ଶ୍ରାବଣ ସୋମବାରରେ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ

Aug 03, 2026 - 11:20
ଶ୍ରାବଣ ସୋମବାରରେ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ

ଭୁବନେଶ୍ୱର : ଶ୍ରାବଣ ସୋମବାରରେ ଅପୂଜା ରହିଲେ ଶ୍ରୀ ଶ୍ରୀ ଲିଙ୍ଗରାଜ ମହାପ୍ରଭୁ । ବିନା ପୂଜାରେ ଜଳ ଲାଗି କଲେ କାଉଡିଆ । ପୂଜା ପଣ୍ଡା ଓ ବଡୁ ସେବାୟତଙ୍କ ମଧ୍ୟରେ ବିବାଦ ପାଇଁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ରହିଛି  । ଶ୍ରାବଣ ପାଉଣାକୁ ନେଇ ୨ ଗୋଷ୍ଠୀ ମଧ୍ୟରେ ବିବାଦ ଉପୁଜିଥିବା ସୂଚନା ମିଳିଛି । ବର୍ତ୍ତମାନ ସୁଦ୍ଧା ନୀତି କରି ନାହାନ୍ତି ପୂଜାପଣ୍ଡା ସେବାୟତ  । ଆଜି ସକାଳୁ ବଡୁ ସେବକମାନେ ଆସି ନିଜର ନୀତି ସମ୍ପାଦନ କରିଥିଲେ ବି ପୂଜାପଣ୍ଡା ସେବାୟତମାନେ ଅନୁପସ୍ଥିତ ରହିବାରୁ ପୂଜାର୍ଚ୍ଚନା ହୋଇପାରିନାହିଁ । ଫଳରେ ଦୂରଦୂରାନ୍ତରୁ ଆସିଥିବା ଶ୍ରଦ୍ଧାଳୁ ଓ କାଉଡ଼ିଆମାନେ ବିନା ପୂଜାରେ କେବଳ ଜଳ ଲାଗି କରି ଫେରୁଛନ୍ତି ।  

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।