବି କରିଛନ୍ତି । ମହାରାଷ୍ଟ୍ରର ଥାଣେରୁ ପ୍ରାୟ ୧,୧୦୦ କିଲୋମିଟର ଯାତ୍ରା କରି ପିଙ୍କିକୁ ଏହି ମେଳାକୁ ଅଣାଯାଇଥିବା ବେଳେ, ଏହାର କ୍ଷୁଦ୍ର ଆକାର କୌଣସି ନିର୍ଦ୍ଦିଷ୍ଟ ପ୍ରଜାତି ଯୋଗୁଁ ନୁହେଁ ବରଂ ସ୍ୱାଭାବିକ ବୋଲି ମାଲିକ ସୋହିଲ ସକିଲ କହିଛନ୍ତି । ଏକ ଫାର୍ମ ଚଳାଉଥିବା ସୋହିଲଙ୍କ କହିବା ଅନୁଯାୟୀ ପିଙ୍କିର ମା’ ମଧ୍ୟ ମାତ୍ର ୩ ଫୁଟ ଉଚ୍ଚ ଥିଲା । ପିଙ୍କିକୁ ସାଧାରଣ ଖାଦ୍ୟ, ସଫା ପାଣି ଏବଂ ପର୍ଯ୍ୟାପ୍ତ ବିଶ୍ରାମ ଦିଆଯିବା ସହ ଉଚ୍ଚ ଶବ୍ଦଠାରୁ ଦୂରେଇ ରଖାଯାଇ ବିଶେଷ ଯତ୍ନ ନିଆଯାଉଛି । ଏହି ମେଳାରେ ବଡ଼ ଘୋଡ଼ା ଏବଂ ବୃହଦାକାର ମଇଁଷି ମଧ୍ୟ ଦେଖିବାକୁ ମିଳିଥିଲେ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)