ଇରାନର ୪୮ ଘଣ୍ଟିଆ ଚରମବାଣୀ, ଆମେରିକାକୁ ଧମକ

Nov 09, 2026 - 13:39
ଇରାନର ୪୮ ଘଣ୍ଟିଆ ଚରମବାଣୀ, ଆମେରିକାକୁ ଧମକ

ନନ୍ଦିଘୋଷ ବ୍ୟୁରୋ: ଆମେରିକାକୁ ଇରାନର ୪୮ ଘଣ୍ଟିଆ ମହଲତ। ଯୁଦ୍ଧ ବନ୍ଦ କର, ହର୍ମୁଜ୍ ପ୍ରଣାଳୀ ଖୋଲିଦେବୁ। ନଚେତ୍ ସାମରିକ ଆକ୍ରମଣର ସାମ୍ନା କରିବାକୁ ପ୍ରସ୍ତୁତ ରୁହ। ଏଭଳି କଡ଼ା ଚେତାବନୀ ଦେଇଛନ୍ତି ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚି। ଆମେରିକା ଆଗରେ ଦୁଇଟି ବିକଳ୍ପ ରଖିଛି ତେହେରାନ। ଗୋଟିଏ ପଟେ ଶାନ୍ତି ଆଲୋଚନା, ଅନ୍ୟପଟେ ଯୁଦ୍ଧର ଭୟଙ୍କର ପରିଣାମ।

ଇରାନର ସରକାରୀ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଆରାଘଚି କହିଛନ୍ତି, ଆମେରିକା ଯଦି ସମସ୍ତ ମୋର୍ଚ୍ଚାରେ ଯୁଦ୍ଧବିରତି ସର୍ତ୍ତକୁ ଗ୍ରହଣ କରେ, ତେବେ ମାତ୍ର ୪୮ ଘଣ୍ଟା ମଧ୍ୟରେ ବାଣିଜ୍ୟିକ ଜାହାଜ ଚଳାଚଳ ପାଇଁ ହର୍ମୁଜ୍ ପ୍ରଣାଳୀ ଖୋଲିଦିଆଯିବ। ଆମେରିକୀୟ ଭୋଟର ନିଜ ନିଷ୍ପତ୍ତି ଶୁଣାଇ ସାରିଛନ୍ତି, ଏବେ ହ୍ୱାଇଟ୍ ହାଉସ୍‌କୁ ମଧ୍ୟ ନିଜ ନିଷ୍ପତ୍ତି ନେବାକୁ ପଡ଼ିବ ବୋଲି ସେ କହିଛନ୍ତି।

ଅନ୍ୟପଟେ, ଇରାନର ଏହି ସର୍ତ୍ତକୁ ଅବାସ୍ତବ କହି ଖାରଜ କରିଛି ଆମେରିକା। ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଇରାନର ଦାବିକୁ ଅବାସ୍ତବ ବୋଲି କହିଛନ୍ତି। କୂଟନୈତିକ ଆଲୋଚନା ଜରିଆରେ ବିବାଦର ସମାଧାନ ଚାହୁଁଥିଲେ ମଧ୍ୟ ତୁରନ୍ତ କୌଣସି ଚୁକ୍ତି ହେବାର ସମ୍ଭାବନା କମ୍ ରହିଛି।

ସେପଟେ, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଆଲୋଚନା ଆଗକୁ ବଢ଼ିଲେ ଇରାନ ଉପରେ ପୁଣିଥରେ ଆକ୍ରମଣ କରିବାର ଆବଶ୍ୟକତା ନ ପଡ଼ିପାରେ। ତେବେ ଇରାନର ସର୍ତ୍ତ ଓ ଆମେରିକାର ଆଭିମୁଖ୍ୟ ମଧ୍ୟରେ ବିବାଦର ସମାଧାନ କେବେ ହେବ, ତାହାକୁ ନେଇ ଏବେ ବଢ଼ିଛି ଉତ୍କଣ୍ଠା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)