ପଛରେ ନେଇଥିଲେ ଫିସ

Nov 23, 2026 - 16:41
ପଛରେ ନେଇଥିଲେ ଫିସ

 

ଟାଇମ୍ ପତ୍ରିକା ପକ୍ଷରୁ ପ୍ରକାଶିତ 'ଟାଇମ୍ ୧୦୦ ନେକ୍ସଟ୍ ଇଣ୍ଡିଆ ୨୦୨୬' ତାଲିକାରେ ଅଭିନେତ୍ରୀ ସାଇ ପଲ୍ଲବୀ ସ୍ଥାନ ପାଇଛନ୍ତି । ତେବେ ଏହି ଅବସରରେ ତାଙ୍କ ୨୦୨୨ର ଚର୍ଚ୍ଚିତ ଚଳଚ୍ଚିତ୍ର 'ଗାର୍ଗୀ'ର ନିର୍ଦ୍ଦେଶକ ଗୌତମ ରାମଚନ୍ଦ୍ରନ ସାଇଙ୍କ ଅଭିନୟକୁ  ଖୁବ ପ୍ରଶଂସା କରିଛନ୍ତି । ଗୌତମ କହିଛନ୍ତି ଯେ 'ଗାର୍ଗୀ' ନିର୍ମାଣ ସମୟରେ ଆର୍ଥିକ ଅଭାବ ଥିବାରୁ ସେ ପ୍ରଥମ ସାକ୍ଷାତରେ ସାଇଙ୍କୁ ଆଗ ଚଳଚ୍ଚିତ୍ର ନିର୍ମାଣ କରି ପରେ ପାରିଶ୍ରମିକ ଦେବାକୁ ପ୍ରସ୍ତାବ ଦେଇଥିଲେ। ଯାହାକୁ ସାଇ ତୁରନ୍ତ ଗ୍ରହଣ କରିବା ସହ କେବଳ ସୁଟିଂ ତାରିଖ ବିଷୟରେ ପଚାରିଥିଲେ ।  ସେହିଭଳି ଚରିତ୍ରର ସୂକ୍ଷ୍ମରୁ ଅତି ସୂକ୍ଷ୍ମ ଦିଗ ପ୍ରତି ସାଇ ଧ୍ୟାନ ଦେଇଥାଆନ୍ତି ।  ସେ ସାଇଙ୍କୁ ଅନ୍ୟତମ ଶ୍ରେଷ୍ଠ ଅଭିନେତ୍ରୀ ବୋଲି କହିବା ସହ ଚଳଚ୍ଚିତ୍ର 'ରାମାୟଣ' ତାଙ୍କୁ ବିଶ୍ୱ ଦରବାରରେ ଏକ ବଡ଼ ପରିଚୟ ଦେବବୋଲି ମତ ଦେଇଛନ୍ତି । ସୂଚନାଯୋଗ୍ୟ ଯେ ଗତ ୫ ନଭେମ୍ବରରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିବା 'ରାମାୟଣ'ରେ ସାଇ ପଲ୍ଲବୀ ମାତା ସୀତାଙ୍କ ଭୂମିକାରେ ଅଭିନୟ କରିଥିବା ବେଳେ ରଣବୀର କପୁର ଭଗବାନ ରାମ, ୟଶ ରାବଣ ଏବଂ ରବି ଦୁବେ ଲକ୍ଷ୍ମଣଙ୍କ ଭୂମିକାରେ ନଜର ଆସି ସଫଳତା ସାଉଁଟୁଛନ୍ତି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)