ବାଲିଯାତ୍ରାରେ ଆଜି ବନ୍ଦ ରହିବ ସମସ୍ତ ଦୋଳି
କଟକ : କଟକ ବାଲିଯାତ୍ରାରେ ଅଘଟଣ ପରେ ବଡ଼ ନିଷ୍ପତ୍ତି । ଆଜି ବନ୍ଦ ରହିବ ସମସ୍ତ ଦୋଳି । ଗତକାଲି ବାଲିଯାତ୍ରା ତଳ ପଡିଆରେ ଲାଗିଥିବା ରାମଦୋଳିରୁ ପଡି ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିଲା । ଅଘଟଣ ପରେ ଦୋଳି ବନ୍ଦ ନେଇ ସୂଚନା ଦେଇଛନ୍ତି ଏସିପି ଗିରିଜା ଶଙ୍କର ଚକ୍ରବର୍ତ୍ତୀ । ଦୋଳି ଗୁଡିକର ଡକ୍ୟୁମେଣ୍ଟ ପୁଣି ଯାଞ୍ଚ ହେବ । ପରେ ଦୋଳିର ଟେକ୍ନିକାଲ ଟିମ୍ ର ମତ ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ଏସିପି ଗିରିଜା ଚକ୍ରବର୍ତ୍ତୀ ସୂଚନା ଦେଇଛନ୍ତି ।
ପ୍ରକାଶଥାଉକି, ଗୁରୁବାର ବାଲିଯାତ୍ରା ତଳ ପଡ଼ିଆରେ ରାମଦୋଳି ଚାଲିବା ସମୟରେ ସେଥିରୁ ଖସିପଡ଼ି ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିଲା । ଘଟଣାସ୍ଥଳରୁ ଅଗ୍ନିଶମ ଓ ପୋଲିସ କର୍ମଚାରୀ ଗୁରୁତର ଅବସ୍ଥାରେ ଉକ୍ତ ଯୁବକଙ୍କୁ ଉଦ୍ଧାର କରି ଏସ୍ସିବି ମେଡିକାଲରେ ଭର୍ତ୍ତି କରାଇଥିଲେ। ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
