ବନ୍ୟା ସହାୟତା ରାଶି ଘୋଷଣା କଲେ ରାଜସ୍ବମନ୍ତ୍ରୀ

Aug 03, 2026 - 13:05
ବନ୍ୟା ସହାୟତା ରାଶି ଘୋଷଣା କଲେ ରାଜସ୍ବମନ୍ତ୍ରୀ

ଭୁବନେଶ୍ୱର : ଛାଡ଼ିଛି ବର୍ଷା ,ବଢିଛି ଦୁର୍ଦ୍ଦଶା । ଅନେକ ସ୍ଥାନରେ ବଢି ପାଣି କମିଥିଲେ ମଧ୍ୟ ନାହିଁ ନଥିବା କ୍ଷତି ସହିଛନ୍ତି ଲୋକେ । ଏହାରି ମଧ୍ୟରେ ବନ୍ୟା କ୍ଷୟକ୍ଷତି ସହାୟତା ରାଶି ଘୋଷଣା କରିଛନ୍ତି ରଜସ୍ବମନ୍ତ୍ରୀ ସୁରେଶ ପୂଜାରୀ । ଶନିବାର ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ରାଜସ୍ବମନ୍ତ୍ରୀ ଏବଂ ଏସଆରସି ଆକାଶମାର୍ଗରୁ ବନ୍ୟାଞ୍ଚଳ ବୁଲି ଦେଖିଥିଲେ । ସମୁଦାୟ ୨୨ଟି ଜିଲ୍ଲାରେ ୮୫ ବ୍ଲକ ୧୪୫୮ଟି ଗାଁ ପ୍ରଭାବିତ ହୋଇଛି । ସେହିପରି ପାଖାପାଖି ୮ ଲକ୍ଷ ୬୩ ହଜାର ୯୦୯ ଜଣ ପ୍ରଭାବିତ ହୋଇଥିବା ସୂଚନା ରହିଛି । 

ବନ୍ୟା କ୍ଷତିର ଆକଳନ ଆରମ୍ଭ ହୋଇଯାଇଛି ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ । ମନ୍ତ୍ରୀଙ୍କ କହିବା ଅନୁସାରେ, ସଂପୂର୍ଣ୍ଣ ପାଣି ନିଷ୍କାସନ ହୋଇଥିବା ସ୍ଥାନରେ ଆକଳନ ଆରମ୍ଭ ହୋଇଛି । କୃଷି ଓ ରାଜସ୍ବ ବିଭାଗ କର୍ମଚାରୀ କ୍ଷୟକ୍ଷତି ଆକଳନରେ ନିୟୋଜିତ ହୋଇଛନ୍ତି । ସଂପୂର୍ଣ୍ଣ ଘର ଭାଙ୍ଗିଥିଲେ ୧ ଲକ୍ଷ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ମିଳିବ  । ଆଂଶିକ କଚ୍ଚା ଘର ଭାଙ୍ଗିଥିଲେ ୪ ହଜାର, କୁଡ଼ିଆ ଭାଙ୍ଗିଥିଲେ ୮ ହଜାର ମିଳିବ  ।

ସେହିପରି ଫସଲ ହାନୀ ପାଇଁ ହେକ୍ଟର ପିଛା ୮୫୦୦ ଟଙ୍କା ମିଳିବ । ମୋଟ୍ ୨୨ ଜିଲାର ୮୫ ବ୍ଲକ, ୧୪୫୮ ଗାଁ ପ୍ରଭାବିତ ହୋଇଛି । ୮ ଲକ୍ଷ ୬୩ ହଜାର ୯୦୯ ଜଣ ପ୍ରଭାବିତ ହୋଇଥିବା ନେଇ ରାଜସ୍ବ ମନ୍ତ୍ରୀ ସୂଚନା ଦେଇଛନ୍ତି ।                            

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।