Road Accidents Claim Over 18,000 Lives in Three Years: ସଡ଼କରେ ମୃତ୍ୟୁର ତାଣ୍ଡବ, ବର୍ଷକୁ ୬ ହଜାରରୁ ଅଧିକ ଜୀବନ ନେଉଛି ଦୁର୍ଘଟଣା

Nov 27, 2026 - 11:22
Road Accidents Claim Over 18,000 Lives in Three Years: ସଡ଼କରେ ମୃତ୍ୟୁର ତାଣ୍ଡବ, ବର୍ଷକୁ ୬ ହଜାରରୁ ଅଧିକ ଜୀବନ ନେଉଛି ଦୁର୍ଘଟଣା

ସଡ଼କରେ ମୃତ୍ୟୁର ତାଣ୍ଡବ।

ବର୍ଷକୁ ୬ ହଜାରରୁ ଅଧିକ ଜୀବନ ନେଉଛି ସଡ଼କ ଦୁର୍ଘଟଣା।

ଦୁର୍ଘଟଣାର ଏହି ଭୟାବହ ଚିତ୍ର ବୟାନ କରୁଛି ସରକାରୀ ତଥ୍ୟ।

ବିଧାନସଭାରେ ପରିବହନ ମନ୍ତ୍ରୀ ରଖିଥିବା ଉତ୍ତରରୁ ସାମ୍ନାକୁ ଆସିଛି ଏହି ତଥ୍ୟ।

ଗତ ୩ ବର୍ଷରେ ସଡ଼କ ଦୁର୍ଘଟଣାରେ ଚାଲିଯାଇଛି ୧୮ ହଜାର ୩୬୪ ଜଣଙ୍କ ଜୀବନ।

୨୦୨୩ରେ ୫ ହଜାର ୭୪୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦୨୪ରେ ଏହି ସଂଖ୍ୟା ବୃଦ୍ଧି ପାଇ ୬ ହଜାର ୧୪୨ରେ ପହଞ୍ଚିଥିଲା।

Advertisment ସେହିପରି ୨୦୨୫ରେ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ୬ ହଜାର ୪୮୩ ଜଣ।

ଅନ୍ୟପଟେ କେବଳ ଭାରିଯାନ ଦୁର୍ଘଟଣାରେ ୨ ହଜାର ୧୬୬ ଜଣଙ୍କ ଜୀବନ ଯାଇଛି।

ଚିନ୍ତାର ବିଷୟ, ଚଳିତ ବର୍ଷ ଜାନୁଆରୀରୁ ଅଗଷ୍ଟ ମଧ୍ୟରେ ମଧ୍ୟ ୪ ହଜାର ୬୩୫ ଜଣ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଲେଣି।

ଏହି ତଥ୍ୟ ସଡ଼କ ସୁରକ୍ଷା ଓ ଦୁର୍ଘଟଣା ରୋକିବା ଦିଗରେ ଆହୁରି କଠୋର ପଦକ୍ଷେପର ଆବଶ୍ୟକତାକୁ ଦର୍ଶାଉଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)