ବିଶ୍ୱ କମର୍ସ ଦିବସ, ବାଣିଜ୍ୟ ଶିକ୍ଷା ଯୁବପିଢ଼ିଙ୍କ ପାଇଁ ଖୋଲୁଛି ନୂଆ ସୁଯୋଗ
ଭଞ୍ଜନଗର,୩ା୮(ବାବୁଲା ପ୍ରଧାନ): ପ୍ରତିବର୍ଷ ଅଗଷ୍ଟ ମାସ ପ୍ରଥମ ସୋମବାର ବିଶ୍ୱ କମର୍ସ ଦିବସ ପାଳିତ ହେଉଛି । ତେଣୁ ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ସୋମବାର ବିଶ୍ୱ କମର୍ସ ଦିବସ ପାଳିତ ହୋଇଯାଇଛି ।
ଏଥିରେ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ. ଗଗନ ବିହାରୀ ପୁରୋହିତ ଅଧ୍ୟକ୍ଷତା କରିଥିଲେ । ଏହି ଅବସରରେ ସେ କହିଥିଲେ ଯେ, ଦେଶର ଅର୍ଥନୈତିକ ବିକାଶ, ରୋଜଗାର ସୃଷ୍ଟି ଓ ବ୍ୟବସାୟିକ ପ୍ରଗତିରେ ବାଣିଜ୍ୟ କ୍ଷେତ୍ରର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଡିଜିଟାଲ ଯୁଗରେ ଇ-କମର୍ସ, ଡିଜିଟାଲ ପେମେଣ୍ଟ ଓ ନୂତନ ବ୍ୟବସାୟିକ ପ୍ରଣାଳୀର ବିକାଶ ଫଳରେ କମର୍ସ ଶିକ୍ଷାର ପରିସର ଆହୁରି ବ୍ୟାପକ ହୋଇଛି । ଛାତ୍ରୀଛାତ୍ରମାନେ ବାଣିଜ୍ୟ ଶିକ୍ଷା ମାଧ୍ୟମରେ ଆର୍ଥିକ ଜ୍ଞାନ ସହ ଉଦ୍ୟମିତା ଓ ବ୍ୟବସାୟ ପରିଚାଳନାର ଦକ୍ଷତା ହାସଲ କରି ଭବିଷ୍ୟତରେ ନିଜ ପାଇଁ ନୂଆ ସୁଯୋଗ ସୃଷ୍ଟି କରିପାରିବେ । ତେଣୁ ଏଥିପ୍ରତି ଧ୍ୟାନ ଦେବାକୁ ଉପସ୍ଥିତ ଛାତ୍ରୀଛାତ୍ରଙ୍କୁ ଅଧ୍ୟକ୍ଷ ଆହ୍ୱାନ କରିଥିଲେ।
ଆୟୋଜିତ ସଭାରେ ଅବସରପ୍ରାପ୍ତ ପ୍ରାଧ୍ୟାପକ ବିଭୂତି ଭୂଷଣ ପାଣିଗ୍ରାହୀ, ପ୍ରଶାସନିକ ଅଧିକାରୀ କୁମୁଦ ଚନ୍ଦ୍ର ମହାପାତ୍ର ଓ ପ୍ରାଧ୍ୟାପକ ପ୍ରଶାନ୍ତ ରଥ ଅତିଥି ଭାବେ ଯୋଗଦେଇ କମର୍ସ ଦିବସର ମହତ୍ତ୍ୱ ଏବଂ ବର୍ତ୍ତମାନ ସମୟରେ ବାଣିଜ୍ୟ ଶିକ୍ଷାର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ । ମହାବିଦ୍ୟାଳୟର ବାଣିଜ୍ୟ ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଅଧ୍ୟାପକ ଦୁର୍ଗା ପ୍ରସାଦ ସାହୁ ସଂଯୋଜନା କରିଥିଲେ । ଅଧ୍ୟାପକ ଆର ହରିଶ୍ ଧନ୍ୟବାଦ୍ ପ୍ରଦାନ କରିଥିଲେ । କାର୍ଯ୍ଯକ୍ରମକୁ ପରିଚାଳନା କରିବାରେ
ବାଣିଜ୍ୟ ବିଭାଗର ଛାତ୍ରୀଛାତ୍ର ସହଯୋଗ କରିଥିଲେ ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।