ଦିଆସିଲି ଖୋଳର ସଂଗ୍ରାହକ

Jul 22, 2026 - 16:09
ଦିଆସିଲି ଖୋଳର ସଂଗ୍ରାହକ

 

ରାଜସ୍ଥାନର ବିକାନେରରେ ରହୁଥିବା ୧୫ ବର୍ଷୀୟା ସ୍ୱରୂପା ସୋନୀ ୩୫ ହଜାରରୁ ଅଧିକ ଦିଆସିଲି ଖୋଳର ଏକ ଅନନ୍ୟ ସଂଗ୍ରହ କରି ଚର୍ଚ୍ଚାକୁ ଆସିଛନ୍ତି । ମାତ୍ର ୧୦ ବର୍ଷ ବୟସରୁ ଦିଆସିଲି ଖୋଳ ସଂଗ୍ରହ କରିବା ଆରମ୍ଭ କରିଥିବା ସ୍ୱରୂପା ଗତ ୫ ବର୍ଷ ମଧ୍ୟରେ କେବଳ ଭାରତର ପ୍ରାୟ ସମସ୍ତ ରାଜ୍ୟର ବିଭିନ୍ନ ଡିଜାଇନର ଖୋଳ ନୁହେଁ, ବରଂ ଇଂଲଣ୍ଡ, ଜାପାନ, ଆମେରିକା, ଇସ୍ରାଏଲ, ଅଷ୍ଟ୍ରେଲିଆ, ଇଣ୍ଡୋନେସିଆ ଏବଂ ଦକ୍ଷିଣ କୋରିଆ ଭଳି ବିଶ୍ୱର ଅନେକ ଦେଶର ଦୁର୍ଲଭ ଦିଆସିଲି ଖୋଳ ମଧ୍ୟ ଏକାଠି କରିଛନ୍ତି । ଯେଉଁଥିରୁ ଅନେକ ବଜାରରେ ଏବେ ଆଉ ମିଳୁନାହିଁ । ପୁରୁଣା ନୋଟ୍, କଏନ ଏବଂ ଡାକ ଟିକେଟ୍ ସଂଗ୍ରହ କରୁଥିବା ନିଜ ବାପାଙ୍କୁ ଦେଖି ସେ ଅନୁପ୍ରାଣିତ ହୋଇଥିଲେ । ସ୍ୱରୂପା ଏବେ ନିଜ ନାମ ୱାର୍ଲ୍ଡ ରେକର୍ଡରେ ସାମିଲ କରିବା ସହ ବିକାନେରରେ ଦିଆସିଲି ଖୋଳର ଏକ ସ୍ଥାୟୀ ମ୍ୟୁଜିୟମ ତିଆରି କରିବାକୁ ଲକ୍ଷ୍ୟ ରଖିଛନ୍ତି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।