ଗର୍ଜିଲା ବନ୍ଧୁକ, ଗଡ଼ିଲା ମୁଣ୍ଡ

Nov 05, 2026 - 18:35
ଗର୍ଜିଲା ବନ୍ଧୁକ, ଗଡ଼ିଲା ମୁଣ୍ଡ

ଭୁବନେଶ୍ୱର :ଗର୍ଜିଲା ବନ୍ଧୁକ, ଗଡ଼ିଲା ମୁଣ୍ଡ । ରକ୍ତରଞ୍ଜିତ ରାଜଧାନୀ, ଥରହର ଲୋକେ । ଦୀପାବଳି ପୂର୍ବରୁ ବନ୍ଧୁକ ପାର୍ସଲ ହେଲା କାଳ । ଘଟଣାର କିଛି ଘଣ୍ଟା ଭିତରେ ୮ ଅଭିଯୁକ୍ତ ଗିରଫ।….ବୁଧବାର ରାତି ୯ ଟା ୩୦ । ଖଣ୍ଡଗିରି ସୀତାରାମ ବସ୍ତିରେ ରହୁଥିବା ଠିକାଦାର ତପନ ନାୟକ ସାଙ୍ଗ ମାନଙ୍କ ସହ ପାର୍ଟି କରିବା ପାଇଁ ଶିଶୁପାଳଗଡ଼ ଠାରେ ପହଞ୍ଚିଥିଲେ । କିନ୍ତୁ ସେ ଜାଣିନଥିଲେ କାଲି ରାତି ଥିଲା ତାଙ୍କ ପାଇଁ ଶେଷ ରାତି । ମଦ ସାଙ୍ଗକୁ ଏଠାରେ ବସିଥିଲା ମଦର ଆସର । କିଛି ସମୟ ପରେ ମୁଖ୍ୟ ଅଭିଯୁକ୍ତ ସମସ୍ତଙ୍କୁ ସରପ୍ରାଇଜ ଦେବା ସହ ଏକ ପାର୍ସଲ ଖୋଲିଥିଲେ । ଯେଉଁ ପାର୍ଶଲରେ ଥିଲା ଏକ ବନ୍ଧୁକ । ମଜା ଥଟ୍ଟାରେ ସେ ବନ୍ଧୁକ ଧରି ଆକ୍ସନ ଦେଖାଉଥିବା ବେଳେ ହଠାତ ଫୁଟିଥିଲା ଗୁଳି । ଆଉ ଗୁଳି ବାଜି ରକ୍ତାକ୍ତ ହୋଇଥିଲେ ତପୁ । ତୁରନ୍ତ ଅଭିଯୁକ୍ତ ମାନେ ତାଙ୍କୁ ହସ୍ପିଟାଲ ନେବାବେଳେ ଅଧ ରାତିରେ ଚାଲିଯାଇଥିଲା ତପୁଙ୍କ ଜୀବନ । ରାତିସାରା ଅଭିଯୁକ୍ତ ମାନେ ପୋଲିସ ତଦନ୍ତକୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଶେଷରେ ୮ ଜଣଙ୍କୁ ସ୍ପେଶାଲ ସ୍କ୍ବାର୍ଡ ସହାୟତରେ କାବୁ କରିଛି ଧଉଳି ଥାନା ପୋଲିସ । ….

ଏଭଳି ଏକ ଖବର ପାଇ ରାତି ତମାମ ଅଭିଯୁକ୍ତଙ୍କୁ ଧରିବାକୁ ଲାଗିପଡିଥିଲା ପୋଲିସ ଟିମ । ସିସିଟିଭି ସର୍ଭେଲାନ୍ସ ଓ ହ୍ୟୁମାନ ଇଣ୍ଟେଲ୍ଲୀଜେନ୍ସ ଆଧାରରେ ସମସ୍ତ ୮ ଅଭିଯୁକ୍ତଙ୍କୁ ଭିନ୍ନ ଭିନ୍ନ ସ୍ଥାନରୁ ଉଠାଇଥିଲା ପୋଲିସ । ଏକ ପରିତ୍ୟକ୍ତ ସ୍ଥାନରୁ ମର୍ଡରରେ ବ୍ୟବହୃତ ବନ୍ଧୁକ ଉଦ୍ଧାର କରାଯାଇଥିଲା । ସାଇଣ୍ଟିଫିକ ଟିମ ସର୍ଜମିନ ଯାଞ୍ଚ କରିଥିଲା।  ଅଭିଯୁକ୍ତଙ୍କୁ ନେଇ କ୍ରାଇମ ସିନ ରିକ୍ରିଏସନ ବେଳେ ଅନେକ କ୍ଲ୍ୟୁ ପୋଲିସ ପାଇଥିଲା । କିନ୍ତୁ ଘର ଚଳାଉଥିବା ବଢ଼ିଲା ପୁଅର ମୃତ୍ୟୁକୁ ସହଜରେ ଗ୍ରହଣ କରିପାରିନଥିଲେ ପରିବାର ଲୋକେ । ଥାନା ପରିସରରେ ବାପା ମା’ କାନ୍ଦି ଗଡୁଥିବା ବେଳେ ଅଭିଯୁକ୍ତ ମାନଙ୍କୁ ମାଡ଼ ମାରିବାକୁ ମଧ୍ୟ ପଛାଇନଥିଲେ । ଭୁଲ ବଶତଃ ନୁହେଁ, ବରଂ ଜାଣିଶୁଣି ତାଙ୍କ ପୁଅକୁ ହତ୍ୟା କରିଥିବା ସେମାନେ ଅଭିଯୋଗ କରିଛନ୍ତି ।  ମୃତଦେହ ବ୍ୟବଚ୍ଛେଦ କରିବା ସହ ୮ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଛି ପୋଲିସ।

ରାଜଧାନୀରେ ଛତୁ ଫୁଟିବା ଭଳି ବୁଲୁଛି ବନ୍ଧୁକ । ନିଜର ସ୍ୱାର୍ଥ ସାଧନ ପାଇଁ ଏଭଳି ମାଉଜର ବ୍ୟବହାର, ଏବେ ପୋଲିସ ପାଇଁ ପାଲଟିଛି ମୁଣ୍ଡବିନ୍ଧା ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)