୯ ଲକ୍ଷ ସରକାରୀ ଅର୍ଥ ହେରଫେର ମାମଲାରେ ବଡ଼ ରାୟ

Sep 03, 2026 - 17:10
୯ ଲକ୍ଷ ସରକାରୀ ଅର୍ଥ ହେରଫେର ମାମଲାରେ ବଡ଼ ରାୟ

ନନ୍ଦିଘୋଷ ବ୍ୟୁରୋ : ୯ ଲକ୍ଷ ସରକାରୀ ଅର୍ଥ ହେରଫେର ମାମଲାରେ ବଡ଼ ରାୟ। ପୂର୍ବତନ ଜିଲ୍ଲାପାଳଙ୍କ ସମେତ ୩ ଜଣଙ୍କୁ ୧ ବର୍ଷ ଜେଲ୍। ପୂର୍ବତନ ଜିଲ୍ଲାପାଳ ନିତ୍ୟାନନ୍ଦ ମହାନ୍ତି ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ସେହିପରି ପୂର୍ବତନ PD, DRDA ସୂର୍ଯ୍ୟନାରାୟଣ ଦାସ ଓ ତତ୍କାଳୀନ ପରିବହନ ଠିକାଦାର ସତ୍ୟାନନ୍ଦ ବଳସାମନ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଢେଙ୍କାନାଳ ଭିଜିଲାନ୍ସ କୋର୍ଟ। ୩ ଜଣଙ୍କୁ ୧ ବର୍ଷର କଠୋର କାରାଦଣ୍ଡ ସହ ଜରିମାନା କରିଛନ୍ତି କୋର୍ଟ। ଢେଙ୍କାନାଳ FCI ଗୋଦାମରୁ ଚାଉଳ, ଗହମ ପରିବହନରେ ଅନିୟମିତତା ଅଭିଯୋଗରେ ଏହି ରାୟ ଦେଇଛନ୍ତି କୋର୍ଟ। ସରକାରୀ ଧାର୍ଯ୍ୟ ଦର ବଦଳରେ ଅଧିକ ଦରରେ ଟଙ୍କା ପ୍ରଦାନ ସାଙ୍ଗକୁ Hand Quotation ମାଧ୍ୟମରେ ନିୟମ ଉଲ୍ଲଂଘନ ଅଭିଯୋଗ ହୋଇଥିଲା। ଏହି ଆର୍ଥିକ କ୍ଷତିର ପରିମାଣ ପ୍ରାୟ ୯ ଲକ୍ଷ ଟଙ୍କା ହେବ। ରାୟ ପରେ ପୂର୍ବତନ ଜିଲ୍ଲାପାଳଙ୍କ ପେନସନ୍ ବନ୍ଦ ପାଇଁ ସରକାରଙ୍କୁ ଭିଜିଲାନ୍ସ କୋର୍ଟ ସୁପାରିଶ କରିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)