ବିଧବା ମହିଳାଙ୍କୁ ବିବାହ ପ୍ରଲୋଭନ ଦେଇ ୬୦ ଲକ୍ଷ ଟଙ୍କା ଠକେଇ , ଜଣେ ଗିରଫ
ଛତ୍ରପୁର, ୨।୮ : ଭଞ୍ଜନଗର ଅଞ୍ଚଳର ଜନୈକ ବିଧବା ମହିଳାଙ୍କୁ ବିବାହ ନିମନ୍ତେ ମିଥ୍ୟା ପ୍ରତିଶ୍ରୁତି ଦେଇ ବୈବାହିକ ୱେବସାଇଟ୍ ମାଧ୍ୟମରେ ୬୦ ଲକ୍ଷ ଟଙ୍କାର ଠକେଇ ଅଭିଯୋଗ ରେ ଜଣେ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଗଞ୍ଜାମ ଜିଲ୍ଲା ଛତ୍ରପୁର ସାଇବର ଥାନା ପୁଲିସ l ଗିରଫ ଅଭିଯୁକ୍ତ ଜଣକ କନ୍ଧମାଳ ଜିଲ୍ଲା ଚକାପାଦ ଥାନା ଅନ୍ତର୍ଗତ ଉତ୍ତମ କୁମାର ସାହୁ ଓରଫ ମିକି (୩୨) l ତେଵେ ଘଟଣାର ମୁଖ୍ୟ ଅଭିଯୁକ୍ତ ଏବେ ସୁଦ୍ଧା ଫେରାର ଥିବା ବେଳେ ଖୋଜାଖୋଜି ଜାରି ରଖିଛି ପୋଲିସ ।
ତେଵେ ଗିରଫ ହୋଇଥିବା ଉତ୍ତମ ଙ୍କ ଠାରୁ ନଗଦ ୧୦ ହଜାର ଟଙ୍କା, ୬ ଟି ଏଟିଏମ କାର୍ଡ ଏବଂ ସ୍ମାର୍ଟ ଫୋନ କୁ ଜବତ କରିଥିବା ସାଇବର ଥାନା ଆଇଆଇସି ଜ୍ୟୋତି ରଂଜନ ବେହେରା ସୂଚନା ଦେଇଛନ୍ତି l ତେବେ ଏହି ଘଟଣା ର ମାଷ୍ଟର ମାଇଣ୍ଡ ତଥା ମୁଖ୍ୟ ଅଭିଯୁକ୍ତ ରାକେଶ ରାଜପୁତ ଙ୍କୁ ପୁଲିସ ଖୁବ ଶ୍ରୀଘ୍ର ଗିରଫ କରିବ ବୋଲି ସୂଚନା ମିଳିଛି l
ପୁଲିସ କହିବା ଅନୁସାରେ ମୁଖ୍ୟ ଅଭିଯୁକ୍ତ ରାକେଶ ଏକ ବୈବାହିକ ୱେବସାଇଟ୍ ମାଧ୍ୟମରେ ଭୁବନେଶ୍ୱରର ସାଇ କୃପା ଦାସ ବୋଲି ନିଜକୁ ପରିଚୟ ଦେଇ ଏକ ପ୍ରୋଫାଇଲ୍ ତିଆରି କରିଥିଲେ। ଭଞ୍ଜନଗର ଅଂଚଳ ର ଜନୈକ ବିଧବା ମହିଳା ଙ୍କୁ ପୁନଃବିବାହ ପାଇଁ ପ୍ରତିଶ୍ରୁତି ଦେଇଥିଲେ l ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ତାଙ୍କ ବିଶ୍ୱାସ ହାସଲ କରି, ଅଭିଯୁକ୍ତ ତାଙ୍କ ପିତାଙ୍କ ଅସୁସ୍ଥତା ଓ ମୃତ୍ୟୁ ବିଷୟରେ ଏକ ମନଗଢା କାହାଣୀ ତିଆରି କରିଥିଲେ ଏବଂ ପରେ ସୋରିଆସିସ୍ ରୋଗରେ ପୀଡିତ ବୋଲି କହିଥିଲେ। ଏପରିକି ବିଧବା ମହିଳା ଙ୍କ ଠାରୁ ଟଙ୍କା ପାଇବା ପାଇଁ ହ୍ୱାଟସଆପ୍ ମାଧ୍ୟମରେ ନକଲି ଫଟୋ, ଭିଡିଓ କଲ୍ ଏବଂ ଜାଲ୍ ଡାକ୍ତରୀ ଡକ୍ୟୁମେଣ୍ଟ ପଠାଇ ମହିଳା ଜଣଙ୍କୁ ଠକିଥିଲେ l ବହୁ ବ୍ୟାଙ୍କ କାରବାର ମାଧ୍ୟମରେ ପ୍ରାୟ ୬୦ ଲକ୍ଷ ଟଙ୍କା ପଠାଇଥିଲେ। ମୁଖ୍ୟ ଅଭିଯୁକ୍ତ ରାକେଶ ରାଜପୁତଙ୍କୁ ଆର୍ଥିକ ଲାଭ ଏବଂ କମିଶନ ନେବା ପାଇଁ ମୁଲ୍ ବ୍ୟାଙ୍କ ଆକାଉଣ୍ଟ, ସିମ୍ କାର୍ଡ, ଆବଶ୍ୟକତା ଅନୁଯାୟୀ ଟଙ୍କା ପ୍ରଦାନ କରି ସାହାଯ୍ୟ କରୁଥିଲା ଉତ୍ତମ କୁମାର ସାହୁ |
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।