ଜମୁଛି କଟକ ଐତିହାସିକ ବାଲିଯାତ୍ରା

Nov 26, 2026 - 21:33
ଜମୁଛି କଟକ ଐତିହାସିକ ବାଲିଯାତ୍ରା

କଟକ: ଝଟକୁଛି ମହାନଦୀର ବିସ୍ତିର୍ଣ୍ଣ ଜଳରାଶି । ସୁନ୍ଦର ଆଲୋକ ସାଙ୍ଗକୁ ନଈର ଜୁଆର ଲୋକଙ୍କୁ ଆକର୍ଷିତ କରୁଛି । କଟକ ଐତିହାସିକ ବାଲିଯାତ୍ରାରେ ମହାନଦୀର ଗଭୀର ଜଳରେ ଲେଜର ଶୋ ଦେଖିବାକୁ ଜମୁଛି ଭିଡ଼ । ପରେ ପରି ଆକର୍ଷଣୀୟ ଆତସବାଜୀ ଦେଖିବାକୁ ଲୋକେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରୁଛନ୍ତି । ବାଲିଯାତ୍ରାର ମୁଖ୍ୟ ଆକର୍ଷଣ ସାଜିଛି ଚଟପଟି ଖାଦ୍ଯର ପସରା । ବିଶେଷ କରି କାର୍ତ୍ତିକ ଯାଇଥିବାରୁ ଆମିଷ ଷ୍ଟଲ ଗୁଡ଼ିକରେ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି । ବ୍ୟବସାୟୀମାନେ ଗ୍ରାହକଙ୍କ ଚାହିଦା ଦେଖି ଲୋକଙ୍କୁ ବିଭିନ୍ନ ଖାଦ୍ଯ ପରସି ଦେଉଛନ୍ତି । ମହିଳାଙ୍କ ପ୍ରମୁଖ ଆକର୍ଷଣ ପାଲଟିଛି ଓରମାସ ମେଳା । ବିଶେଷ କରି ନଡ଼ିଆ କତା, ଫୁଲ କୁଣ୍ଡ, ବାହାର ରାଜ୍ୟରୁ ଆସିଥିବା ଫୁଲାଦାନି, ଘରସଜା ସାମଗ୍ରୀ, ଟେରାକୋଟା ହାଣ୍ଡିର ରହିଛି ଅଧିକ ଚାହିଦା ।

ସର୍ବବୃହତ୍ ମୁକ୍ତାକାଶ ମେଳାର ଅନୁଭୂତି ନେବାକୁ ଦେଶ ବିଦେଶରୁ ବହୁ ପର୍ଯ୍ୟଟକ ଆସୁଛନ୍ତି । ତେଣୁ ଏହାର ସୁରକ୍ଷାକୁ ନେଇ ଉଠିଛି ପ୍ରଶ୍ନ । ମହାନଦୀ କୂଳରେ ଡେରା ଜମାଇଚନ୍ତି ରାଜ୍ୟ ବାହାରର ଅନେକ ଲୋକେ । ଗତକାଲି ପଶ୍ଚିମବଙ୍ଗର ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିଲା । ତେବେ ସେମାନ ଭିକ୍ଷା ବୃତ୍ତି ପାଇଁ ଆସିଛନ୍ତି ବୋଲି କହିଛି ପୋଲିସ । ତେବେ ବାହାର ରାଜ୍ଯର ଲୁଟେରା ବାଲିଯାତ୍ରାର ଚୋରି ଓ ପକେଟମାର କରିପାରନ୍ତି ବୋଲି ଆଶଂକା ପ୍ରକାଶ ପାଇଛି । ଏପରି ହେଲେ ବାଲିଯାତ୍ରାର ଛବି ମଳିନ ହେବ ବୋଲି କହିଛନ୍ତି ମେୟର । ସେପଟେ ଗ୍ରୀନ କରିଡ଼ର କରି କଡ଼ା ନଜର ରଖାଯାଇଛି । ସହରର ପ୍ରବେଶ ପଥ ଗୁଡ଼ିକରେ ୪୭ ଏଡ୍ ପୋଷ୍ଟ ସହ ପ୍ରତି ଦୁଇ ମିନିଟରେ ପୋଲିସ ପଇଁତରା ମାରୁଛି ବୋଲି କହିଛନ୍ତି ଡିସିପି ।

ସଂଧ୍ଯା ନଇଁଲେ ଦୁଲୁକୁଛି ମେଳାର ବୈଷ୍ଣବ ପାଣି ଓ ଅକ୍ଷୟ ମହାନ୍ତି ମଞ୍ଚ । ରାଜ୍ଯ ଓ ରାଜ୍ଯ ବାହାର କଳାକାରଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କ ମନ ମୋହୁଛି ।….

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)