Diwali: Delhi-NCR's: ଦିପାବଳୀ ପରେ କେତେଦିନ ରହେ ବାୟୁ ପ୍ରଦୂଷଣ? ୧୦ ବର୍ଷର ତଥ୍ୟ ଦେଖିଲେ ହେବେ ଆଶ୍ଚର୍ଯ୍ୟ
ନୂଆଦିଲ୍ଲୀ: ଦିପାବଳୀ ପରେ ଦିଲ୍ଲୀ-ଏନ୍ସିଆର୍ ସମେତ ଉତ୍ତର ଭାରତରେ ବାୟୁ ପ୍ରଦୂଷଣର ସ୍ଥିତି ଅତ୍ୟନ୍ତ ଖରାପ ହୋଇଯାଏ।
ଅନେକ ସମୟରେ ୩ରୁ ୭ ଦିନ ପର୍ଯ୍ୟନ୍ତ ବାୟୁର ଗୁଣବତ୍ତା ଖରାପ ରେ ରହିଥାଏ।
ଗାଡ଼ିମୋଟରରୁ ବାହାରୁଥିବା ଧୂଆଁ, ନଡ଼ାପୋଡ଼ି ଓ ବାଣ ଫୁଟାଇବା ଯୋଗୁଁ ପ୍ରଦୂଷଣ ଆହୁରି ବଢ଼ିଯାଏ।
ଶୀତ ଆରମ୍ଭରେ ପବନର ବେଗ କମ୍ ରହିବା ସହ ବାୟୁ ଚଳାଚଳ ଦୁର୍ବଳ ହୋଇଥାଏ।
ଫଳରେ ପ୍ରଦୂଷିତ କଣିକାଗୁଡ଼ିକ ଉପରକୁ ଉଠି ଦୂରକୁ ଯାଇପାରନ୍ତି ନାହିଁ।
ଏହା ଭୂପୃଷ୍ଠ ନିକଟରେ ଜମା ହୋଇ ରହିଥାଏ।
Advertisment ଦିପାବଳୀ ପରେ ଏକ୍ୟୁଆଇ ତଥ୍ୟ କ'ଣ କହୁଛି?
କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ତଥ୍ୟ ଅନୁସାରେ, ଚଳିତ ଦିପାବଳୀ ପରେ ଦିଲ୍ଲୀର ବାୟୁର ମାନ ଦ୍ରୁତ ଗତିରେ ଖରାପ ହୋଇଛି।
ଅନେକ ସ୍ଥାନରେ ଏକ୍ୟୁଆଇ ୪୦୦ ଅତିକ୍ରମ କରି ଗମ୍ଭୀର ଶ୍ରେଣୀରେ ପହଞ୍ଚିଛି।
ଗତ ୧୦ ବର୍ଷର ତଥ୍ୟ ଉପରେ ନଜର ପକାଇଲେ ଜଣାପଡ଼େ: - ୨୦୨୬: ଦିପାବଳୀ ସନ୍ଧ୍ୟାରେ ଏକ୍ୟୁଆଇ ୩୬୯ ଥିବାବେଳେ ପରଦିନ ଅନେକ ସ୍ଥାନରେ ୪୫୦ ଅତିକ୍ରମ କରିଥିଲା। - ୨୦୨୫: ଏକ୍ୟୁଆଇ ୩୫୧ ରେକର୍ଡ ହୋଇଥିଲା। - ୨୦୨୪: ଏକ୍ୟୁଆଇ ୩୬୦ ରହିଥିଲା। - ୨୦୨୩: ଏକ୍ୟୁଆଇ ୩୫୮ ଥିଲା। - ୨୦୨୨: ଏକ୍ୟୁଆଇ ୩୦୩ ରହିଥିଲା। - ୨୦୨୧: ଏକ୍ୟୁଆଇ ୪୬୨ ରେକର୍ଡ ହୋଇଥିଲା। - ୨୦୨୦: ଏକ୍ୟୁଆଇ ୪୩୫ ରହିଥିଲା। - ୨୦୧୯: ଏକ୍ୟୁଆଇ ୩୬୮ ଥିଲା। - ୨୦୧୮: ଏକ୍ୟୁଆଇ ୩୯୦ ରେକର୍ଡ ହୋଇଥିଲା। - ୨୦୧୭: ଏକ୍ୟୁଆଇ ୪୦୩ ରହିଥିଲା। - ୨୦୧୬: ଏକ୍ୟୁଆଇ ୪୪୫ ଥିବାବେଳେ ପରେ ୪୮୦ ଅତିକ୍ରମ କରିଥିଲା।
ବାୟୁରେ ପ୍ରଦୂଷଣ ଜମା ହୋଇ ରହିବାର ପ୍ରମୁଖ କାରଣ ହେଉଛି ତାପମାତ୍ରାର ବିପରୀତ ସ୍ଥିତି ବା ଟେମ୍ପରେଚର ଇନଭର୍ସନ।
ଅକ୍ଟୋବର ଓ ନଭେମ୍ବରରେ ତାପମାତ୍ରା କମିବା ଯୋଗୁଁ ଥଣ୍ଡା ଓ ଘନ ବାୟୁ ଭୂପୃଷ୍ଠ ନିକଟରେ ଜମା ହୋଇ ରହେ।
ଫଳରେ ବାଣ ଓ ଗାଡ଼ିର ଧୂଆଁ ଉପରକୁ ଯାଇପାରେ ନାହିଁ।ଦ୍ୱିତୀୟ କାରଣ ହେଉଛି ପବନର ବେଗ କମ୍ ରହିବା।
ପବନର ବେଗ ଘଣ୍ଟା ପ୍ରତି ୧୦ କିଲୋମିଟରରୁ କମ୍ ରହିଲେ ଏବଂ ଭେଣ୍ଟିଲେସନ୍ ଇଣ୍ଡେକ୍ସ ୬୦୦୦ ବର୍ଗମିଟର ପ୍ରତି ସେକେଣ୍ଡରୁ ତଳକୁ ଖସିଲେ ପ୍ରଦୂଷଣ ଦୂର ହେବାକୁ ଅଧିକ ସମୟ ଲାଗିଥାଏ।
ତୃତୀୟ କାରଣ ହେଉଛି ଏକାଧିକ ଉତ୍ସରୁ ପ୍ରଦୂଷଣ।
ଦିପାବଳୀ ପରେ ପଞ୍ଜାବ ଓ ହରିୟାଣାରେ ନଡ଼ାପୋଡ଼ି ବଢ଼ିଥାଏ।
ଏହାର ଧୂଆଁ ବାଣ ଓ ଯାନବାହନର ଧୂଆଁ ସହ ମିଶି ବାୟୁକୁ ଆହୁରି ବିଷାକ୍ତ କରିଦିଏ।
ପାଣିପାଗ ଓ ପ୍ରଦୂଷଣର ରହିଛି ସମ୍ପର୍କ ପ୍ରତିବର୍ଷ ଦିପାବଳୀ ପରେ ପ୍ରଦୂଷଣର ମାତ୍ରା ସମାନ ରହିନଥାଏ।
ବର୍ଷା ଓ ଜୋର୍ରେ ପବନ ବହିଲେ ପ୍ରଦୂଷଣ କମିଥାଏ।
କିନ୍ତୁ ପାଗ ଶାନ୍ତ ରହିବା ଏବଂ ଏକାଧିକ ଉତ୍ସରୁ ଧୂଆଁ ବାହାରିବା ଯୋଗୁଁ ଦୀର୍ଘ ସମୟ ଧରି ବାୟୁ ପ୍ରଦୂଷିତ ରହିଥାଏ।
ଆତ୍ମସମର୍ପଣ କରିବେ ପୂର୍ବତନ ରାଜ୍ୟସଭା ସାଂସଦ ଏନ୍.
ଭାସ୍କର ରାଓ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
