The Largest Peacock in the Sky: ଆକାଶରେ ବୃହତ୍ତମ ମୟୂର

Oct 26, 2026 - 06:16
The Largest Peacock in the Sky: ଆକାଶରେ ବୃହତ୍ତମ ମୟୂର

ମହୀଶୂରର ଦଶହରା ସବୁବେଳେ ସ୍ବତନ୍ତ୍ର।

ଦଶହରା ବେଳେ ସେଠାକାର ରାଜକୀୟ ଶୋଭାଯାତ୍ରା, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଆକର୍ଷଣୀୟ ଆଲୋକସଜ୍ଜା ସାରା ପୃଥିବୀର ଦୃଷ୍ଟି ଆକର୍ଷଣ କରେ।

ଚଳିତବର୍ଷ ଏହି ସମୟରେ ମହୀଶୂରର ରାତି ଆକାଶରେ ଦେଖିବାକୁ ମିଳିଥିଲା ଏକ ବିଶାଳ ନୃତ୍ୟରତ ମୟୂରର ଆଲୋକିତ ଆକୃତି, ଯାହାକୁ ହଜାର ହଜାର ଡ୍ରୋନ୍‌ ସାହାଯ୍ୟରେ ରୂପ ଦିଆଯାଇଥିଲା।

୧୮ ଅକ୍‌ଟୋବରରେ ହୋଇଥିବା ଏହି ଚିତ୍ତାକର୍ଷକ ଡ୍ରୋନ୍‌ ଲାଇଟ୍‌ ସୋ' ଗିନିଜ୍‌ ବୁକ୍‌ ଅଫ୍‌ ୱାର୍ଲଡ୍‌ ରେକର୍ଡସ୍‌ରେ ସାମିଲ ହୋଇଛି।

Advertisment S Jaishankar: ଆତଙ୍କବାଦକୁ ରାଷ୍ଟ୍ରନୀତିର ଅସ୍ତ୍ର କରିବା ଗ୍ରହଣୀୟ ନୁହେଁ: ଜୟଶଙ୍କର ଏହି ଦୃଶ୍ୟରେ ଭାରତର ଜାତୀୟ ପକ୍ଷୀକୁ ଆକର୍ଷଣୀୟ ଶୈଳୀରେ ପ୍ରଦର୍ଶିତ କରାଯାଇଥିଲା, ଯାହା ଥିଲା ଆଧୁନିକ ପ୍ରଯୁକ୍ତିବିଦ୍ୟା ସହ କର୍ଣ୍ଣାଟକର ପାରମ୍ପରିକ ଐତିହ୍ୟର ସମନ୍ବୟ।

ସହରର ବନ୍ନିମଣ୍ଟାପସ୍ଥିତ ଟର୍ଚ୍ଚଲାଇଟ୍‌ ପରେଡ୍‌ ଗ୍ରାଉଣ୍ଡ୍‌ରେ ପ୍ରଦର୍ଶିତ ହୋଇଥିଲା ଏହି ବିରଳ ଦୃଶ୍ୟ।

ଆକାଶରେ ଏହି ମୟୂର ତିଆରି ପାଇଁ ୩୪୭୩ଟି ଡ୍ରୋନ୍‌ ବ୍ୟବହାର କରାଯାଇଥିଲା।

ଏହି ପ୍ରଦର୍ଶନୀ ଚାମୁଣ୍ଡେଶ୍ୱରୀ ବିଦ୍ୟୁତ୍‌ ଯୋଗାଣ ନିଗମ ଲିମିଟେଡ୍‌ ଦ୍ୱାରା ଆୟୋଜିତ ହୋଇଥିଲା।

ସେହିପରି ଡ୍ରୋନ୍‌ ପ୍ରଦର୍ଶନୀ ପରିଚାଳନା କରିଥିଲା ଦିଲ୍ଲୀର 'ବଟଲାବ୍‌ ଡାଇନାମିକ୍‌ସ'।

ମଲ୍‌ଟିରୋଟର୍‌ ଡ୍ରୋନ୍‌ ଦ୍ୱାରା ଆକାଶରେ ମୟୂରକୁ ଆକୃତି ଦିଆଯାଇଥିଲା।

ଏହି ମୟୂର ବ୍ୟତୀତ ମହୀଶୂର ଦଶହରାର ଏହି ଆଲୋକ ପ୍ରଦର୍ଶନୀରେ ଏକ ସିଂହ, ପ୍ରଜାପତି, ତ୍ରିରଙ୍ଗା ଧରିଥିବା ସୈନିକ ଏବଂ ଦେବୀ ଚାମୁଣ୍ଡେଶ୍ୱରୀଙ୍କୁ ମଧ୍ୟ ପ୍ରଦର୍ଶିତ କରାଯାଇଥିଲା।

Mallikarjun Kharge: 'ଭୋଟ୍ ଚୋରି' ଅଭିଯୋଗରେ ବିଜେପି ଓ ଆର୍‌ଏସ୍‌ଏସ୍‌ ଉପରେ ବର୍ଷିଲେ ଖଡ଼ଗେ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)