ନିଖୋଜ ମାଆକୁ ଖୋଜୁଛି ପୁଅ, ସହର ସାରା ପୋଷ୍ଟର ମାରି ଚାଲିଛି ଖୋଜା
ନନ୍ଦିଘୋଷ ବ୍ୟୁରୋ; ହଜିଲା ମାଆକୁ ଖୋଜୁଛି ପୁଅ । ମାଆକୁ ପାଇବା ପାଇଁ ଥାନା ବାହାରେ ମାରୁଛି ପୋଷ୍ଟର । ଥାନା ପାଖରୁ ଆରମ୍ଭ କରି ଡାକ୍ତରଖାନା ରାସ୍ତାଘାଟ ସବୁଠି ହଜିଲା ମା’ ର ପୋଷ୍ଟର ମାରି ଖୋଜୁଛି ପୁଅ । ଏଭଳି ଦୃଶ୍ୟ ଦେଖେଣାହାରୀଙ୍କୁ ଭାବବିହ୍ଵଳ କରୁଛି । ନିଖୋଜ ମହିଳା ଜଣଙ୍କ ହେଲେ ରମାମଣି ଭୋଇ, ବୟସ ୫୭ । ଘର ବାଲିପାଟଣା ଅଞ୍ଚଳରେ । ଗତ ୧୧ ତାରିଖ ଦିନ ମାଆ ର ଦେହ ଖରାପ ଥିବାରୁ କ୍ୟାପିଟାଲ ହସ୍ପିଟାଲ୍ କୁ ଆଣିଥିଲେ ପୁଅ । ହେଲେ ମେଡିସିନ ଆଣିବା ପରେ ମାଆଙ୍କ ପତ୍ତା ମିଳି ନଥିଲା । ବହୁତ୍ ଖୋଜା ଖୋଜି ପରେ କ୍ୟାପିଟାଲ ଥାନାରେ ଲିଖିତ ଅଭିଯୋଗ କଲେ ପୁଅ, ହେଲେ ମହିଳାଙ୍କ ଖୋଜ ଖବର ଏଯାଏଁ ମିଳୁନି । ପୋଲିସ୍ ସହଯୋଗ କରିବା ବଦଳରେ ହାତ ଟେକି ଦେଇଛି ବୋଲି ଅଭିଯୋଗ କରିଛନ୍ତି ପୁଅ ବିଜୟ କୁମାର ଭୋଇ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
