ଭିଜିଲାନ୍ସ ଜାଲରେ ଖଲ୍ଲିକୋଟ ASI

Sep 12, 2026 - 12:08
ଭିଜିଲାନ୍ସ ଜାଲରେ ଖଲ୍ଲିକୋଟ ASI

ନନ୍ଦିଘୋଷ ବ୍ୟୁରୋ :ପୁଣି ଥରେ ଭିଜିଲାନ୍ସ ଜାଲରେ ଅସାଧୁ ପୋଲିସ ଅଫିସର। ଜେଲ୍ ପଠାଇଦେବାର ଭୟ ଦେଖାଇ ଲାଞ୍ଚ ନେଉଥିବା ବେଳେ ରେଡ୍ ହ୍ୟାଣ୍ଡରେ ଧରାପଡ଼ିଲେ ଖଲ୍ଲିକୋଟ ଥାନାର ଏଏସଆଇ ସୁଜିତ ପାଣିଗ୍ରାହୀ।ଗୋଟିଏ ମାମଲାରେ ଗିରଫ ନକରିବା ପାଇଁ ଜଣେ ଯୁବକଙ୍କୁ ଗିରଫ କରିବାର ଭୟ ଦେଖାଉଥିଲେ ASI ସୁଜିତ ପାଣିଗ୍ରାହୀ। ଏଥିପାଇଁ ସେ ୧୫ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ତେବେ ଉପାୟ ନପାଇ ସମ୍ପୃକ୍ତ ଯୁବକ ଜଣକ ସିଧା ବ୍ରହ୍ମପୁର ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ।

ପୂର୍ବ ଯୋଜନା ମୁତାବକ, ଆଜି ଯେତେବେଳେ ଯୁବକଙ୍କ ଠାରୁ ASI ସୁଜିତ ପାଣିଗ୍ରାହୀ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ, ସେହି ସମୟରେ ପୂର୍ବରୁ ଛକି ରହିଥିବା ବ୍ରହ୍ମପୁର ଭିଜିଲାନ୍ସର ସ୍ୱେଶାଲ ଟିମ୍ ତାଙ୍କୁ ରେଡ୍ ହ୍ୟାଣ୍ଡରେରେ କାବୁ କରିଥିଲା। ବର୍ତ୍ତମାନ ଖଲ୍ଲିକୋଟ ଥାନା ପରିସରରେ ଭିଜିଲାନ୍ସ ଟିମ୍ ପହଞ୍ଚି ଜୋରଦାର ଖୋଳତାଡ଼ ଓ ଛାନ୍ଭିନ୍ ଜାରି ରଖିଛି । ASIଙ୍କ ସରକାରୀ ବାସଭବନ ଏବଂ ଅନ୍ୟାନ୍ୟ କାଗଜ ପତ୍ର ଖୋଲାତାଡ଼ କରାଯାଉଥିବା ଜଣାପଡିଛି…

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)