ଅସ୍ତରଙ୍ଗ ବିଡିଓଙ୍କ ନାଁରେ ସ୍ୱାଧିକାର ଭଙ୍ଗ ନୋଟିସ୍

Nov 27, 2026 - 13:18
ଅସ୍ତରଙ୍ଗ ବିଡିଓଙ୍କ ନାଁରେ ସ୍ୱାଧିକାର ଭଙ୍ଗ ନୋଟିସ୍

ଭୁବନେଶ୍ୱର : ଅସ୍ତରଙ୍ଗ ବିଡିଓଙ୍କ ନାଁରେ ସ୍ୱାଧିକାର ଭଙ୍ଗ ନୋଟିସ୍ ଆଣିଲେ କାକଟପୁର ବିଧାୟକ ତୁଷାରକାନ୍ତି ବେହେରା । ବିଧାୟକଙ୍କ ସୁପାରିସରେ ମଞ୍ଜୁର ହୋଇଥିବା ୯ ଟି ପ୍ରକଳ୍ପକୁ ବଦଳାଇବା ଅଭିଯୋଗ ହୋଇଛି । ବିଧାୟକ ତୁଷାରକାନ୍ତି ବେହେରା ଏନେଇ ବିଧାନସଭାରେ ଆପତ୍ତି କରିଥିଲେ । ବିଡିଓଙ୍କ ବିରୋଧରେ ଅଣାଯାଇଥିବା ନୋଟିସ୍ ଅନୁଧ୍ୟାନ କରିବେ ବାଚସ୍ପତି ସୁରମା ପାଢୀ ।

ବିଧାୟକଙ୍କ ସୁପାରିସରେ ମଞ୍ଜୁର ହୋଇଥିବା ଜନହିତକର ପ୍ରକଳ୍ପକୁ କିଏ ବଦଳାଇଲା ? କେଉଁ ଆଧାରରେ ବଦଳିଲା ପ୍ରକଳ୍ପର ରୂପରେଖ ? ଜନପ୍ରତିନିଧିଙ୍କୁ ଅନ୍ଧାରରେ ରଖି କିଏ ନେଲା ନିଷ୍ପତ୍ତି? ଏହାକୁ ନେଇ ଏବେ ବିଧାନସଭାରେ କାକଟପୁର ବିଧାୟକ ତୁଷାରକାନ୍ତି ବେହେରା ସ୍ୱାଧିକାର ଭଙ୍ଗ ପ୍ରସଙ୍ଗ ଉଠାଇଥିଲେ । 

ବିଧାୟକଙ୍କ ଅଭିଯୋଗ ଅନୁସାରେ, 'ବିକଶିତ ଗାଁ, ବିକଶିତ ଓଡ଼ିଶା' ଯୋଜନାରେ ତାଙ୍କ ସୁପାରିସ କ୍ରମେ ଜନସ୍ୱାର୍ଥ ଦୃଷ୍ଟିରୁ ଅନୁମୋଦିତ ହୋଇଥିବା ୯ଟି ପ୍ରକଳ୍ପକୁ ବିଡିଓ ଏକପାଖିଆ ଭାବେ ପରିବର୍ତ୍ତନ କରିଛନ୍ତି । ଏଥିପାଇଁ ମିଥ୍ୟା ଓ ଭ୍ରମାତ୍ମକ କାରଣ ଦର୍ଶାଯାଇଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି । 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)