ଗହଣା ଚୋର ମୂଷା
କର୍ଣ୍ଣାଟକର ଏକ ଜୁଏଲରୀ ଦୋକାନରୁ କିଛି ଦିନ ହେବ ସୁନା ଓ ହୀରା ଗହଣା ଗାଏବ ହେବାରେ ଲାଗିଥିଲା । ତେବେ ଦୋକାନର ତାଲା ଭଙ୍ଗା ଯାଇ ନଥିଲା କିମ୍ବା ଚୋରିର କୌଣସି ସୁରାକ୍ ମିଳୁ ନଥିଲା, ଯାହାକୁ ନେଇ କର୍ମଚାରୀମାନେ ଚିନ୍ତାରେ ପଡ଼ିଯାଇଥିଲେ । ତେବେ ପୋଲିସରେ ଅଭିଯୋଗ କରିବା ପୂର୍ବରୁ ସେମାନେ ସିସିଟିଭି ଫୁଟେଜ୍ ଯାଞ୍ଚ ପାଇଁ ନିଷ୍ପତ୍ତି ନେଇଥିଲେ । ଯେଉଁଥିରେ ଏକ ଅଜବ ଘଟଣା ସାମନାକୁ ଆସିଲା । ଏହି ଚୋର କୌଣସି ମଣିଷ ନୁହେଁ, ବରଂ ଏକ ମୂଷା ଥିଲା । ସିସିଟିଭିରେ ସ୍ପଷ୍ଟ ଦେଖିବାକୁ ମିଳିଥିଲା ଯେ, ମୂଷାଟି ଗୋଟିଏ ପରେ ଗୋଟିଏ ଗହଣାକୁ ଘୋଷାଡ଼ି ଘୋଷାଡ଼ି ନିଜ ଗାତ ଭିତରକୁ ନେଇଯାଉଛି । ଏହା ପରେ ଦୋକାନ କର୍ମଚାରୀମାନେ ଗାତକୁ ଖୋଳିବାରୁ ସେଠାରୁ ପ୍ରାୟ ୧୦ ଲକ୍ଷ ଟଙ୍କାର ଗହଣା ଉଦ୍ଧାର ହୋଇଥିଲା । ଏହି ଚୋରି ହୋଇଥିବା ଗହଣା ମଧ୍ୟରେ ୧୦ଟି ହୀରା ଖଚିତ ସୁନା ଆଙ୍ଗୁଠି ଏବଂ ୩ଟି ହାର ସାମିଲ ଥିଲା। ଘଟଣାଟି ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।