ବାଲିଯାତ୍ରାରେ ବ୍ୟାରିକେଡ଼ କୁ ନେଇ ତାତିଲେ ବ୍ୟବସାୟୀ

Nov 27, 2026 - 15:34
ବାଲିଯାତ୍ରାରେ ବ୍ୟାରିକେଡ଼ କୁ ନେଇ ତାତିଲେ ବ୍ୟବସାୟୀ

କଟକ : ବାଲିଯାତ୍ରା ସ୍ଥଳରେ ପୁଣି ଉତ୍ତେଜନା । ବାଲିଯାତ୍ରା ପଡିଆରେ ପୋଲିସ ଏବଂ ପ୍ରଶାସନ ପକ୍ଷରୁ ଲଗାଯାଇଥିବା ମାତ୍ରାଧିକ ବ୍ୟାରିକେଡ଼କୁ ନେଇ ଉଭୟ ଦର୍ଶକ ଏବଂ ବ୍ୟବସାୟୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ମାତ୍ରାଧିକ କଟକଣା ପାଇଁ ବ୍ୟବସାୟ ପ୍ରଭାବିତ ହେଉଥିବା ଅଭିଯୋଗ କରି ବାଲିଯାତ୍ରା ପଡ଼ିଆ ସ୍ୱାଗତ ତୋରଣ ସମ୍ମୁଖରେ ରାସ୍ତା ଅବରୋଧ କରାଯାଇଛି । ଫଳରେ ସେହି ରାସ୍ତାରେ ଯାତାୟାତ ପ୍ରଭାବିତ ହୋଇଛି ।

ବ୍ୟବସାୟୀଙ୍କ ଅଭିଯୋଗ ଅନୁସାରେ, ପଡ଼ିଆର ବିଭିନ୍ନ ପ୍ରବେଶ ପଥ ଏବଂ ଷ୍ଟଲ୍‌ ସମ୍ମୁଖରେ ବ୍ୟାରିକେଡ୍ ଲଗାଇ ରାସ୍ତା ବନ୍ଦ କରିଦିଆଯିବାରୁ ଗ୍ରାହକମାନେ ଷ୍ଟଲ୍‌ ନିକଟକୁ ସହଜରେ ପହଞ୍ଚି ପାରୁନାହାନ୍ତି, ଯାହାଫଳରେ ବେପାର ମାନ୍ଦା ହେଉଥିବା ବ୍ୟବସାୟୀମାନେ ଅଭିଯୋଗ କରିଛନ୍ତି । 

ସାଧାରଣ ଲୋକ ଓ ଗ୍ରାହକଙ୍କୁ ବ୍ୟାରିକେଡ୍‌ ପଛରେ ଘଣ୍ଟା ଘଣ୍ଟା ଧରି ଅଟକାଇ ରଖାଯାଉଥିବା ବେଳେ କେବଳ ଭିଆଇପି (VIP) ମାନଙ୍କ ଯାତାୟାତ ପାଇଁ ସ୍ୱତନ୍ତ୍ର ସୁବିଧା କରାଯାଉଥିବାରୁ ଉତ୍ତେଜନା ବଢ଼ିଛି । ମେଳାର ତୃତୀୟ ସନ୍ଧ୍ୟାରେ ପ୍ରବଳ ଭିଡ଼ ଜମିବା ସହ ଯାତାୟାତ ବାଧାପ୍ରାପ୍ତ ହେବାରୁ ଉତ୍ତ୍ୟକ୍ତ ଦର୍ଶକ ଓ ଲୋକମାନେ ପୋଲିସ ବ୍ୟାରିକେଡ୍‌ ଭାଙ୍ଗି ଆଗକୁ ମାଡ଼ିଯାଇଥିଲେ । 

ବ୍ୟବସାୟୀଙ୍କ କହିବା ଅନୁଯାୟୀ, ମେଳାକୁ ଆସୁଥିବା ଲୋକଙ୍କ ଯାତାୟାତ ଏବଂ ସୁରକ୍ଷା ପାଇଁ ବ୍ୟବସ୍ଥା କରାଯିବା ନିଶ୍ଚିତ ଆବଶ୍ୟକ । କିନ୍ତୁ ଏହା ନାଁରେ ଅତ୍ୟଧିକ କଟକଣା ଲଗାଇବା ଯୋଗୁଁ ସେମାନଙ୍କ ବ୍ୟବସାୟ ବାଧାପ୍ରାପ୍ତ ହେଉଛି । ତେଣୁ ବ୍ୟାରିକେଡିଂ ବ୍ୟବସ୍ଥାରେ ପରିବର୍ତ୍ତନ କରିବା ସହ ଗ୍ରାହକଙ୍କ ପାଇଁ ଦୋକାନକୁ ଯିବା ଆସିବା ସହଜ କରିବାକୁ ସେମାନେ ଦାବି କରିଛନ୍ତି ।

ଚଳିତ ବର୍ଷ ବାଲିଯାତ୍ରା ଆରମ୍ଭରୁ ପ୍ଲଟ୍ ଆବଣ୍ଟନରେ ପକ୍ଷପାତିତା ଏବଂ ଅଧିକ ଦରକୁ ନେଇ ବ୍ୟବସାୟୀ ସଂଘ ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଥିଲା । ଆଉ ଏବେ ବ୍ୟାରିକେଡ୍‌କୁ ନେଇ ବ୍ୟବସାୟୀ ତୀବ୍ର ବିରୋଧ କରୁଛନ୍ତି । ବ୍ୟାରିକେଡ୍‌କୁ ନେଇ ଗତକାଲି ବି ଦର୍ଶକମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)