Brazil election: ବ୍ରାଜିଲରେ ରାଷ୍ଟ୍ରପତି ନିର୍ବାଚନ ଜିତିଲେ ଲୁଲା ଡା ସିଲଭା; ଚତୁର୍ଥ ଥର ଗ୍ରହଣ କରିବେ କ୍ଷମତା
ବ୍ରାସିଲିଆ: ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘୋର ବିରୋଧୀ ବ୍ରାଜିଲ ନିର୍ବାଚନରେ ଅଦ୍ଭୁତପୂର୍ଣ୍ଣ ସଫଳତା ହାସଲ କରିଛନ୍ତି।
ବ୍ରାଜିଲର ନିର୍ବାଚନ କର୍ତ୍ତୃପକ୍ଷ ଲୁଇଜ୍ ଇନାସିଓ ଲୁଲା ଡା ସିଲଭାଙ୍କୁ ରାଷ୍ଟ୍ରପତି ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟର ବିଜୟୀ ଘୋଷଣା କରିଛନ୍ତି।
ଏହି ବିଜୟ ସହିତ ଲୁଲା ସେନେଟର ଫ୍ଲାଭିଓ ବୋଲସୋନାରୋଙ୍କୁ ପରାସ୍ତ କରି ଦେଶରେ ଚତୁର୍ଥ ଥର ପାଇଁ କ୍ଷମତା ଗ୍ରହଣ କରିବାକୁ ଯାଉଛନ୍ତି।
Advertisment ବ୍ରାଜିଲର ନିର୍ବାଚନ କର୍ତ୍ତୃପକ୍ଷ ଫଳାଫଳକୁ ନିଶ୍ଚିତ କରିଛନ୍ତି।
ଏହି ବିଜୟ ଐତିହାସିକ ବୋଲି କହିଛନ୍ତି।
କାରଣ ୧୯୮୫ରେ ସାମରିକ ଏକଛତ୍ରବାଦର ଅନ୍ତ ପରେ ପ୍ରଥମ ଥର ପାଇଁ ଜଣେ ପ୍ରାର୍ଥୀ ପ୍ରଥମ ପର୍ଯ୍ୟାୟରେ ପଛରେ ପଡ଼ିବା ସତ୍ତ୍ୱେ ରାଷ୍ଟ୍ରପତି ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ସଫଳତାର ସହ ବିଜୟୀ ହୋଇଛନ୍ତି।
ଏହି ଫଳାଫଳ ଲାଟିନ୍ ଆମେରିକାର ସର୍ବବୃହତ ଅର୍ଥନୀତିରେ ବାମପନ୍ଥୀ ନେତୃତ୍ୱ ଅକ୍ଷୁର୍ଣ୍ଣ ରହିବ ବୋଲି ନିଶ୍ଚିତ କରିବ।
Donald Trump: ଶକ୍ତିଶାଳୀ ଦେଶର ରାଷ୍ଟ୍ରପତିଙ୍କ ବଡ଼ ଭୁଲ୍, ବ୍ରାଜିଲ ବଦଳରେ ଭାରତର ନାମ ଲେଖିଲେ ଟ୍ରମ୍ପ ପ୍ରଥମ ପର୍ଯ୍ୟାୟରେ ପଛରେ ଲୁଲା ଅକ୍ଟୋବର ୪ ତାରିଖରେ ପ୍ରଥମ ପର୍ଯ୍ୟାୟ ଗଣନାରେ ଲୁଲା ଫ୍ଲାଭିଓଙ୍କଠାରୁ ପ୍ରାୟ ୨.୨ ନିୟୁତ ଭୋଟରେ ପଛରେ ଥିଲେ।
ଏହା ପରେ ସେ ତାଙ୍କ ପ୍ରଚାରକୁ ପୁନର୍ଗଠିତ କଲେ ଏବଂ ଯୁବପିଢ଼ି ସମେତ ଅନିଶ୍ଚିତ ଭୋଟରଙ୍କ ପାଖରେ ପହଞ୍ଚିବାକୁ ଚେଷ୍ଟା କଲେ।
ସେ ବାରମ୍ବାର ରାଲି କରିଥିଲେ, ବହୁ ଜନସମାବେଶକୁ ଆକର୍ଷିତ କରିଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
