ଟୋକିଓରେ ହଣ୍ଟେଡ୍ ଆପାର୍ଟମେଣ୍ଟ! ପ୍ରତିବର୍ଷ ୪୦ ହଜାର ଘର ପାଲଟୁଛି ‘ଜିକୋ ବୁକେନ୍’

Oct 30, 2026 - 13:28
ଟୋକିଓରେ ହଣ୍ଟେଡ୍ ଆପାର୍ଟମେଣ୍ଟ! ପ୍ରତିବର୍ଷ ୪୦ ହଜାର ଘର ପାଲଟୁଛି ‘ଜିକୋ ବୁକେନ୍’

ନନ୍ଦିଘୋଷ ବ୍ୟୁରୋ: ଭୂତ କଥା ଶୁଣିଲେ ଅଧିକାଂଶ ଲୋକ ଭୟରେ ଥରିଉଠନ୍ତି। ଭୂତ ରହୁଥିବା ଘରେ ରହିବା କଥା ତ ଦୂରରେ ଥାଉ, ସେଠାକୁ ଯିବାକୁ ମଧ୍ୟ ଲୋକେ ଭୟ କରନ୍ତି। କିନ୍ତୁ ଜାପାନରେ ଏହି ଚିତ୍ର କିଛି ଅଲଗା। ସେଠାରେ ଭୂତିଆ ଘର ବା ଯେଉଁ ଘରେ ପୂର୍ବରୁ କାହାର ଅସ୍ୱାଭାବିକ ମୃତ୍ୟୁ ହୋଇଛି, ସେଭଳି ଘରକୁ ମଧ୍ୟ ଲୋକେ କମ୍ ଭଡ଼ାରେ ନେବାକୁ ଆଗ୍ରହ ଦେଖାଉଛନ୍ତି। ପ୍ରତିବର୍ଷ ଜାପାନରେ ପ୍ରାୟ ୩୫ ହଜାରରୁ ୪୦ ହଜାର ଘର ଏଭଳି ଶ୍ରେଣୀଭୁକ୍ତ ହେଉଥିବା ରିପୋର୍ଟରେ ଦାବି କରାଯାଇଛି।


ଟୋକିଓରେ ରହୁଥିବା ରୀଭା ନାମକ ଜଣେ ଯୁବତୀଙ୍କ କାହାଣୀ ଏବେ ଚର୍ଚ୍ଚାରେ ରହିଛି। ଘର ଭଡ଼ା ନେବା ପାଇଁ ଯାଇଥିବା ବେଳେ ସେ ଆପାର୍ଟମେଣ୍ଟ ଭିତରେ ଜଣେ ବ୍ୟକ୍ତିଙ୍କୁ ଠିଆ ହୋଇ ତାଙ୍କୁ ଚାହିଁ ରହିଥିବା ଦେଖିଥିଲେ। କିନ୍ତୁ ତାଙ୍କ ସହ ଥିବା ଇଷ୍ଟେଟ୍ ଏଜେଣ୍ଟ ସେଠାରେ କାହାକୁ ଦେଖିପାରି ନଥିଲେ। ଏହାକୁ ଏକ ଅଲୌକିକ ଅନୁଭୂତି ବୋଲି ଭାବିଥିଲେ ରୀଭା। ତଥାପି ଭୟରେ ଘର ଛାଡ଼ିବା ପରିବର୍ତ୍ତେ ସେହି ଆପାର୍ଟମେଣ୍ଟରେ ରହିବାକୁ ନିଷ୍ପତ୍ତି ନେଇଥିଲେ।

ରୀଭାଙ୍କ କହିବା ଅନୁଯାୟୀ, ସେ ଗତ ଚାରି ବର୍ଷ ଧରି ସେହି ଘରେ ରହୁଛନ୍ତି। ଏହି ସମୟ ମଧ୍ୟରେ ଅନେକ ଅଜବ ଅନୁଭୂତି ହୋଇଛି। ଘର ଭିତରେ ପାଦଚଲା ଶବ୍ଦ ଶୁଣିବା ସହ କେତେବେଳେ ଅଜଣା ଶବ୍ଦ ମଧ୍ୟ ଶୁଣିବାକୁ ମିଳେ ବୋଲି ସେ ଦାବି କରିଛନ୍ତି। ଭୂତକୁ ଭୟ କରିବା ପରିବର୍ତ୍ତେ ତାଙ୍କ ସହ ବନ୍ଧୁତା କରିବାକୁ ଚାହୁଁଥିବା କହିଛନ୍ତି ରୀଭା।
ଜାପାନରେ ଭୂତିଆ ଘରକୁ କୁହାଯାଏ ‘ଜିକୋ ବୁକେନ୍’
ଜାପାନରେ ଯେଉଁ ଘରେ ପୂର୍ବରୁ କାହାର ମୃତ୍ୟୁ କିମ୍ବା ଅନ୍ୟ କୌଣସି ଅପ୍ରୀତିକର ଘଟଣା ଘଟିଥାଏ, ସେହି ଘରକୁ ‘ଜିକୋ ବୁକେନ୍’ କୁହାଯାଏ। ଏଭଳି ଘରକୁ ଭଡ଼ା ଦେବା କିମ୍ବା ବିକ୍ରି କରିବା ସମୟରେ ସମ୍ପତ୍ତି ସହ ଜଡ଼ିତ ଅପ୍ରୀତିକର ଘଟଣା ବିଷୟରେ ଭଡ଼ାଟିଆ ବା କ୍ରେତାଙ୍କୁ ସୂଚନା ଦିଆଯାଇପାରେ। ସାଧାରଣ ଘର ତୁଳନାରେ ଏହି ଘରଗୁଡ଼ିକର ଭଡ଼ା ଓ ମୂଲ୍ୟ କମ୍ ରହିଥାଏ। ତେଣୁ କମ୍ ଖର୍ଚ୍ଚରେ ଘର ଖୋଜୁଥିବା ଲୋକଙ୍କ ପାଇଁ ଏହା ଏକ ବିକଳ୍ପ ପାଲଟିଛି।


ଜାପାନୀ ସଂସ୍କୃତିରେ ରହିଛି ଭୂତଙ୍କ ବିଶ୍ୱାସ
ଜାପାନୀ ସଂସ୍କୃତିରେ ‘ୟୁରେଇ’ ନାମକ ଅଶାନ୍ତ ଆତ୍ମାଙ୍କ ବିଶ୍ୱାସ ବହୁ ପୁରୁଣା। ଲୋକକଥା ଅନୁସାରେ, ହତ୍ୟା, ଆତ୍ମହତ୍ୟା କିମ୍ବା ଦୁଃଖଦ ମୃତ୍ୟୁ ପରେ କେତେକ ଆତ୍ମା ନିଜ ପୂର୍ବ ଘର ସହ ଜଡ଼ିତ ରହିଥାନ୍ତି। ଏହି ବିଶ୍ୱାସ ଯୋଗୁଁ ଜାପାନରେ ଏଭଳି ଘରକୁ ନେଇ ଅନେକ କାହାଣୀ ପ୍ରଚଳିତ ରହିଛି। ତେବେ ଭୂତିଆ ଘରକୁ ନେଇ ଭୟ ଥିଲେ ମଧ୍ୟ କମ୍ ଭଡ଼ା ଓ କମ୍ ଦାମ୍ ଯୋଗୁଁ ଅନେକ ଜାପାନୀ ଏଭଳି ଘରକୁ ପସନ୍ଦ କରୁଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)