ସାମିଙ୍କୁ କଟାକ୍ଷ କଲେ ହସିନ୍‌ ଜହାଁ, କହିଲେ ‘କର୍ମର ଫଳ’

Nov 09, 2026 - 17:09
ସାମିଙ୍କୁ କଟାକ୍ଷ କଲେ ହସିନ୍‌ ଜହାଁ, କହିଲେ ‘କର୍ମର ଫଳ’

ନନ୍ଦିଘୋଷବ୍ୟୁର:  ଭାରତୀୟ କ୍ରିକେଟ୍ ଦଳର ଅଭିଜ୍ଞ ଦ୍ରୁତ ବୋଲର୍ ମହମ୍ମଦ ସାମି ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ନଭେମ୍ବର ୬ ତାରିଖରେ ନିଜ ଫାର୍ମହାଉସ୍‌ରୁ ଏକ ଭାବପ୍ରବଣ ଭିଡିଓ ସେୟାର କରି ଧଳା ଜର୍ସିକୁ ଅଲବିଦା କହିଛନ୍ତି ସାମି। ୬୪ଟି ଟେଷ୍ଟ ମ୍ୟାଚ୍ ଖେଳି ୨୨୯ଟି ୱିକେଟ୍ ନେଇଥିବା ସାମି ଟେଷ୍ଟରୁ ସନ୍ନ୍ୟାସ ନେଇଥିଲେ ମଧ୍ୟ ଦିନିକିଆ ଓ ଟି-୨୦ କ୍ରିକେଟ୍ ଖେଳିବା ଜାରି ରଖିବେ ।

ତେବେ ସାମିଙ୍କ ଅବସର ପରେ ଚର୍ଚ୍ଚାକୁ ଆସିଛନ୍ତି ତାଙ୍କ ପତ୍ନୀ ହସିନ୍ ଜାହାଁ। ସାମିଙ୍କ ଅବସରକୁ ନେଇ ସେ ଦେଇଛନ୍ତି ଏକ ବିବାଦୀୟ ବୟାନ। ହସିନ୍‌ଙ୍କ କହିବା ଅନୁସାରେ, ସାମି ନିଜ ଇଚ୍ଛାରେ ଟେଷ୍ଟ କ୍ରିକେଟ୍ ଛାଡ଼ିନାହାନ୍ତି, ବରଂ ତାଙ୍କ ଉପରେ ଈଶ୍ୱରଙ୍କ କୋପ ବର୍ଷିଛି। ଭଲ ପ୍ରଦର୍ଶନ ଓ ପ୍ରଶଂସକଙ୍କ ଭଲପାଇବା ପାଇ ସାମି ନିଜକୁ ଭଗବାନ ଭାବିବାକୁ ଲାଗିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି। ମଣିଷର ପ୍ରକୃତ ପରିଚୟ ତା’ର ସଫଳତାରେ ନୁହେଁ, ବରଂ ମାନବିକତାରେ ଥାଏ ବୋଲି କହିଛନ୍ତି ହସିନ୍।

କେବଳ ଏତିକି ନୁହେଁ, ସାମିଙ୍କ ବୟସକୁ ନେଇ ମଧ୍ୟ ସେ ଅଭିଯୋଗ ଆଣିଛନ୍ତି। ହସିନ୍‌ଙ୍କ ଦାବି ଅନୁସାରେ, ସାମିଙ୍କ ପ୍ରକୃତ ଜନ୍ମବର୍ଷ ୧୯୮୨ ହୋଇଥିବା ବେଳେ କାଗଜପତ୍ରରେ ୧୯୯୦ ଦର୍ଶାଯାଇଛି। ବୟସକୁ ନେଇ ଏହି ବିବାଦ ଯୋଗୁଁ ବିସିସିଆଇ ତାଙ୍କୁ ଟେଷ୍ଟ କ୍ରିକେଟରେ ଉଚିତ୍ ଗୁରୁତ୍ୱ ଦେଇନଥିବା ମଧ୍ୟ ସେ କହିଛନ୍ତି। ଏହାକୁ ସାମିଙ୍କ କର୍ମର ଫଳ ବୋଲି ମହିଛନ୍ତି ହସିନ୍‌ ।

ଏହାସହ ହସିନ୍‌  ଆହୁରି ମଧ୍ୟ କହିଛନ୍ତି ସାମି କିମ୍ବା ତାଙ୍କ ପରିବାରର କୌଣସି ସଦସ୍ୟ ନିର୍ବାଚନ ଲଢ଼ିଲେ, ସେ ସେମାନଙ୍କ ବିରୋଧରେ ନିର୍ବାଚନ ମଇଦାନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି । ବର୍ତ୍ତମାନ ସାମିଙ୍କ ଅବସର ଅପେକ୍ଷା ହସିନ୍‌ଙ୍କ ଏହି ବୟାନକୁ ନେଇ ଅଧିକ ଚର୍ଚ୍ଚା ଜୋର ଧରିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)