ଗୋଷ୍ଠୀ ସଂଘର୍ଷରେ ଜଣେ ମୃତ ,୧୦ ରୁ ଅଧିକ ଆହତ
ନୟାଗଡ : ନାଟକ ମଞ୍ଚସ୍ଥକୁ ନେଇ ଗାଁ ଦଣ୍ଡ ପାଲଟିଲା ରଣକ୍ଷେତ୍ର । ସବର୍ଣ୍ଣ -ଅସବର୍ଣ୍ଣ ଗୋଷ୍ଠୀ ସଂଘର୍ଷରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୦ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି । ମୃତକ ହେଉଛନ୍ତି ମନୁ ବାରିକ । ଗତ ରାତିରେ ନୂଆଗାଁ ଥାନା ଅନ୍ତର୍ଗତ ଗାତେରି ପଞ୍ଚାୟତର ଆଡ଼ିପଡ଼ା ଗାଁରେ ଘଟିଛି ଏହି ହିଂସାକାଣ୍ଡ । ସୁରକ୍ଷା ଦୃଷ୍ଟିରୁ ଗାଁରେ ବ୍ୟାପକ ପୋଲିସ ମୁତୟନ ରହିଛନ୍ତି ।
ସୂଚନାନୁସାରେ, ଦୀର୍ଘଦିନ ଧରି ଆଡ଼ିପଡା ଗାଁରେ ଏକ କୋଠ ଘରକୁ ନେଇ ସବର୍ଣ୍ଣ-ଅସବର୍ଣ୍ଣଙ୍କ ମଧ୍ୟରେ ଗୋଷ୍ଠୀ ବିବାଦ ଲାଗି ରହିଛି । କାର୍ତ୍ତିକ ପୂର୍ଣ୍ଣମୀ ପାଇଁ ଗାଁରେ ରାମ ନାଟକ ଚାଲିଥିଲା । ନାଟକ ଚାଲିଥିବା କୋଠ ଘରକୁ ନେଇ ପୁଣି ଥରେ ୨ ଗୋଷ୍ଠୀଙ୍କ ମଧ୍ୟରେ ପାଟିତୁଣ୍ଡ ଓ ମାରପିଟ ହୋଇଥିଲା । ଉଭୟ ପକ୍ଷଙ୍କ ମଧ୍ୟରେ ଠେଙ୍ଗା ଓ ଢେଲା ପଥର ମାଡ଼ରେ ଗାଁର ମାନୁ ବାରିକଙ୍କ ମୃତ୍ୟୁ ଘଟିଥିବାବେଳେ ୧୦ ରୁ ଉର୍ଦ୍ଧ ଲୋକ ଆହତ ହୋଇ ମେଡିକାଲ ରେ ଚିକିତ୍ସା ହେଉଛନ୍ତି । ସେମାନଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । କୌଣସି ଅଘଟଣ ଆଶଙ୍କାରେ ଗାଁରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
