Wall Collapse Kills ବୃଦ୍ଧ ଦମ୍ପତିଙ୍କ ଉପରେ ଭୁଶୁଡ଼ି ପଡ଼ିଲା କାନ୍ଥ, ପତି ମୃତ, ପତ୍ନୀ ଗରୁତର

Aug 02, 2026 - 22:11
Wall Collapse Kills ବୃଦ୍ଧ ଦମ୍ପତିଙ୍କ ଉପରେ ଭୁଶୁଡ଼ି ପଡ଼ିଲା କାନ୍ଥ, ପତି ମୃତ, ପତ୍ନୀ ଗରୁତର

"ଉଲୁଣ୍ଡା(କୁଶ ବାଘର): ଉଲୁଣ୍ଡା  ବ୍ଲକ୍‌ ଅନ୍ତର୍ଗତ ନାଏକପଡ଼ା ଗ୍ରାମରେ ଏକ ବୃଦ୍ଧ ଦମ୍ପତିଙ୍କ ଉପରେ ଘରର କାନ୍ଥ ପଡ଼ିଯିବା ଫଳରେ ପତିଙ୍କ ମୃତ୍ୟୁ ଘଟିଥିବାବେଳେ ପତ୍ନୀଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment କାନ୍ଥ ପଡ଼ି ଜେଜେ ମା"ମୃତ, ନାତୁଣୀ ଗୁରୁତର ସୂଚନାନୁସାରେ, ସଦାନନ୍ଦ ନାୟକ (୭୨) ଏବଂ ଗୁରୁତର ସ୍ତ୍ରୀ ପ୍ରେମସିଳା ନାୟକ (୬୫) ଆଜି ମଧ୍ୟାହ୍ନ ସମୟରେ ଘର ଭିତରେ ଶୋଇଥିଲେ।

ଏହି ସମୟରେ ଘରର କାନ୍ଥଟି ହଠାତ୍‌ ଭୁଶୁଡ଼ି ପଡ଼ିଥିଲା l  ଫଳରେ ବୃଦ୍ଧ ଦମ୍ପତି ମାଟି ଭିତରେ ପୋତି ହୋଇଯାଇଥିଲେ l ତୁରନ୍ତ ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ l ଖବର ପାଇ ସୋନପୁର ଅଗ୍ନିଶମ ବାହିନୀ ପହଂଚି ବୃଦ୍ଧ ଦମ୍ପତିଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସା ଲୟରେ ଭର୍ତ୍ତି କହିଥିଲେ।

ସେଠାରେ ଡାକ୍ତର ବୃଦ୍ଧଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ପ୍ରତି ବୃଦ୍ଧା ଜଣକ ଗୁରୁତର ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି l କାନ୍ଥ ପଡ଼ି ଚାଲିଗଲା ଶ୍ରମିକଙ୍କ ଜୀବନ,ମୃତ ଶ୍ରମିକଙ୍କ ପତ୍ନୀଙ୍କୁ ୩ ଲକ୍ଷ ଅନୁକମ୍ପାମୂଳକ କ୍ଷତିପୂରଣ ବୀରମହାରାଜପୁର ପୁଲିସ୍ ଶବ ଜବତ କରି ୧୯/୨୦୨୬ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।

ବ୍ୟବଛେଦ ପରେ ଶବକୁ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯାଇଛି।

ପ୍ରକାଶ ଯେ ବୃଦ୍ଧ ଦମ୍ପତିଙ୍କ ଦୁଇଟି ପୁଅ ବାହାରେ ଚାକିରୀ କରୁଛନ୍ତି ଏବଂ ଦମ୍ପତି ଘରେ ଏକା ରହୁଥିଲେ l ଗତ ପ୍ରବଳ ବର୍ଷା ହେତୁ ଘର ଚାରି କଡ଼ ରେ ପାଣି ଜମି ଯାଇଥିଲା ଘର କାନ୍ଥ ସବୁ ଓଦା ହୋଇ ଯିବାରୁ କାନ୍ଥ ଭୁଶୁଡି ପଡି ଥିଲା l  "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।