03 AUGUST 2026

Welcome!

Unlock your personalized experience.
Sign Up

ବୁଡିଯାଉଥିବା ପୁଅକୁ ବଞ୍ଚାଇବାକୁ ଯାଇ ଚାଲିଗଲା ବାପାର ଜୀବନ

Aug 02, 2026 - 22:11
ବୁଡିଯାଉଥିବା ପୁଅକୁ ବଞ୍ଚାଇବାକୁ ଯାଇ ଚାଲିଗଲା ବାପାର ଜୀବନ

ପାରାଦ୍ବୀପ, ୨।୮ : ଅଧୁରା ରହିଲା ବାପା-ପୁଅଙ୍କ ବୋଲବମ୍ ଯାତ୍ରା। ଜଳାଭିଷେକ ପାଇଁ ମହାନଦୀରୁ ପାଣି ଉଠାଉଥିବା ବେଳେ ବୁଡିଯାଉଥିବା ପୁଅକୁ ଉଦ୍ଧାର କରିବାକୁ ଯାଇ ବାପାର ଜୀବନ ଚାଲିଯାଇଛି। ମୃତକ ଜଣକ ହେଲେ ପାରାଦ୍ୱୀପ ଲକ୍ ଥାନା ନିମିଢିହି ଗ୍ରାମର ଇଶ୍ଵର ବାରିକ। ଜଗତସିଂପୁର ଜିଲ୍ଲା ପାରାଦ୍ବୀପ ଭୂତୁମୁଣ୍ଡାଇ ଘାଟରେ ଏକ ଦୁଃଖଦ ଘଟଣା ଘଟିଛି।

ଜଗତସିଂପୁର ଜିଲ୍ଲା ପାରାଦ୍ବୀପ ଭୂତୁମୁଣ୍ଡାଇ ଘାଟରୁ ଇଶ୍ବର ଓ ତାଙ୍କ ପୁଅ ଶ୍ରାବଣ ସୋମବାର ନିମନ୍ତେ ପାଣି ଭାର ଉଠାଇବା ପାଇଁ ଯାଇଥିଲେ। ସେଠାରେ ହଠାତ୍ ନଦୀରେ ପୁଅର ଗୋଡ ଖସିଯିବାରୁ ସେ ପାଣି ଭିତରେ ବୁଡିଯାଇଥିଲା। ଏହା ଦେଖି ପୁଅକୁ ଉଦ୍ଧାର କରିବାକୁ ଯାଇ ବାପା ମଧ୍ୟ ବୁଡିଯାଇଥିଲା। ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନଦୀରେ ଖୋଜାଖୋଜି କରିଥିଲେ।  ନଦୀରୁ ବାପା ଇଶ୍ବରର ମୃତଦେହ ଉଦ୍ଧାର କରିଥିଲେ। ସେହିପରି ପୁଅକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କୁଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଆହୁରି ପଢନ୍ତୁ : ବନ୍ୟା ପରବର୍ତ୍ତୀ ବନ୍ଧ ସୁରକ୍ଷା ଓ ପୁନରୁଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ, ଅସ୍ଥାୟୀ ଘାଇର ମରାମତି ଆରମ୍ଭ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।