ଧାନ ପଞ୍ଜିକରଣର ନୂଆ ନିୟମକୁ ବିରୋଧ, ଭାଗଚାଷୀଙ୍କ ମୁଣ୍ଡରେ ଚଡ଼କ!

Aug 18, 2026 - 18:48
ଧାନ ପଞ୍ଜିକରଣର ନୂଆ ନିୟମକୁ ବିରୋଧ, ଭାଗଚାଷୀଙ୍କ ମୁଣ୍ଡରେ ଚଡ଼କ!

ନନ୍ଦିଘୋଷ ବ୍ୟୁରୋ; ଧାନ ପଞ୍ଜିକରଣକୁ ନେଇ ସରକାରଙ୍କ ନୂଆ ବ୍ୟବସ୍ଥାକୁ ବିରୋଧ । ଆଗ୍ରିଷ୍ଟାକ୍ ପରେ ପଞ୍ଜିକରଣ ପ୍ରକ୍ରିୟାରେ ନୂଆ ଚାରିଟି ବ୍ୟବସ୍ଥା ଭାଗଚାଷୀଙ୍କ ପାଇଁ ବଢାଇଛି ସମସ୍ୟା । ଏହାକୁ ଚାଷୀ ସଂଗଠନର ଘୋର ବିରୋଧ । ବିଶେଷକରି ଜଣେ ଭାଗଚାଷୀ ଏକାଧିକ ଜମି ମାଲିକଙ୍କ ଜମି ଚାଷ କରୁଥିଲେ, ସେମାନଙ୍କ ଜମିର ଧାନ କିଭଳି ନିଜ ନାମରେ ପଞ୍ଜିକରଣ କରିବେ—ତାକୁ ନେଇ ଉଠିଛି ପ୍ରଶ୍ନ । ନୂଆ ନିୟମ ଯୋଗୁ ପ୍ରକୃତ ଭାଗଚାଷୀ ଧାନ ବିକ୍ରିରୁ ବଞ୍ଚିତ ହୋଇପାରନ୍ତି ବୋଲି ଚାଷୀ ସଂଗଠନର ଆଶଙ୍କା କରିଛି । ଭାଗଚାଷୀଙ୍କ ସମସ୍ୟାର ସମାଧାନ ଦାବିରେ ଆଜି ସମ୍ବଲପୁର ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛି କୃଷକ ସୁରକ୍ଷା ସଂଗଠନ। ଭାଗଚାଷୀଙ୍କ ପାଇଁ ପଞ୍ଜିକରଣ ବ୍ୟବସ୍ଥା ସରଳ କରିବାକୁ ଦାବି ହୋଇଛି । ତୁରନ୍ତ ଏହାର ସମାଧାନ ନହେଲେ ଆଗାମୀ ଦିନରେ ଜିଲ୍ଲାରେ ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ ବୋଲି ସଂଗଠନ ଚେତାବନୀ ଦେଇଛି। ସେପଟେ ସମ୍ବଲପୁର ଜିଲ୍ଲାପାଳ କହିଛନ୍ତି ଯେ ତାଙ୍କୁ ଭଲଭାବେ ବୁଝାଯାଇଛି ଏବଂ ଜମି ମାଲିକଙ୍କୁ ମୋବାଇଲ ଆପ ମାଧ୍ୟମରେ ରେଜିଷ୍ଟ୍ରେସନ୍ କରାଯିବ । ଫଳରେ ଚାଷୀର କୌଣସି ଅସୁବିଧା ହେବନାହିଁ ବୋଲି କହିଛନ୍ତି ଜିଳ୍ଲାପାଳ ।ଭାଗଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ପଞ୍ଜିକରଣ ନିୟମରେ ପରିବର୍ତ୍ତନ କରିବାକୁ ଚାଷୀ ସଂଗଠନର ଦାବି କରିଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media