ମେଟ୍ରୋ ଷ୍ଟେସନ ବନ୍ଦ ନେଇ ସୁପ୍ରିମ କୋର୍ଟରେ ମାମଲା

Jul 23, 2026 - 14:07
ମେଟ୍ରୋ ଷ୍ଟେସନ ବନ୍ଦ ନେଇ ସୁପ୍ରିମ କୋର୍ଟରେ ମାମଲା

ନୂଆଦିଲ୍ଲୀ : CJP  ଆନ୍ଦୋଳନ । ସୁପ୍ରିମକୋର୍ଟ ରେ ପହଞ୍ଚିଲା ମେଟ୍ରୋ ଷ୍ଟେସନ ପ୍ରସଙ୍ଗ । କକ୍ରୋଚ୍ ଜନତା ପାର୍ଟି ପକ୍ଷରୁ ନୂଆଦିଲ୍ଲୀ ଜନ୍ତରମନ୍ତରରେ ପ୍ରତିବାଦ ତୀବ୍ର ହେଉଥିବାବେଳେ ୧୬ ମେଟ୍ରୋ ଷ୍ଟେସନକୁ ବନ୍ଦ କରିବାକୁ ଘୋଷଣା କରିଥିଲା ଡିଏମଆରସି । ଜୁଲାଇ ୨୨ରେ ଏହି ଘୋଷଣା କରିଥିଲା ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ (DMRC) । ଆଗାମୀ ନିର୍ଦ୍ଦେଶ ଯାଏଁ ଏସବୁ ମେଟ୍ରୋ ଷ୍ଟେସନ ବନ୍ଦ ରହିବାକୁ ଘୋଷଣା କରାଯାଇଛି । ତେବେ ଏହି ଘଟଣାକୁ ନେଇ ସୁପ୍ରିମକୋର୍ଟ ରେ ଏକ ମାମଲା ଦାଏର କରିଛନ୍ତି ସୁପ୍ରିମକୋର୍ଟ ବାର ଆସୋସିଏସନ ସଭାପତି ବିକାଶ ସିଂ । ଏହି ଯାଚିକାରେ ବିକାଶ ସିଂ ଦର୍ଶାଇଥିଲେ ଯେ ମେଟ୍ରୋ ଷ୍ଟେସନ ବନ୍ଦ ହେବା ଯୋଗୁଁ ଅନେକ ଓକିଲ ଏବଂ କୋର୍ଟ କର୍ମଚାରୀ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଏବଂ ସମୟ ମଧ୍ୟରେ କୋର୍ଟରେ ପହଞ୍ଚି ପାରୁ ନାହାଁନ୍ତି । ବିକାଶ ସିଂ କହିଥିଲେ ରେଜିଷ୍ଟ୍ରି କର୍ମଚାରୀଙ୍କ ସମେତ ବୈଧ ସୁପ୍ରିମକୋର୍ଟ ପ୍ରବେଶ ପାସ୍ ଧାରଣ କରିଥିବା ବ୍ୟକ୍ତିମାନଙ୍କୁ ମେଟ୍ରୋ ଷ୍ଟେସନରେ ଓହ୍ଲାଇବାକୁ ଅନୁମତି ଦିଆଯାଉ । ସେ କହିଛନ୍ତି ଯେ ଷ୍ଟେସନରୁ ବାହାରକୁ ଯାଉଥିବା ଯାତ୍ରୀମାନଙ୍କର ଯାଞ୍ଚ କରାଯାଇପାରିବ ଏବଂ କେବଳ ବୈଧ ପ୍ରୋକ୍ସିମିଟି କାର୍ଡ କିମ୍ବା ସରକାରୀ ସୁପ୍ରିମକୋର୍ଟ ପରିଚୟପତ୍ର ବହନ କରୁଥିବା ବ୍ୟକ୍ତିମାନଙ୍କୁ ଷ୍ଟେସନ ଛାଡିବାକୁ ଅନୁମତି ଦିଆଯିବ ।

ଏହାକୁ ନେଇ ସୁପ୍ରିମକୋର୍ଟ ବେଶ କ୍ଷୁବ୍ଧ ହୋଇଛନ୍ତି  । ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ ବେଶ କଡା ମନ୍ତବ୍ୟ ଦେଇ କହିଛନ୍ତି, ଯଦି ମଧ୍ୟାହ୍ନ ସୁଦ୍ଧା କିଛି ନ ହୁଏ ତେବେ ଆମେ ଦଖଲ ଦେବୁ । ଆବେଦନ ଉପରେ ଶୁଣାଣି କରି ପ୍ରଧାନ ବିଚାରପତି କହିଛନ୍ତି ଓକିଲଙ୍କ ଅନୁପସ୍ଥିତି କାରଣରୁ ଆଜି କୌଣସି ପ୍ରତିକୂଳ ଆଦେଶ ପାରିତ ହେବ ନାହିଁ । ଯଦି ମଧ୍ୟାହ୍ନ ସୁଦ୍ଧା ସମାଧାନ ନ ହୁଏ ତେବେ ଆମେ ଏହା ଉପରେ ହସ୍ତକ୍ଷେପ କରିବୁ । 

ସୂଚନାନୁସାରେ, ଦିଲ୍ଲୀ ମେଟ୍ରୋ ଆଜି ସକାଳ ୭ଟା ୩୦ରେ ରାଜୀବ ଚୌକ, ସୁପ୍ରିମକୋର୍ଟ, ମଣ୍ଡି ହାଉସ ଓ ଆଇଟିଓ ସମେତ ୧୬ ମେଟ୍ରୋ ଷ୍ଟେସନ ବନ୍ଦ କରିବାକୁ ଘୋଷଣା କରିଥିଲା । ଦିଲ୍ଲୀ ମେଟ୍ରୋ ପକ୍ଷରୁ କରାଯାଇଥିବା ପୋଷ୍ଟ ମୁତାବକ, ଲୋକ କଲ୍ୟାଣ ମାର୍ଗ, ପଟେଲ ଚୌକ, ରାମକୃଷ୍ଣ ଆଶ୍ରମ ମାର୍ଗ, ବାରାଖମ୍ବା ରୋଡ, ସେବା ତୀର୍ଥ, ଜନପଥ, କେନ୍ଦ୍ରୀୟ ସଚିବାଳୟ, ଦିଲ୍ଲୀ ଗେଟ୍‌, ଇନ୍ଦ୍ରପ୍ରସ୍ଥ, ଖାନ ମାର୍କେଟ୍‌, ଜୋର ବାଗ ଓ ଶିବାଜୀ ଷ୍ଟାଡିୟମ ମେଟ୍ରୋ ଷ୍ଟେସନକୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବନ୍ଦ କରାଯାଉଛି । ହେଲେ ଏବେ ସୁପ୍ରିମକୋର୍ଟର ଛାଟ ଦିଲ୍ଲୀ ମେଟ୍ରୋ ଉପରେ ପଡିଛି । 

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।