ମାଲିକଙ୍କ ଅପେକ୍ଷାରେ ୮ ବର୍ଷ
ଜାପାନର କୁକୁର 'ହାଚିକୋ'ର ଆନୁଗତ୍ୟ କାହାଣୀ ହୁଏତ ଆପଣ ଶୁଣିଥିବେ, ଯିଏ ନିଜ ମାଲିକର ମୃତ୍ୟୁ ପରେ ବି ବର୍ଷ ବର୍ଷ ଧରି ରେଳ ଷ୍ଟେସନରେ ତାଙ୍କର ଅପେକ୍ଷା କରିଥିଲା।
ଏବେ ବୋଲିଭିଆରୁ ସେହିଭଳି ଏକ ଆଶ୍ଚର୍ଯ୍ୟଜନକ ଓ ହୃଦୟସ୍ପର୍ଶୀ କାହାଣୀ ସାମ୍ନାକୁ ଆସିଛି।
ଏଠାରେ ମାଲିକଙ୍କ ପ୍ରତି ଅସୀମ ଭଲପାଇବା ଓ ନିଷ୍ଠାର ପ୍ରତୀକ ସାଜିଛି ଏକ ଗଞ୍ଜା ଯାହାର ନାମ 'ମାର୍ଟିନ୍'।
ସୂଚନା ଅନୁଯାୟୀ, ମାର୍ଟିନ୍ର ମାଲିକ କର୍କଟ ରୋଗରେ ପୀଡ଼ିତ ଥିଲେ।
Advertisment S Jaishankar: ଆତଙ୍କବାଦକୁ ରାଷ୍ଟ୍ରନୀତିର ଅସ୍ତ୍ର କରିବା ଗ୍ରହଣୀୟ ନୁହେଁ: ଜୟଶଙ୍କର ଚିକିତ୍ସା ପାଇଁ ସେ ବୋଲିଭିଆର ସାନ୍ତା କ୍ରୁଜ୍ସ୍ଥିତ ଅଙ୍କୋଲୋଜି ଇନଷ୍ଟିଚ୍ୟୁଟ୍ ଅଫ୍ ଇଷ୍ଟର୍ଣ୍ଣ ବୋଲିଭିଆ ହସ୍ପିଟାଲକୁ ଆସିଥିଲେ।
କିନ୍ତୁ ଦୁର୍ଭାଗ୍ୟବଶତଃ, ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।
ସେହି ଦିନଠାରୁ ଆଜିକୁ ଦୀର୍ଘ ୮ ବର୍ଷ ବିତିଯାଇଥିଲେ ବି ମାର୍ଟିନ୍ ସେହି ହସ୍ପିଟାଲ ପରିସର ଛାଡ଼ି କୁଆଡ଼େ ଯାଇନାହିଁ।
ସେ ପ୍ରତିଦିନ ହସ୍ପିଟାଲ ବାହାରେ ଚଲାବୁଲା କରିବା ସହ ନିକଟସ୍ଥ ଗଛଗୁଡ଼ିକରେ ରହି ନିଜ ମାଲିକ ର ଫେରିବା ବାଟକୁ ଚାହିଁ ରହିଥାଏ।
ସାଧାରଣତଃ ମାଲିକକୁ ନପାଇଲେ ପଶୁପକ୍ଷୀ ଅନ୍ୟତ୍ର ଚାଲିଯାଆନ୍ତି।
କିନ୍ତୁ ମାର୍ଟିନର ଏହି ନିଷ୍ଠା ସ୍ଥାନୀୟ ଲୋକ, ହସ୍ପିଟାଲର ଡାକ୍ତର, କର୍ମଚାରୀ ଓ ରୋଗୀଙ୍କ ସମ୍ପର୍କୀୟଙ୍କ ମନକୁ ଛୁଇଁଯାଇଛି।
ସ୍ଥାନୀୟ ଦୋକାନୀ ଓ ହସ୍ପିଟାଲ କର୍ମଚାରୀ ତାକୁ ନିୟମିତ ଖାଇବାକୁ ଦିଅନ୍ତି।
ତା'ର ସବୁଠାରୁ ପ୍ରିୟ ଖାଦ୍ୟ ହେଉଛି ପପ୍କର୍ଣ୍ଣ।
Mallikarjun Kharge: 'ଭୋଟ୍ ଚୋରି' ଅଭିଯୋଗରେ ବିଜେପି ଓ ଆର୍ଏସ୍ଏସ୍ ଉପରେ ବର୍ଷିଲେ ଖଡ଼ଗେ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
