ସବୁଠାରୁ କ୍ଷୀପ୍ର ବୁଢ଼ିଆଣୀ
ବୈଜ୍ଞାନିକମାନେ ପରୀକ୍ଷାଗାରରେ ୨୫୮ଟି ପ୍ରଜାତିର ବୁଢ଼ିଆଣୀଙ୍କ ଉପରେ ପରୀକ୍ଷଣ କରିବା ପରେ ଅଷ୍ଟ୍ରେଲିଆରେ ମିଳୁଥିବା 'ହଣ୍ଟସମ୍ୟାନ୍ ସ୍ପାଇଡର୍' କୁ ମଣିଷଠାରୁ ବି ଦ୍ରୁତ ବେଗରେ ଦୌଡ଼ୁଥିବା ବିଶ୍ୱର ସବୁଠାରୁ କ୍ଷୀପ୍ର ବୁଢ଼ିଆଣୀ ଭାବେ ଚିହ୍ନଟ କରିଛନ୍ତି । ଏହାର ବେଗ ପ୍ରାୟ ୧୩ କିମି ପ୍ରତି ଘଣ୍ଟା ରେକର୍ଡ କରାଯାଇଛି, ଯାହା ଜଣେ ସାଧାରଣ ମଣିଷର ଦୌଡ଼ିବା ବେଗ (୬ ରୁ ୧୦ କିମି/ଘଣ୍ଟା) ଠାରୁ ବି ଅଧିକ । ଏହା ପୂର୍ବରୁ ମୋରକ୍କୋର 'ଫ୍ଲିକ୍-ଫ୍ଲାକ୍ ସ୍ପାଇଡର୍' କୁ ସବୁଠାରୁ ଦ୍ରୁତ ବୋଲି ବିବେଚନା କରାଯାଉଥିଲା । ବୈଜ୍ଞାନିକମାନଙ୍କ କହିବା ଅନୁଯାୟୀ, ହଣ୍ଟସମ୍ୟାନ୍ ସ୍ପାଇଡର୍ ସବୁଠାରୁ ଦ୍ରୁତ ସାବ୍ୟସ୍ତ ହୋଇଥିବା ବେଳେ ଗବେଷଣାରୁ ଏହା ମଧ୍ୟ ସାମ୍ନାକୁ ଆସିଛି ଯେ ଲମ୍ବା ଗୋଡ଼ ଥିବା ବୁଢ଼ୀଆଣୀମାନେ ଅଧିକ ଦ୍ରୁତ ବେଗରେ ଦୌଡ଼ିପାରନ୍ତି । ଯେଉଁଠାରେ ଶରୀର ଅତ୍ୟଧିକ ଓଜନିଆ ହେଲେ ସେମାନଙ୍କ ବେଗ କମିଯାଏ। ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।