Tollywood Icon: ଟଲିଉଡ୍‌ ଆଇକନ୍‌ଙ୍କ ଅସାଧାରଣ ଯାତ୍ରା

Oct 26, 2026 - 04:11
Tollywood Icon: ଟଲିଉଡ୍‌ ଆଇକନ୍‌ଙ୍କ ଅସାଧାରଣ ଯାତ୍ରା

ଚଳଚିତ୍ର ଶିଳ୍ପରେ ରାତାରାତି ସଫଳ ହେବା ସମସ୍ତଙ୍କ ଭାଗ୍ୟରେ ଜୁଟି ନଥାଏ।

ବର୍ଷ ବର୍ଷର ସଂଘର୍ଷ ସାଙ୍ଗକୁ ବହୁ ହିଟ୍‌ ଓ ଫ୍ଲପ୍‌ର ଖେଳ ପରେ ହିଁ ସଫଳତା ଆସିଥାଏ।

ଅନେକଙ୍କୁ ବହୁ କଷ୍ଟରେ ପ୍ରଥମ ସୁଯୋଗ ମିଳିଥାଏ।

ଏଭଳି ଜଣେ ଅଭିନେତା ହେଉଛନ୍ତି ତେଲୁଗୁ ଫିଲ୍ମ ଷ୍ଟାର୍‌ ଘଣ୍ଟା ନବୀନ ବାବୁ, ଯିଏ 'ନାନି' ନାଁରେ ସୁପରିଚିତ।

Advertisment Horoscope 2026 October 26: ଜାଣନ୍ତୁ ଆଜିର ରାଶିଫଳ ଫିଲ୍ମ ଦୁନିଆ ସହ ନାନିଙ୍କ ପରିବାରର କେହି ସମ୍ପୃକ୍ତ ନଥିଲେ।

ଘଟଣାଚକ୍ରରେ ତାଙ୍କୁ ଅଧାରୁ କଲେଜ ଛାଡ଼ି କ୍ୟାମେରା ପଛରେ କାମ କରିବାକୁ ପଡ଼ିଥିଲା।

ପ୍ରାରମ୍ଭିକ ଦିନଗୁଡ଼ିକରେ ମାସିକ ମାତ୍ର ୪୦୦୦ ଟଙ୍କା ରୋଜଗାର କରୁଥିଲେ ନାନି।

ଏପରିକି ଫିଲ୍ମରେ କାମ କରିବାର ସୁଯୋଗ ପାଇଁ ଦିନ ଦିନ ଅପେକ୍ଷା ବି କରୁଥିଲେ।

ସେହି ନାନି ଆଜି ଟଲିଉଡ୍‌ର ଜଣେ ନାମୀଦାମୀ ତାରକା।

୨୦୦୦ ମସିହାରେ ୱେସ୍‌ଲି ବଏଜ୍‌ କଲେଜରେ ନାନି ପାଠ ପଢୁଥିଲେ।

ତାଙ୍କ ଦ୍ବାରା ପାଠ ହେବନାହିଁ ଭାବି ସେ କଲେଜ ଛାଡ଼ି ହାଇଦ୍ରାବାଦ ଆସି ସିନେମାରେ କାମ ଖୋଜିବା ଆରମ୍ଭ କରିଦେଲେ।

ତେବେ ଏହା ସହଜ ନଥିଲା।

ବିଭିନ୍ନ ଫିଲ୍ମ ପ୍ରଯୋଜନା ସଂସ୍ଥା କାର୍ଯ୍ୟାଳୟରେ ଚକ୍କର୍‌ କାଟିବା ପରେ ତାଙ୍କୁ ମାସିକ ମାତ୍ର ୪୦୦୦ ଟଙ୍କା ରୋଜଗାର କଲାଭଳି କାମ ମିଳିଗଲା।

ସିନେମାରେ ଛୋଟିଆ ରୋଲ୍‌ଟିଏ ପାଇଁ ତାଙ୍କୁ ନିର୍ଦ୍ଦେଶକଙ୍କ ଘର ଆଗରେ ଦିନ ଦିନ ଅପେକ୍ଷା କରିବାକୁ ପଡୁଥିବା ସେ ସ୍ବୀକାର କରନ୍ତି।

Series of Thefts in Baishinga: ବୈଶିଙ୍ଗାରେ ସିରିଜ୍‌ ଚୋରି, ଛେଳି ଠାରୁ ଟ୍ରାନ୍‌ସଫର୍ମର ସବୁ ଉଠାଇନେଲେ ବହୁ ସଂଘର୍ଷ ପରେ ପ୍ରଯୋଜକ ଅନିଲ କୁମାର କୋନେରୁ ତାଙ୍କୁ ବାପୁଙ୍କ ନିର୍ଦ୍ଦେଶିତ 'ରାଧା ଗୋପାଳମ୍‌' (୨୦୦୫) ଫିଲ୍ମରେ 'କ୍ଲାପ୍‌ ନିର୍ଦ୍ଦେଶକ' ଭାବେ କାମ କରିବାର ସୁଯୋଗ ଦେଇଥିଲେ।

ପରବର୍ତ୍ତୀ ସମୟରେ ସେ 'ଆଲ୍ଲାରି ବୁଲୋଡୁ' (୨୦୦୫), 'ଆଷ୍ଟ୍ରମ୍‌' (୨୦୦୬) ଓ 'ଧୀ' (୨୦୦୭) ଭଳି ଚଳଚ୍ଚିତ୍ରରେ କାମ କଲେ।

ତା' ଭିତରେ ରେଡିଓ ଜକି ଭାବେ ମଧ୍ୟ କାମ କରିଥିଲେ।

ଏହାରି ଭିତରେ ନିର୍ଦ୍ଦେଶକ ମୋହନା କୃଷ୍ଣ ଇନ୍ଦ୍ରଗନ୍ତି ତାଙ୍କୁ ଏକ ବିଜ୍ଞାପନରେ ଦେଖିବା ପରେ ଅଭିନୟର ସୁଯୋଗ ଦେଇଥିଲେ।

ତାଙ୍କୁ 'ଅଷ୍ଟ ଚାମ୍ମା' (୨୦୦୮) ଫିଲ୍ମ ରେ ମୁଖ୍ୟ ଭୂମିକା ମିଳିଗଲା।

ଏହା ପରେ ନାନି 'ରାଇଡ୍‌', 'ସ୍ନେହିଟୁଡା' ଓ 'ଭମିଲି କବାଡି ଜାଟୁ' ଭଳି ଚଳଚ୍ଚିତ୍ରରେ ସୁଯୋଗ ପାଇଲେ।

ତା' ପରଠାରୁ ସେ ଆଉ ପଛକୁ ଫେରି ଚାହିଁ ନାହାନ୍ତି।

ଏବେ ନାନିଙ୍କ ପାରିଶ୍ରମିକ ବର୍ଷକୁ ବର୍ଷ ବଢ଼ିବାରେ ଲାଗିଛି।

ଏବେ ସେ ଫିଲ୍ମ ପିଛା ୩୫ରୁ ୪୦ କୋଟି ଟଙ୍କା ନିଅନ୍ତି।

ତାଙ୍କର ଆନୁମାନିକ ସମ୍ପତ୍ତି ୧୫୦ କୋଟିରୁ ୨୦୦ କୋଟି ଟଙ୍କା ହେବ।

କହିବାକୁ ଗଲେ, ଭାଗ୍ୟ ଓ ସଂଘର୍ଷ ବଳରେ ହିଁ ସେ ସଫଳତାର ଶିଖରରେ ପହଞ୍ଚିପାରିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)