ଅସ୍ତିତ୍ୱ ହରାଇଛି ଐତିହାସିକ କୃଷ୍ଣନଗର ଚିନି କଳ, ଚିନ୍ତାରେ ଚାଷୀ

Oct 30, 2026 - 18:59
ଅସ୍ତିତ୍ୱ ହରାଇଛି ଐତିହାସିକ କୃଷ୍ଣନଗର ଚିନି କଳ, ଚିନ୍ତାରେ ଚାଷୀ

ନନ୍ଦିଘୋଷ ବ୍ୟୁରୋ: ଭୂତକୋଠି ପାଲଟିଛି ଐତିହାସିକ କୃଷ୍ଣନଗର ଚିନି କଳ। ଅଞ୍ଚଳରେ ଚିନି ଉତ୍ପାଦନ ପାଇଁ କାରଖାନା ନଥିବାରୁ ହନ୍ତସନ୍ତ ହେଉଛନ୍ତି ବହୁ ଚାଷୀ। ଢେଙ୍କାନାଳ ଓ ଅନ୍ୟ ଜିଲ୍ଲାକୁ ରପ୍ତାନି ହେଉଛି ହଜାର ହଜାର ଟନ୍ ଆଖୁ । ଫଳରେ ଭାଙ୍ଗିବାରେ ଲାଗିଛି ସ୍ଥାନୀୟ ଆଖୁ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ । ତେବେ ଚିନି କଳର ପୁନରୁଦ୍ଧାର ନେଇ ଦାବି ଜୋର ଧରିଛି।

ସୂଚନା ଅନୁଯାୟୀ, ଯାଜପୁର ଜିଲ୍ଲାର ବରୀ ଏକ ବନ୍ୟା ପ୍ରଭାବିତ ଅଞ୍ଚଳ ହୋଇଥିବାରୁ ଏଠାକାର ଚାଷୀମାନେ ଆଖୁ ଚାଷକୁ ଅଧିକ ଗୁରୁତ୍ବ ଦେଇଥାନ୍ତି। ଏହାକୁ ଦୃଷ୍ଟିରେ ରଖି ୧୯୭୫ ମସିହାରେ ବରୀ ବ୍ଲକର କୃଷ୍ଣନଗର ଠାରେ ଚିନି କଳ ପ୍ରତିଷ୍ଠା ହୋଇଥିଲା । ତେବେ ସେତେବେଳେ ବରୀକୁ ଯାତାୟାତ ପାଇଁ ପର୍ଯ୍ୟାପ୍ତ ସୁବିଧା ନଥିଲା। ଫଳରେ ଚିନି କଳକୁ କଞ୍ଚାମାଲ ଆଣିବା ପାଇଁ ବହୁ ମାତ୍ରାରେ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ୁଥିଲା। କାରଖାନାରେ ଉତ୍ପାଦିତ ଚିନିକୁ ବିକ୍ରି ପାଇଁ ଅନ୍ୟତ୍ର ପଠାଇବା ମଧ୍ୟ କଷ୍ଟସାଧ୍ୟ ହୋଇ ପଡୁଥିଲା। ଫଳରେ ପ୍ରତିଷ୍ଠା ହେବାର ଅଳ୍ପ କିଛି ବର୍ଷ ପରେ ଆର୍ଥିକ ସଙ୍କଟ, ଯାନ୍ତ୍ରିକ୍ ତ୍ରୁଟି, ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବ ଆଦି ବିଭିନ୍ନ କାରଣରୁ ଏହି ଚିନି କଳଟିକୁ ବନ୍ଦ କରିଦିଆ ଯାଇଥିଲା।

୫ ଦଶନ୍ଧି ତଳେ ପ୍ରତିଷ୍ଠା ହୋଇଥିବା ଏହି ଚିନି କଳର ପୁନରୁଦ୍ଧାର ପାଇଁ ଦାବି ଜୋର ଧରିଛି । ବରୀରେ ଯାତାୟାତ ପାଇଁ ଆଉ ପୂର୍ବ ଭଳି ସମସ୍ୟା ନଥିବାରୁ ଚିନି କଳ କାର୍ଯ୍ୟକ୍ଷମ ହେଲେ ଏହା ପୂର୍ବ ପରି କ୍ଷତି ସହିବ ନାହିଁ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି। ଚିନିକଳର ପୁନରୁଦ୍ଧାର ହେଲେ ଆଖୁ ଚାଷୀ ଲାଭବାନ ହେବା ସହ ଅଞ୍ଚଳର ଉନ୍ନତି ହେବ ବୋଲି ମତ ପ୍ରକାଶ ପାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)