ବିବାହ କରିଲେ ଜେନିଫର
ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଲୋକପ୍ରିୟ ଟେଲିଭିଜନ୍ ଅଭିନେତ୍ରୀ ଜେନିଫର୍ ୱିଙ୍ଗେଟ୍ । ନିକଟରେ ୟୁକେରେ ଅନୁଷ୍ଠିତ ଏକ ଇଣ୍ଟିମେଟ୍ ସେରେମୋନିରେ ସିଙ୍ଗାପୁରର ଜଣାଶୁଣା ଫାଇନାନ୍ସ ପ୍ରଫେସନାଲ୍ ୱିଲିୟମ୍ ଇସମେଲ୍ଙ୍କୁ ସେ ବିବାହ କରିଛନ୍ତି । ଯାହାର ଫଟୋ ସୋସିଆଲ ମିଡିଆରେ ସେ ନିଜେ ଅପଲୋଡ କରିଛନ୍ତି । ସୂଚନା ଅନୁସାରେ ୟୁକେରେ ଗୁରୁବାର, ୧୬ ଜୁଲାଇରେ ଅନୁଷ୍ଠିତ ଏହି ବ୍ୟକ୍ତିଗତ ସମାରୋହରେ କେବଳ ପରିବାର ଏବଂ ଅତି ଅନ୍ତରଙ୍ଗ ବନ୍ଧୁମାନେ ଉପସ୍ଥିତ ଥିଲେ । ୱିଲିୟମ୍ 'ଏମଏଚସି ଡିଜିଟାଲ୍ ଗ୍ରୁପ୍'ରେ ବିଜନେସ୍ ଡେଭେଲପମେଣ୍ଟ ଆଣ୍ଡ ଟ୍ରେଡିଂର ଡାଇରେକ୍ଟର ଭାବେ କାର୍ଯ୍ୟରତ ଅଛନ୍ତି। ସୂଚନାଯୋଗ୍ୟ ଯେ, ୨୦୧୨ରେ ଅଭିନେତା କରନ୍ ସିଂହ ଗ୍ରୋଭରଙ୍କୁ ବିବାହ କରି ୨୦୧୪ରେ ଅଲଗା ହୋଇଥିବା ଜେନିଫର୍ଙ୍କର ଏହା ଦ୍ୱିତୀୟ ବିବାହ । ଦୀର୍ଘ ବର୍ଷ ପରେ ତାଙ୍କର ଏହି ନୂଆ ଆରମ୍ଭକୁ ନେଇ ତାଙ୍କର ଫ୍ୟାନ୍ସମାନେ ବେଶ୍ ଖୁସି ପ୍ରକାଶ କରିଛନ୍ତି
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।