ସମ୍ବିଧାନର ଧାରା ୧୯ (୧) (ଏ) ଅନୁସାରେ ମିଳିଥିବା ଅଧିକାର ପ୍ରସଙ୍ଗରେ ଆଜି ସୁପ୍ରିମକୋର୍ଟରେ ବଡ଼ ଶୁଣାଣି

Nov 06, 2026 - 07:41
ସମ୍ବିଧାନର ଧାରା ୧୯ (୧) (ଏ) ଅନୁସାରେ ମିଳିଥିବା ଅଧିକାର ପ୍ରସଙ୍ଗରେ ଆଜି ସୁପ୍ରିମକୋର୍ଟରେ ବଡ଼ ଶୁଣାଣି

ନନ୍ଦିଘୋଷ ବ୍ୟୁରୋ: ସମ୍ବିଧାନର ଧାରା ୧୯(୧)(ଏ) ଅନୁସାରେ ମିଳିଥିବା ଅଧିକାରକୁ ଧାରା ୧୯୪ ଜରିଆରେ କ୍ଷୁର୍ଣ୍ଣ କରାଯାଇପାରିବ କି? ଏହି ଗୁରୁତ୍ବପୂର୍ଣ୍ଣ ମାମଲାର ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ । ୨୦୦୩ ଏପ୍ରିଲରେ ଦୈନିକ ଦି ହିନ୍ଦୁରେ ରାଇଜିଂ ଇନଟଲରାନ୍ସ ଶୀର୍ଷକ ଏକ ସମ୍ପାଦକୀୟ ପ୍ରକାଶ ପାଇଥିଲା ଯେଉଁଥିରେ ତତକାଳୀନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଏକଛତ୍ରବାଦୀ ଶାସନକୁ ସମାଲୋଚନା କରାଯାଇଥିଲା । ଏହି ସମ୍ପାଦକୀୟକୁ ନେଇ ତତକାଳୀନ ବାଚସ୍ପତି କେ.କାଲିମୁଥୁ ନଭେମ୍ବର ୭ରେ ନିଜ ଆଡୁ ବିଚାରକୁ ନେଇଥିଲେ ।

ଏଥିରେ ଦି ହିନ୍ଦୁ ବିଧାନସଭା ବିବରଣୀଗୁଡ଼ିକୁ ତ୍ରୁଟିଯୁକ୍ତ ଭାବେ ଦର୍ଶାଯାଇଥିବା କହିଥିଲେ । ଧାରା ୧୯୪ ଅନୁସାରେ ଏହା ସ୍ବାଧିକାର ଭଙ୍ଗ କରୁଛି ବୋଲି ସେ ଦର୍ଶାଇଥିଲେ । ଏପରିକି ଏହି ଘଟଣାରେ ଦି ହିନ୍ଦୁର ସମ୍ପାଦକୀୟ କର୍ମଚାରୀମାନଙ୍କୁ ଗିରଫ କରିବା ଲାଗି ବିଧାନସଭାରେ ଏକ ପ୍ରସ୍ତାବ ଗୃହୀତ ହୋଇଥିଲା । ଏହାର ଅଧ ଘଣ୍ଟାଏ ପରେ ଚେନ୍ନାଇସ୍ଥିତ ଦି ହିନ୍ଦୁ କାର୍ଯ୍ୟାଳୟରେ ପୋଲିସ ରେଡ କରିଥିଲା । ଏହା ସହ ସମ୍ପାଦକ ଏନ. ରବି, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ମାଳିନୀ ପାର୍ଥସାରଥି, ବ୍ୟୁରୋ ଚିଫ ଭି. ଜୟନ୍ତ, ସ୍ପେସାଲ କରସ୍ପଣ୍ଡେଣ୍ଟ ରାଧା ଭେଙ୍କଟସନ, ପ୍ରକାଶକ ଏସ. ରଙ୍ଗରାଜନଙ୍କୁ ଗିରଫ କରିଥିଲା । ସମ୍ବିଧାନର ଧାରା ୧୯୪ ଅନୁସାରେ ବିଧାନସଭାର କ୍ଷମତା ପ୍ରୟୋଗ କରାଯାଇଥିଲା । ବାଚସ୍ପତିଙ୍କ ନିଷ୍ପତ୍ତି ବିରୋଧରେ ୨୦୦୩ ନଭେମ୍ବର ୮ ତାରିଖରେ ରବି ଓ ଅନ୍ୟମାନେ ସୁପ୍ରିମକୋର୍ଟ ଯାଇଥିଲେ । ସମ୍ବିଧାନର ଧାରା ୧୯(୧)(ଏ) ଅନୁସାରେ ମିଳିଥିବା ଅଧିକାରକୁ ଧାରା ୧୯୪ ଜରିଆରେ କ୍ଷୁର୍ଣ୍ଣ କରାଯାଇପାରିବ ନାହିଁ ବୋଲି ସେମାନେ ଦର୍ଶାଇଥିଲେ । ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଗିରଫଦାରୀ ଉପରେ ସ୍ଥଗିତାଦେଶ ଜାରି କରିଥିଲେ ।

ଆଜି ଏହି ମାମଲାର ଶୁଣାଣି କରିବେ ୭ ଜଣିଆ ଖଣ୍ଡପୀଠ । ଏହି ମାମଲାର ଶୁଣାଣି ଡିସେମ୍ବର ୨୦୨୩ରେ ହେବା ପରେ ମାର୍ଚ୍ଚ ୨୦୨୪ରେ ପରବର୍ତ୍ତୀ ଶୁଣାଣି ହୋଇଥିଲା । ଧାରା ୧୯୪ ଅନୁସାରେ ବିଧାନସଭା, ବିଧାୟକ ଓ ବିଭିନ୍ନ ବିଧାନସଭା କମିଟିଗୁଡ଼ିକର କ୍ଷମତା, ସ୍ବାଧିକାର ଓ ସୁରକ୍ଷା ବ୍ୟବସ୍ଥା ରହିଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)