ମନ ବୁଝୁଛି ରୋବଟ

Nov 27, 2026 - 16:10
ମନ ବୁଝୁଛି ରୋବଟ

 

ପରୀକ୍ଷାଗାରରେ ବିକଶିତ ମାନବ ମସ୍ତିଷ୍କ କୋଷ ସହାୟତାରେ ପରିଚାଳିତ ହେଉଥିବା ‘ଆଇରିସ୍’ ନାମକ ଏକ ରୋବଟ୍ ଏବେ ବିଜ୍ଞାନ ଜଗତରେ ନୂଆ ଚର୍ଚ୍ଚା ସୃଷ୍ଟି କରିଛି । ଯାହା ନିଜ ସମ୍ମୁଖରେ ଥିବା ବ୍ୟକ୍ତିଙ୍କ ମୁଖଭଙ୍ଗୀ ଦେଖି ନିଜର ପ୍ରତିକ୍ରିୟା ବଦଳାଇବା ସହ କେହି କଥା ହେଲେ ପ୍ରତିକ୍ରିୟା ଦେଇଥାଏ ଏବଂ ଅଣଦେଖା କରାଗଲେ ତାହାର ପ୍ରତିକ୍ରିୟା କମ୍ ହୋଇଯାଏ । ଆମେରିକୀୟ ରୋବୋଟିକ୍ସ କମ୍ପାନୀ ‘ଓପନ୍‌ମାଇଣ୍ଡ’  ଏବଂ ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟର ବାୟୋ - ଇଞ୍ଜିନିୟର ତଥା ପ୍ରତିଷ୍ଠାତା ଜନ୍ ଲିଫାର୍ଟଙ୍କ ଦ୍ୱାରା ଏହାକୁ ନିର୍ମିତ କରାଯାଇଛି । ଏହି ରୋବଟରେ ଷ୍ଟେମ୍ ସେଲ୍ ବ୍ୟବହାର କରି ଅଷ୍ଟ୍ରେଲିଆ ଏବଂ ସ୍ୱିଜରଲ୍ୟାଣ୍ଡର ଦୁଇଟି ପରୀକ୍ଷାଗାରରେ ପ୍ରସ୍ତୁତ ମାନବ ମସ୍ତିଷ୍କ କୋଷ ସଂଯୋଗ କରାଯାଇଛି । ଯେଉଁଥିରେ ଗୋଟିଏ ଲ୍ୟାବ୍ କୋଷର ସ୍ତର ଏବଂ ଅନ୍ୟଟି କ୍ଷୁଦ୍ର ୩ଡି କ୍ଲଷ୍ଟର ବିକଶିତ କରିଛି । ଆଇରିସର କ୍ୟାମେରା ସମ୍ମୁଖରେ ଥିବା ବସ୍ତୁଗୁଡ଼ିକର ଦୃଶ୍ୟ କଏଦ କରି ମସ୍ତିଷ୍କ କୋଷକୁ ପଠାଇଥାଏ । ସେଠାରୁ ମିଳୁଥିବା ସଙ୍କେତ ଆଧାରରେ ରୋବଟଟି କାର୍ଯ୍ୟ କରେ । ପ୍ରାୟ ୫୦,୦୦୦ ସିଗନାଲ୍ ଟ୍ରାନ୍ସମିସନ୍ ପରୀକ୍ଷଣରେ ଏହି କୋଷଗୁଡ଼ିକ ୯୪% ପର୍ଯ୍ୟନ୍ତ ସଠିକତା ପ୍ରଦର୍ଶନ କରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଏହି ରୋବଟ୍ ମଣିଷ ଭଳି ଚିନ୍ତା କିମ୍ବା ଅନୁଭବ କରିବାକୁ ସକ୍ଷମ ହୋଇନାହିଁ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)