ସ୍କୁଲରେ ଘାରିଛି ଭୂତ ଭୟ, ଆସୁନାହାନ୍ତି ଛାତ୍ର ଛାତ୍ରୀ
ନନ୍ଦିଘୋଷ ବ୍ୟୁରୋ :ସ୍କୁଲରେ ଘାରିଛି ଭୂତ ଭୟ । ଆସୁନାହାନ୍ତି ଛାତ୍ର ଛାତ୍ରୀ । କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକର ଦେଉଳପଡା ପଞ୍ଚାୟତର ଗଜେଶ୍ବର ସରକାରୀ ଉଚ୍ଚ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏପରି ଘଟଣା । ଗତ ୪ ଦିନ ହେବ ବିଦ୍ୟାଳୟର ନବମ ଓ ଦଶମ ଶ୍ରେଣୀ ଛାତ୍ରୀମାନେ ଅସ୍ବଭାଭିକ ଆଚରଣ ପ୍ରଦର୍ଶନ କରୁଛନ୍ତି । ଏହି ବିଦ୍ୟାଳୟକୁ ନିକଟବର୍ତ୍ତୀ ୭ଟି ଗ୍ରାମର ପ୍ରାୟ ୩ଶହରୁ ଉର୍ଦ୍ଧ ଛାତ୍ରଛାତ୍ରୀ ପାଠ ପଢ଼ିବାକୁ ଆସିଥାନ୍ତି । ଗତ ୪ ଦିନ ହେବ ବିଦ୍ୟାଳୟରେ ପ୍ରାର୍ଥନା ସମୟରେ ଓ କ୍ଲାସ କରୁଥିବା ସମୟରେ କିଛି ଛାତ୍ରୀ ହଟାତ ତଳେ ପଡ଼ି ଯିବା ସହିତ ମୁଣ୍ଡ ,ଛାତି ,ଗୋଡ ବିନ୍ଧା ହେଉଥିବା ଅଭିଯୋଗ ହୋଇଛି । ପରବର୍ତ୍ତୀ ସମୟରେ ଚିତ୍କାର କରି କହୁଛନ୍ତି ଛାଡ଼ ମୋତେ ମୁଁ ଘରକୁ ଯିବି । ବିଦ୍ୟାଳୟ ପକ୍ଷରୁ ଶିକ୍ଷକ ଅଭିଭାବକ ଙ୍କୁ ଡାକି ତୁରନ୍ତ ମେଡ଼ିକାଲ କି ଚିକିତ୍ସା ପାଇଁ ନେବାକୁ ପରାମର୍ଶ ଦେଇଥିଲେ । ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଛାତ୍ରୀ । ଗୁଣି ଗାରେଡ଼ି ହୋଇଛି ବୋଲି ଅଭିଭାବକମାନେ ଅଭିଯୋଗ କରିଛନ୍ତି । ଆଜି ମେଡ଼ିକାଲ ଟିମ୍ ବିଦ୍ୟାଳୟରେ ପହଁଚି ଛାତ୍ରୀ ମାନଙ୍କର ବ୍ଲଡ଼ ପ୍ରେସର୍, ବ୍ଲଡ଼ ଟେଷ୍ଟ, ହିମୋଗ୍ଲୋବିନ ଟେଷ୍ଟ କରିଛନ୍ତି ଏବଂ ମେଡିକାଲ ଟିମ୍ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ବସାଇ ଛାତ୍ରୀମାନେ ଅସ୍ବାଭାବିକ ଆଚରଣ କଲେ କିପରି ପଦକ୍ଷେପ ନେବେ ସେଥିପାଇଁ ସଚେତନ କରିଛନ୍ତି । ପୀଡିତ ଛାତ୍ରୀ ମାନଙ୍କୁ ଭୂତ ପ୍ରେତ ଲାଗିଥିବା ଭୟରେ ଅବିଭାବକ ମାନେ ବିଦ୍ୟାଳୟକୁ ଛାଡୁ ନାହାନ୍ତି । ତେଣୁ ଗୁଣିଆକୁ ଡାକି ଝଡ଼ାଫୁଙ୍କା ଆରମ୍ଭ କରିଛନ୍ତି ଲୋକେ ।..
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
